Connect with us

ଆଞ୍ଚଳିକ

ଝାରସୁଗୁଡ଼ା ବିମାନ ବନ୍ଦର ନାମ ବଦଳାଇବାକୁ ସଂକଳ୍ପ ପାରିତ l

ଝାରସୁଗୁଡ଼ା ବିମାନ ବନ୍ଦର ନାମ ବଦଳାଇବାକୁ ସଂକଳ୍ପ ପାରିତ l

ଝାରସୁଗୁଡ଼ା ବିମାନ ବନ୍ଦର ନାମ ବଦଳାଇବାକୁ ସଂକଳ୍ପ ପାରିତ
ଭୁବନେଶ୍ୱର,୧୮ା୯ : ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ନବ ନିର୍ମିତ ଝାରସୁଗୁଡା ବିମାନବନ୍ଦର ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବାପାଇଁ କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେବା ପଇଁ ସଂକଳ୍ପ ଆଣିଥିଲେ ।ଏହାପରେ ଉଭୟ ଶାସକ ଓ ବିରୋଧୀ ଦଳ ସଭ୍ୟମାନେ ମତ ରହିବା ସହ ସଂକଳ୍ପକୁ ସମର୍ଥନ କରିଥିଲେ । ଆଲୋଚନା ପରେ ଗୃହରେ ସର୍ବ ସମ୍ମତି ଏହା ପାରିତ ହୋଇଥିଲା ।

ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ଶ୍ରୀ ନରସିଂହ ମିଶ୍ର ବଲାଙ୍ଗୀର ମେଡିକାଲ କଲେଜ ଓ ହସ୍ପିଟାଲକୁ ଭୀମ ଭୋଇଙ୍କ ନାମରେ ନାମିତ କରାଯାଇଛି । ଏହା ସ୍ୱାଗତ୍ୟଯୋଗ୍ୟ । ମାତ୍ର ଏହାକୁ ସନ୍ଥ ଭୀମ ଭୋଇ ନାମରେ ନାମିତ କରିବାକୁ ସେ ଦାବି କରିଥିଲେ ଏବଂ ସମସ୍ତ ସଦସ୍ୟ ଏହାକୁ ସମର୍ଥନ କରିଥିଲେ । ଏହି ଦୁଇଟି ସଂକଳ୍ପ ଉପସ୍ଥାପିତ ହେବା ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଆଇନ ପ୍ରଣୟନ ପାଇଁ ଓଡିଶା ଅଫିସିଆଲ ଲାଂଗ୍ୟୁଏଜ୍ -୨ ଆମେଣ୍ଡମେଂଟ ବିଲ୍ ଆଗତ କରିଥିଲେ । ଏହାର ବିଚାର ଓ ପାରିତ କରିବା ଲାଗି ସମୟ ଓ ତାରିଖ ଧାର୍ଯ୍ୟ ପାଇଁ ମୁଖ୍ୟ ସଚେତକ ଶ୍ରୀ ଅମର ପ୍ରସାଦ ଶତପଥୀ ପ୍ରସ୍ତାବ ଆଗତ କରିଥିଲେ । ମୌଖିକ ଭୋଟ୍ ରେ ତାହା ଗୃହୀତ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ