Connect with us

ତର୍କ ବିତର୍କ

ରାଫେଲ ଚୁକ୍ତି ବାତିଲ ହେବାର ସମ୍ଭାବନା ନାହିଁ -ଜେଟଲୀ l

ରାଫେଲ ଚୁକ୍ତି ବାତିଲ ହେବାର ସମ୍ଭାବନା ନାହିଁ -ଜେଟଲୀ l

ନୂଆଦିଲ୍ଲୀ :- ଗତ କିଛି ଦିନ ହେଲା ରାଫେଲ୍‌ ଡିଲକୁ ନେଇ କଂଗ୍ରେସ ଅଧ୍ୟକ୍ଷ କେନ୍ଦ୍ର ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଆସୁଛନ୍ତି । ଫ୍ରାନ୍‌ସର ପୂର୍ବ ରାଷ୍ଟ୍ରପତି ଭାରତର ପ୍ରଧାନମନ୍ତ୍ରୀଙ୍କୁ ଚୋର କହିବା ପ୍ରସଙ୍ଗରେ ମୋଦି ଜବାବ୍‌ ଦେବା ଉଚିତ ବୋଲି ରାହୁଲ୍‌ କହିଥିଲେ, ଯାହାର ଜବାବ୍‌ ଦେଇ ଅର୍ଥମନ୍ତ୍ର ଅରୁଣ ଜେଟଲି କହିଛନ୍ତି, ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ସମାଲୋଚନାର ଅଧିକାର ରହିଛି । କିନ୍ତୁ ଶବ୍ଦଚୟନରେ ଶାଳୀନତା ରହିବା ମଧ୍ୟ ଆବଶ୍ୟକ । ନିଜର ବିଗତ ଦିନର ଅପାରଗତାକୁ ଲୁଚାଇବା ପାଇଁ ବର୍ତ୍ତମାନର କେନ୍ଦ୍ର ସରକାରଙ୍କ ଉପରେ ଦୁର୍ନୀତିର ଆରୋପ ଲଗାଇବା କଂଗ୍ରେସର ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ଜେଟଲି କହିଛନ୍ତି । ଅର୍ଥମନ୍ତ୍ରୀ ଅରୁଣ ଜେଟଲି କହିଛନ୍ତି, ଅଗଷ୍ଟ ୩୦ ତାରିଖରେ ରାହୁଲ ଟୁଇଟ୍‌ କରି ଫ୍ରାନ୍‌ସରେ ବଡ଼ ଧମାକା ହେବ କହିବା ଓ ତା’ପରେ ପୂର୍ବତନ ଫ୍ରାନ୍‌ସ ରାଷ୍ଟ୍ରପତି ଓଲାନ୍ଦେଙ୍କ ବୟାନ୍‌ ଆସିବା ଏହି ଷଡ୍‌ଯନ୍ତ୍ର ଆଡ଼କୁ ଇସାାରା ଦେଉଛି ।

Click to comment

Leave a Reply

Your email address will not be published. Required fields are marked *

More in ତର୍କ ବିତର୍କ