Connect with us

ଦେଶ

ରାମ ରହିମଙ୍କ ସମେତ ୪ ଦୋଷୀ ସାବ୍ୟସ୍ତ

ସାଙ୍କେତିକ

ସାମ୍ବାଦିକଙ୍କୁ ହତ୍ୟା ମାମଲା; ରାମ ରହିମଙ୍କ ସମେତ ୪ ଦୋଷୀ ସାବ୍ୟସ୍ତ
ପଞ୍ଚକୁଲା / ପାନିପଥ,୧୧ା୧ : ବହୁଚର୍ଚ୍ଚିତ ସିର୍ସା ସାମ୍ବାଦିକ ରାମଚନ୍ଦ୍ରଙ୍କ ହତ୍ୟା ମାମଲାରେ ଶୁକ୍ରବାର ପଞ୍ଚକୁଲା ସ୍ଥିତ ସିବିଆଇର ସ୍ୱତନ୍ତ୍ର ଅଦାଲତ ରାମ ରହିମଙ୍କ ସମେତ ୪ଜଣଙ୍କୁ ଦୋଷୀ ସାବ୍ୟସ୍ତ ଘୋଷଣା କରିଛନ୍ତି । କୋର୍ଟ ଜାନୁଆରୀ ୧୭ରେ ସେମାନଙ୍କ ବିରୋଧରେ ଦଣ୍ଡାଦେଶ ପ୍ରକାଶ କରିବେ । ଜାନୁଆରୀ ୨ରେ ସିବିଆଇ କୋର୍ଟ ୧୬ ବର୍ଷ ପୁରୁଣା ଏହି ମାମଲାରେ ଅଭିଯୁକ୍ତ ଗୁରମିତ ରାମ ରହିମ, ନିର୍ମଳ, କୁଳଦୀପ ଏବଂ କୃଷ୍ଣା ଲାଲଙ୍କୁ ହଜାର କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଶୁକ୍ରବାର ସ୍ୱତନ୍ତ୍ର ସିବିଆଇ କୋର୍ଟ ଜଜ୍ ଜଗଦୀପ ସିଂହ ଏହି ମାମଲାରେ ଉପରୋକ୍ତ ୪ଜଣଙ୍କୁ ଦୋଷୀ ଘୋଷଣା କରିଛନ୍ତି । ସୂଚନା ଅନୁସାରେ ଡେରାସଚ୍ଚା ମୁଖ୍ୟ ରାମ ରହିମଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଥିବା ଦୁଇଜଣ ସ୍ୱାଧୀ ଏକ ପତ୍ର ଲେଖିଥିଲେ । ସେହି ପତ୍ର ଆଧାରରେ ସାମ୍ବାଦିକ ଛତ୍ରପତି ନିଜ ଖବରକାଗଜରେ ଏକ ଖବର ପ୍ରକାଶ କରିଥିଲେ । ଖବରକୁ ଚାପି ଦେବା ପାଇଁ ଛତ୍ରପତିଙ୍କ ଉପରେ ଚାପ ପକାଯାଇଥିଲା । ହେଲେ ସେ ଚାପକୁ ଖାତିର କରିନଥିଲେ । ୨୦୦୨ ଅକ୍ଟୋବର ୨୪ରେ ତାଙ୍କୁ ଗୁଳି ମରାଯାଇଥିଲା । ସେହିବର୍ଷ ନଭେମ୍ବର ୨୧ରେ ଦିଲ୍ଲୀର ଆପୋଲ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା ।

ତଦନ୍ତରୁ ଜଣାପଡିଥିଲା ଯେ, ଗୁଳି ଚଲାଯାଇଥିବା ବନ୍ଧୁକର ଲାଇସେନ୍ସ ଡେରା ସଚ୍ଚା ସୌଦାର ପରିଚାଳକ କୃଷ୍ଣ ଲାଲଙ୍କ ନାମରେ ରହିଛି । ଏନେଇ ଗୁରମିତ ରାମ ରହିମଙ୍କ ବିରୋଧରେ ହତ୍ୟା ଅଭିଯୋଗ କରାଯାଇଥିଲା । ପ୍ରକାଶ ଯେ, ଏହାପୂର୍ବରୁ ଦୁଇଟି ଯୌନ ନିର୍ଯାତନା ମାମଲାରେ ରାମ ରହିମଙ୍କୁ ୨୦ ବର୍ଷ କାରାଦଣ୍ଡାଦେଶ ହୋଇଛି । ସେ ଏବେ ଜେଲରେ ଅଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ