Connect with us

ଦେଶ

ସୁପ୍ରିମକୋର୍ଟଙ୍କ ଦ୍ୱାରାସ୍ଥ ପ୍ରଶାନ୍ତ ଭୂଷଣ

ନାଗେଶ୍ୱର ରାଓଙ୍କ ନିଯୁକ୍ତି ବିରୋଧରେ

ସିବିଆଇ ଅନ୍ତରୀଣ ନିର୍ଦ୍ଦେଶକ ନାଗେଶ୍ୱର ରାଓଙ୍କ ନିଯୁକ୍ତି ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରାସ୍ଥ ପ୍ରଶାନ୍ତ ଭୂଷଣ
ନୂଆଦିଲ୍ଲୀ,୧୪ା୧ : କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ)ର ଅନ୍ତରୀଣ ନିର୍ଦ୍ଦେଶକ ଭାବେ ନାଗେଶ୍ୱର ରାଓଙ୍କ ନିଯୁକ୍ତି ବିରୋଧରେ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଚୟନ କମିଟି ଆଲୋକ ବର୍ମାଙ୍କୁ ସିବିଆଇ ନିର୍ଦ୍ଦେଶକ ପଦରୁ ହଟାଇ ଦେଇଥିଲେ । ଏହାପରେ ନାଗେଶ୍ୱର ରାଓଙ୍କୁ ଦେଶର ଶୀର୍ଷ ତଦନ୍ତ ସଂସ୍ଥା ସିବିଆଇର ଦାୟିତ୍ୱ ଦିଆଯାଇଥିଲା ।

ସୂଚନାଥାଉ କି, ଅକ୍ଟୋବର ୨୦୧୮ରେ ସିବିଆଇର ଆଭ୍ୟନ୍ତରୀଣ ବିବାଦ ପରେ ସରକାର ନିର୍ଦ୍ଦେଶକ ଆଲୋକ ବର୍ମା ଏବଂ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କୁ ଛୁଟିରେ ପଠାଇ ଦେଇଥିଲା । ଆଲୋକ ବର୍ମାଙ୍କ ସ୍ଥାନରେ ନାଗେଶ୍ୱର ରାଓଙ୍କୁ ଅନ୍ତରୀଣ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଥିଲା । ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ଆଲୋକ ବର୍ମା କୋର୍ଟର ଆଶ୍ରୟ ନେଇଥିଲେ । ଚଳିତ ମାସ ଜାନୁଆରୀ ୮ରେ ସୁପ୍ରିମକୋର୍ଟ ବର୍ମାଙ୍କୁ ପୁନଃ ସିବିଆଇ ନିର୍ଦ୍ଦେଶକ ପଦରେ ଅବସ୍ଥାପିତ କରିବା ସହ ସରକାର ନୁହେଁ ଚୟନ ସମିତି ହିଁ ବର୍ମାଙ୍କୁ ପଦରୁ ହଟାଇପାରିବ ବୋଲି କହିଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଲୋକସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଏବଂ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ପ୍ରତିନିଧି ଭାବେ ଜଷ୍ଟିସ ଏକେ ସିକ୍ରିଙ୍କୁ ନେଇ ଗଠିତ ତିନିଜଣିଆ ଚୟନ କମିଟି ୨-୧ ବହୁମତରେ ଆଲୋକ ବର୍ମାଙ୍କୁ ପଦରୁ ହଟାଇ ଦେଇଥିଲେ ।

ଏବେ ସିବିଆଇ ନିର୍ଦ୍ଦେଶକ ପଦ ଖାଲି ପଡିଛି । ତେଣୁ ନାଗେଶ୍ୱର ରାଓ ଅନ୍ତରୀଣ ନିର୍ଦ୍ଦେଶକ ପଦରେ କାଏମ ରହିଛନ୍ତି । ପ୍ରାୟ ୩ ସପ୍ତାହ ପର୍ଯ୍ୟନ୍ତ ସେ ଏହି ପଦରେ ରହିବେ ବୋଲି ଆଶା କରାଯାଉଛି । ପ୍ରଶାନ୍ତ ଭୂଷଣ ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ