Connect with us

ଅପରାଧ

ମନ୍ତ୍ରୀଙ୍କ ଗାଡିକୁ ଢ଼େଲା ମାଡ ଘଟଣା : ୪ ଗିରଫ l

ମନ୍ତ୍ରୀଙ୍କ ଗାଡିକୁ ଢ଼େଲା ମାଡ ଘଟଣା : ୪ ଗିରଫ l

ମନ୍ତ୍ରୀଙ୍କ ଗାଡିକୁ ଢ଼େଲା ମାଡ ଘଟଣା : ୪ ଗିରଫ
କେନ୍ଦୁଝର/ହରିଚନ୍ଦନପୁର,୧୮ା୯ : ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ଗାଡିକୁ ଢ଼େଲା ମାଡ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ଘସିପୁରା ପୋଲିସ । ଗତରାତିରେ ପୋଲିସ ବେଲବାହାଳି ଓ ଟୋଲଙ୍ଗପଡା ଅଂଚଳର ମୋହନ ପଣ୍ଡା, ଉତ୍ସବ ସାହୁ, ମନୋଜ ବାରିକ, କାଳନ୍ଦି ସାହୁଙ୍କୁ ଗିରଫ କରିବା ପରେ ଆଜି କୋର୍ଟ ଚାଲାଣ କରିଛି ।

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ନିଜ ନିର୍ବାଚନ ମଣ୍ଡଳୀରୁ ରବିବାର ରାତ୍ରୀରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ତଥା ବିଧାୟକ ଶ୍ରୀ ପାତ୍ର ଭୁବନେଶ୍ୱର ଅଭିମୁଖେ ଫେରୁଥିବା ବେଳେ ବେଲବାହାଳି ଠାରେ ଚାଲିଥିବା ଗଣେଷ ଭସାଣୀ ଉତ୍ସବ ସ୍ଥଳରୁ ତାଙ୍କ ଗାଡିକୁ ଦୁର୍ବୁତ ମାନେ ଢେଲା ମାଡ କରିଥିଲେ । ଢ଼େଲା ମାଡରେ ମନ୍ତ୍ରୀଙ୍କ ଗାଡି ପଛ କାଚ ଭାଙ୍ଗି ଯାଇଥିଲା ।

ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ମନ୍ତ୍ରୀଙ୍କ ସମର୍ଥକ ମାନେ ଗତକାଲି ବେଲବାହାଳି ଠାରେ ରାସ୍ତା ଅବରୋଧ କରିବା ସହ ଘସିପୁରା ଥାନା ଘେରାଉ କରିଥିଲେ । ତେବେ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରାଯିବା ନେଇ ଘଟଗାଁ ଏସଡିପିଓ ଏସ.ଟପୋଙ୍କ ପ୍ରତିଶୃତି ପରେ ରାସ୍ତାରୋକ ହଟିଥିଲା । ଇତିମଧ୍ୟରେ ପୋଲିସ ତାର ପ୍ରତିଶୃତି ରକ୍ଷା କରିବା ସହ ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ