Connect with us

ଦେଶ

ଦେଶର ଜିଡିପି ହାର ୮.୨%

ଦେଶର ଜିଡିପି ହାର ୮.୨%

ଦେଶର ଜିଡିପି ହାର ୮.୨%
ନୂଆଦିଲ୍ଲୀ,୩୧ା୮ : ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ (ଏପ୍ରିଲରୁ ଜୁନ୍)ରେ ଦେଶର ସକଳ ଘରୋଇ ଉତ୍ପାଦ (ଜିଡିପି) ୮.୨ ପ୍ରତିଶତ ରହିଛି । ଶୁକ୍ରବାର ସରକାର ଜିଡିପିର ତଥ୍ୟ ଜାରି କରିଛନ୍ତି । ଗତ ତ୍ରୈମାସିକରେ ଜିଡିପି ଗ୍ରୋଥ୍ ରେଟ୍ ୭.୭ ପ୍ରତିଶତ ଥିଲା । ଗତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଜିଡିପିର ଅଭିବୃଦ୍ଧି ହାର ୫.୫୯ ପ୍ରତିଶତ ରହିଥିଲା ।

ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଗ୍ରୋସ୍ ଭ୍ୟାଲୁ୍ ଆଡେଡ୍ (ଜିଭିଏ)ର ଅଭିବୃଦ୍ଧି ଦର ୮ ପ୍ରତିଶତ ରହିଛି । ଅର୍ଥ ବ୍ୟବସ୍ଥା ପାଇଁ ସୁଖବର ଏହା ଯେ ଏପ୍ରିଲ୍-ଜୁନ୍ ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି ଦର ଆଶାଠୁ ଉନ୍ନତ ରହିଛି । ରାଇଟର୍ସର ଅର୍ଥଶାସ୍ତ୍ରୀ ଏହି ତ୍ରୈମାସିକରେ ଜିଡିପି ୭.୬ ପ୍ରତିଶତ ରହିବ ବୋଲି ଅନୁମାନ କରିଥିଲେ । ସଦ୍ୟତମ ଜିଡିପିର ତଥ୍ୟରୁ ଏହା ପ୍ରତୀତମାନ ହେଉଛି ଯେ, ଦୁନିଆରେ ସବୁଠୁ ଦ୍ରୁତ ଗତିରେ ବଢ଼ୁଥିବା ଅର୍ଥ ବ୍ୟବସ୍ଥା ଦେଶ ହେଉଛି ଭାରତ । ଅନ୍ୟପଟେ ଦ୍ୱିତୀୟ ତ୍ରୈମାସିକରେ ଚୀନର ଜିଡିପି ୬.୭ ପ୍ରତିଶତ ରହିଛି ।

ଉଲ୍ଲେଖଯୋଗ୍ୟ ଯେ, ଚୀନରେ ଜାନୁଆରୀରୁ ଡିସେମ୍ବରକୁ ଆର୍ଥିକ ବର୍ଷ କୁହାଯାଏ । ମାତ୍ର ଭାରତରେ ଏପ୍ରିଲରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଆର୍ଥିକ ବର୍ଷ କୁହାଯାଏ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ