Connect with us

ଅପରାଧ

୧୦୦ରୁ ଉଦ୍ଧ୍ୱ ଲୋକଙ୍କୁ ଆତଙ୍କବାଦୀଙ୍କ ଅପହରଣ

୧୦୦ରୁ ଉଦ୍ଧ୍ୱ ଲୋକଙ୍କୁ ଆତଙ୍କବାଦୀଙ୍କ ଅପହରଣ

୧୦୦ରୁ ଉଦ୍ଧ୍ୱ ଲୋକଙ୍କୁ ଆତଙ୍କବାଦୀଙ୍କ ଅପହରଣ
କାବୁଲ,୨୦ା୮ : ଇଦ୍କୁ ଦୃଷ୍ଟିରେ ରଖି ଆଫଗାନିସ୍ତାନ ସରକାର ଅସ୍ତ୍ରବିରତି ଘୋଷଣା କରିବାର ଗୋଟିଏ ଦିନ ପରେ ସୋମବାର ତାଲିବାନ ଆତଙ୍କବାଦୀମାନେ କୁନ୍ଦୁଜ ପ୍ରାନ୍ତର ୩ଟି ବସକୁ ଅଟକାଇ ୧୦୦ରୁ ଊଦ୍ଧ୍ୱ ଲୋକଙ୍କୁ ଅପହରଣ କରିନେଇଛନ୍ତି । ଏହି ତିନୋଟି ବସରେ ୧୦୦ରୁ ଊଦ୍ଧ୍ୱର୍ ଲୋକ ଟକ୍ଖାଇ ପ୍ରାନ୍ତରୁ ଆଫଗାନିସ୍ତାନର ରାଜଧାନୀ କାବୁଲ ଯାଉଥିଲେ ।

କୁନ୍ଦୁଜ ରାଜ୍ୟପାଳଙ୍କ ମୁଖପାତ୍ର ଏସ୍ମାତୁଲ୍ଲା ମୁରାଦିଙ୍କ କହିବା ଅନୁସାରେ ଆତଙ୍କବାଦୀମାନେ ବଳପୂର୍ବକ ବସକୁ ଅଟକାଇ ଯାତ୍ରୀଙ୍କୁ ଓହ୍ଲାଇବାକୁ କହିଥିଲେ । ଏହାପରେ ଆତଙ୍କବାଦୀମାନେ ଯାତ୍ରୀଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନେଇ ଯାଇଛନ୍ତି । ରାଷ୍ଟ୍ରପତି ଅସରଫ ଘାନି ରବିବାର ଇଦ୍କୁ ଧ୍ୟାନରେ ରଖି ତାଲିବାନ ସହ ୩ ମାସର ଅସ୍ତ୍ରବିରତି ଘୋଷଣା କରିଥିଲେ । ସରକାରଙ୍କ ଘୋଷଣା ଅନୁସାରେ ଅଗଷ୍ଟ ୨୦ରୁ ନଭେମ୍ବର ୨୦ ପର୍ଯ୍ୟନ୍ତ ଅସ୍ତ୍ରବିରତି ରହିବ । ଅପରପକ୍ଷରେ ତାଲିବାନ ନେତା ମୌଲବୀ ହବବୁଲ୍ଲା ଅର୍ଖୁନଜାଦାହ କହିଛନ୍ତି ଯେ, କେବଳ ଆମେରିକା ସହ କଥାବାର୍ତ୍ତା ଦ୍ୱାରା ଦେଶରେ ୧୭ ବର୍ଷ ଧରି ଜାରି ରହିଥିବା ସଂଘର୍ଷ ବନ୍ଦ ହୋଇପାରିବ ।

ଉଲ୍ଲେଖ ଯେ, ଏହାପୂର୍ବରୁ ଜୁନ୍ ୭ରେ ଇଦ୍-ଉଲ-ଫିତର ସମୟରେ ଆଫଗାନିସ୍ତାନ ସରକାର ଅସ୍ତ୍ରବିରତି ଘୋଷଣା କରିଥିଲେ । ଜୁନ୍ ୧୧ରୁ ଜୁନ୍ ୧୯ ପର୍ଯ୍ୟନ୍ତ ଅସ୍ତ୍ରବିରତି ରହିଥିଲା । ଉଲ୍ଲେଖ ଯେ, ୨୦୦୧ରେ ଆମେରିକା ନେତୃତ୍ୱାଧୀନ ମେଣ୍ଟ ସେନା ତାଲିବାନକୁ ଗାଦିଚ୍ୟୁତ୍ କରି ଆଫଗାନିସ୍ତାନରେ ନିଜ ମୁତାବକ ସରକାର ଚଳାଉଛି । ସେବେଠାରୁ ଆଫଗାନିସ୍ତାନ ସେନା ଏବଂ ତାଲିବାନ ମଧ୍ୟରେ ସଂଘର୍ଷ ଜାରି ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ