Connect with us

ଆମ ଖବର

ଆରମ୍ଭରୁ ଧାଡ଼ି ଦର୍ଶନକୁ ବିରୋଧ ଓ ସ୍ଥାନୀୟ ଭକ୍ତଙ୍କ ବିରୋଧ,

ସାଙ୍କେତିକ ଚିତ୍ର

ଆରମ୍ଭରୁ ଧାଡ଼ି ଦର୍ଶନକୁ ବିରୋଧ
ସ୍ଥାନୀୟ ଭକ୍ତଙ୍କ ବିରୋଧ, ୩ ଦ୍ୱାରରେ ସେବାୟତ ପ୍ରବେଶ
ପୁରୀ,୧ା୧୦: ଶ୍ରୀମନ୍ଦିରରେ ସଂସ୍କାର, ସୁପ୍ରିମକୋର୍ଟଙ୍କ ପ୍ରସ୍ତାବ ଓ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତି ଅନୁସାରେ ଆଜିଠାରୁ ପରୀକ୍ଷାମୂଳକ ଭାବେ ଧାଡ଼ି ଦର୍ଶନ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ମଧ୍ୟ ଭକ୍ତ ହିସାବରେ ଧାଡ଼ିରେ ଯାଇ ଶୃଙ୍ଖଳିତ ଦର୍ଶନ କରିଛନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି । ବୃଦ୍ଧ, ବୃଦ୍ଧା, ଭିନ୍ନକ୍ଷମମାନଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ି ହୋଇଛି ।

ସିଂହଦ୍ୱାରରେ ଭକ୍ତ ପ୍ରବେଶ କରିବା ସହ ଅନ୍ୟ ତିନିଦ୍ୱାରରେ ପ୍ରସ୍ତାନ କରିବେ । ଚନ୍ଦନଚକଡ଼ା, ବାଇଶ ପାଉଚର ବିଭିନ୍ନ ସ୍ଥାନରେ ଖରାବର୍ଷାରୁ ରକ୍ଷା ପାଇଁ ସେଡ୍ ନିର୍ମାଣ କରାଯାଇଛି । କେବଳ ସେବାୟତମାନେ ଓ ତାଙ୍କ ପରିବାର ସଦସ୍ୟ ସିଂହଦ୍ୱାର ବ୍ୟତୀତ ଅନ୍ୟ ତିନିଦ୍ୱାରରେ ପାରମ୍ପରିକ ସେବାୟତ ବେଶଧାରୀ ଭାବେ ଯାଇପାରିବେ । ବାଇଶ ପାହାଚରେ ଏବେ ଅପରପକ୍ଷ ପିତୃଶ୍ରାଦ୍ଧ ଚାଲିଥିବାରୁ ଭିଡ଼ ଲାଗିଛି । ସକାଳୁ ଧାଡ଼ି ଦର୍ଶନ ଯୋଗୁଁ ପିଣ୍ଡଦାନରେ ବାଧା ସୃଷ୍ଟି ହୋଇଛି ।

ଶ୍ରୀମନ୍ଦିର ଭିତରେ ଦାନ, ଦକ୍ଷିଣା, ଥାଳି, ଗରା, ଗଡ଼ୁ, ଡାଲାରେ ଦକ୍ଷିଣା ଦାନ ନେବା ବନ୍ଦ ହୋଇଯିବ । ତେବେ ବାଇଶ ପାହାଚ ବ୍ରାହ୍ମଣ ଓ ମୁକ୍ତି ମଣ୍ଡପ ବ୍ରାହ୍ମଣମାନେ ଦାନ ଦକ୍ଷିଣା ଗ୍ରହଣ କରିପାରିବେ କି ତାକୁ ନେଇ ଦ୍ୱନ୍ଦ୍ୱ ଲାଗିରହିଛି । ଧାଡ଼ିଦର୍ଶନ ଶୃଙ୍ଖଳିତ ହେଉଛି ବୋଲି କେତେକ ଭକ୍ତ ମତ ଦେଉଛନ୍ତି । ଆଗରୁ କେତେକ ସେବାୟତ ଯାତ୍ରୀଙ୍କୁ ଧରି ଦର୍ଶନ କରାଉଥିବାବେଳେ ସାଧାରଣ ଭକ୍ତ ଦର୍ଶନରୁ ବଂଚିତ ହେଉଥିଲେ । ଏବେ ସମସ୍ତଙ୍କ ପାଇଁ ସମାନ ଦର୍ଶନ ବ୍ୟବସ୍ଥା ହୋଇଛି । କାର୍ତିକ ମାସରେ ଶ୍ରୀମନ୍ଦିର ପ୍ରବଳ ଭିଡ଼ ହେବାର ଥିବାରୁ ତାକୁ ନେଇ ଚିନ୍ତା କରାଯାଉଛି ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତ । ପ୍ରସ୍ତାନ ୩ ଦ୍ୱାରରେ ଭକ୍ତମାନଙ୍କ ପାଇଁ ପ୍ରସ୍ତାବ ବାକ୍ସ ରଖାଯାଇଛି ସେମାନେ ଏହି ଦର୍ଶନ ବ୍ୟବସ୍ଥା ସମ୍ପର୍କରେ ଓ ଆଉ କ’ଣ ହେଲେ ଭଲ ହେବ ସେ ସମ୍ପର୍କରେ ପ୍ରସ୍ତାବ ଦେଇପାରିବେ ।

ସକାଳୁ ପ୍ରତିଦିନ ସ୍ଥାନୀୟ ଭକ୍ତମାନେ ମଙ୍ଗଳା ଆଳତୀ ସମୟରେ ସାମୁହିକ ଦର୍ଶନକରି ଗୀତ ଗୋବିନ୍ଦ ଗାନକରିଥାନ୍ତି । ଏବେ ଧାଡ଼ି ଦର୍ଶନ ଯୋଗୁଁ ସେମାନେ ଠିକ ସମୟରେ ପହଂଚିପାରି ନଥିବା ଅଭିଯୋଗ ହୋଇଛି । ଗୋଟିଏ ଭଲକାମ କରିବାକୁ ଥିବାବେଳେ ଓ ବହୁଦିନର ପ୍ରଥା ବିରୁଦ୍ଧରେ କାମ କରିବାକୁ ହେଲେ କିଛି ପ୍ରତିବନ୍ଧକ ଆଣିଥାଏ । ମାତ୍ର ବୃହତର ଭକ୍ତ ସ୍ୱାର୍ଥ ଦୃଷ୍ଟିରୁ ଏହି ଧାଡ଼ି ବ୍ୟବସ୍ଥା ଅତି ଉତମ ବୋଲି ପ୍ରଶାସନ କହିଛନ୍ତି । ପ୍ରଥମେ ସିଂହଦ୍ୱାର, ବାଇଶ ପାହାଚ, ଚନ୍ଦନଚକଡ଼ା, ସାତପାହାଚ ଦେଇ ଗରୁଡ଼ ଖମ୍ବ ଦର୍ଶନକରି ଭକ୍ତ ଅଭଡ଼ା ନେଇ ୩ ଦ୍ୱାରରେ ପ୍ରସ୍ଥାନ କରିପାରିବେ ।

ବାହାରକାଠ ପାଖରେ ବହୁଦିନରୁ ଭକ୍ତମାନେ ଖୋଲାଖୋଲି ଭାବେ ମୁକ୍ତହୋଇ ଦର୍ଶନ କରୁଥିବାବେଳେ ଏବେ ଧାଡ଼ି ଦର୍ଶନ ବାଧକ ସାଜିଛି । ଭିନ୍ନକ୍ଷମ, ବରିଷ୍ଠ ନାଗରିକ ଓ ଭିଆଇପିଙ୍କ ପାଇଁ ଅଲଗା ବ୍ୟାରିକେଟ୍ ହୋଇଛି । ଏବେ ଫ୍ରି ଟିକେଟ୍ରେ ପ୍ରବେଶ ଓ ପରେ ୧୦ ଟଙ୍କିଆ ଟିକେଟ, ଅନଲାଇନ ଟିକେଟ କରି ପ୍ରବେଶ କରିବା ଯୋଜନା ରହିଛି ବୋଲି କେତେକ ଭକ୍ତ ଆଲୋଚନା କରୁଥିବା ଶୁଣିବାକୁ ମିଳିଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଆମ ଖବର