Connect with us

ଦେଶ

ଆରବିଆଇଠାରୁ ୩.୬ଲକ୍ଷ କୋଟି ନେବନି କେନ୍ଦ୍ର

ସାଙ୍କେତିକ ଚିତ୍ର

ଆରବିଆଇଠାରୁ ୩.୬ଲକ୍ଷ କୋଟି ନେବନି କେନ୍ଦ୍ର
ନୂଆଦିଲ୍ଲୀ,୯ା୧୧ : ରିଜର୍ଭ ବ୍ୟାଙ୍କ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଥିବା ବେଳେ ଆରବିଆଇରେ ଗଚ୍ଛିତ ଥିବା ନଗଦ ରାଶିର ଏକ ତୃତୀୟାଂଶ ଅର୍ଥକୁ ବ୍ୟବହାର କରିବାର ନିଷ୍ପତ୍ତିରୁ ଓହରି ଯାଇଛି କେନ୍ଦ୍ର । ଏହି ଅର୍ଥ କେନ୍ଦ୍ର ସରକାର ଦେଶର ବିକାଶ କ୍ଷେତ୍ରରେ ବିନିଯୋଗ କରିବା ପାଇଁ ଚିନ୍ତା କରୁଥିଲେ ।

ଆଗାମୀ ୧୯ ତାରିଖରେ ହେବାକୁ ଥିବା ବୈଠକ ପୂର୍ବରୁ ଆରବିଆଇଠାରୁ ୩.୬ଲକ୍ଷ କୋଟି ଟଙ୍କା ନେବାର ପ୍ରସ୍ତାବରୁ ଓହରି ଯାଇଥିବା କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ରିଜର୍ଭ ବ୍ୟାଙ୍କ ବିପୁଳ ଅର୍ଥକୁ ଗଚ୍ଛିତ ରଖିବା ଏକ ସଙ୍କୁଚିତ ଧାରା ବୋଲି କେନ୍ଦ୍ର ସରକାର ଯୁକ୍ତି ଦର୍ଶାଇଥିଲେ । ତେଣୁ କେନ୍ଦ୍ର ସରକାର ଏହି ଅର୍ଥକୁ ବିକାଶମୂଳକ କାର୍ଯ୍ୟରେ ବିନିଯୋଗ କରି ଏହି ସଙ୍କୁଚିତ ଧାରାକୁ ପରିବର୍ତ୍ତନ କରିବାକୁ କେନ୍ଦ୍ର ସରକାର ଆଗ୍ରହ ପ୍ରକାଶ କରିଥିଲେ । ଗଚ୍ଛିତ ଥିବା ୯.୬ ଲକ୍ଷ କୋଟି ଟଙ୍କାରୁ କେନ୍ଦ୍ର ସରକାର ୩.୬ଲକ୍ଷ କୋଟି ଟଙ୍କା ମୁଦ୍ରା ସଞ୍ଚାର ଓ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟରେ ବିନିଯୋଗ କରାଯିବ ବୋଲି ସରକାର ଘୋଷଣା କରିଥିଲେ । ରିଜର୍ଭ ବ୍ୟାଙ୍କର ବୋର୍ଡରେ କେନ୍ଦ୍ର ସରକାରଙ୍କ ପ୍ରତିନିଧିଙ୍କ ସଂଖ୍ୟା ଅଧିକ ଥିବାରୁ ଏହି ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହେବାର ସମ୍ଭାବନା ମଧ୍ୟ ଥିଲା ।

କେନ୍ଦ୍ର ସରକାର ଆରବିଆଇର ନଗଦ ନେବା ପ୍ରସ୍ତାବରୁ ଓହରି କେନ୍ଦ୍ର ବ୍ୟାଙ୍କ ଗୁଡିକରେ ପୁଞ୍ଜି ବ୍ୟବସ୍ଥା ସୁଦୃଢ଼ କରିବା ପାଇଁ ଆରବିଆଇକୁ ପରାମର୍ଶ ଦେଇଛନ୍ତି । ଚଳିତ ବର୍ଷ ରାଜକୋଷରେ ବିତ୍ତୀୟ ନିଅଣ୍ଟକୁ ୩.୩ ପ୍ରତିଶତରେ ସୀମିତ ରଖାଯାଇଛି । ଚଳିତ ବର୍ଷର ବଜେଟ ଲକ୍ଷ୍ୟକୁ ପୂରଣ କରିବା ପାଇଁ କେନ୍ଦ୍ର ସରକାର ବଜାରରୁ ୭୦ ହଜାର କୋଟି ଟଙ୍କା ଋଣ ନେବାକୁ ପୂର୍ବରୁ ଚିନ୍ତା କରିଥିଲେ ।

ଏବେ ଏହି ଯୋଜନାରୁ କେନ୍ଦ୍ର ସରକାର ଓହରି ଆସିଛନ୍ତି । କେନ୍ଦ୍ରକୁ ଆବଶ୍ୟକ ଅର୍ଥ ସରକାର ନିଜର ଅର୍ଥନୀତି ଦ୍ୱାରା ପୂରଣ କରିଦେଇଛନ୍ତି । ତେଣୁ ଆରବିଆଇ କିମ୍ବା ବାହାରୁ ଋଣ ନେବାର ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ