Connect with us

ଦେଶ

ପୁଣି ବଢ଼ିଲା ରନ୍ଧନ ଗ୍ୟାସ ମୂଲ୍ୟ

ପୁଣି ବଢ଼ିଲା ରନ୍ଧନ ଗ୍ୟାସ ମୂଲ୍ୟ
ନୂଆଦିଲ୍ଲୀ,୯ା୧୧ : ଏଲପିଜି ବା ରୋଷେଇ ଗ୍ୟାସ୍ ମୂଲ୍ୟ ସିଲିଣ୍ଡର ପିଛା ପୁଣିଥରେ ୨ ଟଙ୍କା ବୃଦ୍ଧି ପାଇଛି । ଚଳିତ ମାସରେ ଦ୍ୱିତୀୟଥର ପାଇଁ ଗ୍ୟାସ ମୂଲ୍ୟ ବୃଦ୍ଧି ପାଇଛି । କେନ୍ଦ୍ର ସରକାର ଡିଲର କମିଶନ ବୃଦ୍ଧି କରିଥିବାରୁ ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧି ପାଇଥିବା କୁହାଯାଉଛି । ଶେଷଥର ପାଇଁ ଗତ ୧ ତାରିଖରେ ୧୪.୨ କେଜି ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୨.୯୪ ଟଙ୍କା ବୃଦ୍ଧି ପାଇଥିଲା ।

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟର ଏହି ନିଷ୍ପତ୍ତି ପରେ ୧୪.୨ କେଜି ଓ ୫ କେଜି ବିଶିଷ୍ଟ ସିଲିଣ୍ଡର ପିଛା ଡିଲର କମିଶନ ଯଥାକ୍ରମେ ୫୦.୫୮ ଟଙ୍କା ଓ ୨୫.୨୯ ଟଙ୍କା ହୋଇଛି । ଶେଷଥର ପାଇଁ ସେପ୍ଟେମ୍ବର ୨୦୧୭ରେ ଡିଲର କମିଶନ ବୃଦ୍ଧି ପାଇଥିଲା । ପରିବହନ ଓ ଶ୍ରମ ମୂଲ୍ୟ ବୃଦ୍ଧି ଯୋଗୁଁ କମିଶନ ବୃଦ୍ଧି କରାଯାଇଥିବା ସରକାରୀ ଭାବେ କୁହାଯାଇଛି । ୧୪.୨ କେଜି ବିଶିଷ୍ଟ ସିଲିଣ୍ଡର ପାଇଁ କମିଶନ ୩୦.୦୮ ଟଙ୍କା ଓ ଖର୍ଚ୍ଚ ମୂଲ୍ୟ ୨୦.୫୦ ଟଙ୍କା ରଖାଯାଇଛି । ସେହିପରି ୫ କେଜି ବିଶିଷ୍ଟ ସିଲିଣ୍ଡରରେ ଡେଲିଭରି ଖର୍ଚ୍ଚ ୧୦.୨୫ ଟଙ୍କା ଓ ଖର୍ଚ୍ଚ ୧୫.୦୪ ଟଙ୍କା ରହିଛି । ଗତ ଜୁନ୍ ମାସଠାରୁ ରନ୍ଧନ ଗ୍ୟାସ ମୂଲ୍ୟ ଲଗାତାର ବୃଦ୍ଧି ପାଇଚାଲିଛି ।

ଇତିମଧ୍ୟରେ ୧୪.୨ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ୧୬.୨୧ ଟଙ୍କା ବୃଦ୍ଧି ପାଇଛି । ସ୍ଥାନୀୟ ଟିକସ ଆଧାରରେ ପ୍ରତି ରାଜ୍ୟରେ ଗ୍ୟାସ ମୂଲ୍ୟ ଭିନ୍ନ ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ