Connect with us

ଓଡିଶା

କଟକରେ ନବୀନଙ୍କ ରୋଡ୍ ସୋ

ସାଙ୍କେତିକ

କଟକରେ ନବୀନଙ୍କ ରୋଡ୍ ସୋ
ଭୁବନେଶ୍ୱର,୧୭ ଏପ୍ରିଲ – ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର କଟକରେ ରୋଡ୍ ଶୋ କରି ନିର୍ବାଚନ ପ୍ରଚାର କରିଛନ୍ତି । ସ୍ୱତନ୍ତ୍ର ବସରେ ମୁଖ୍ୟମନ୍ତ୍ରୀ ସହରର ବିଭିନ୍ନ ଅଂଚଳରେ ରୋଡ୍ ଶୋ’ କରିଥିଲେ । ମୁଖ୍ୟମନ୍ତ୍ରୀ ହାତ ହଲାଇ ରାସ୍ତାର ଉଭୟ ପାଶ୍ୱର୍ରେ ଛିଡ଼ା ହୋଇଥିବା ଲୋକଙ୍କଠାରୁ ଅଭିବାଦନ ଗ୍ରହଣ କରିଥିଲେ ।ଏହାପରେ ମୁଖ୍ୟମନ୍ତ୍ରୀ ହାଇଟେକ୍ ବସ ଉପରେ ଛିଡ଼ା ହୋଇ ଚିରାଚରିତ ଢଙ୍ଗରେ ଭାଷଣ ଦେଇ କହିଥିଲେ ଯେ ମୁଁ କଟକ ଆସିଛି । ଆପଣମାନେ ଖୁସି ତ ? ମୁଁ ବି ଖୁସି । ଶଙ୍ଖ ଚିହ୍ନରେ ମୋହର ମାରି ଜୟଯୁକ୍ତ କରନ୍ତୁ ବୋଲି କହିବା ସହ କଟକବାସୀଙ୍କ ଆଶୀର୍ବାଦ କାମନା କରିଥିଲେ ମୁଖ୍ୟମନ୍ତ୍ରୀ ।
ବୁଧବାର ଅପରାହ୍ନରେ କଟକ ସିଡିଏରେ ମୁଖ୍ୟମନ୍ତ୍ରୀ ପ୍ରଚାର ଆରମ୍ଭ କରିଥିଲେ । ପରେ ରୋଡ଼୍ ଶୋ’ରେ ସେ ସତୀଚୌରା, ସେଲ୍ଟର ଓ କନିକା ଛକ ଦେଇ ଚଣ୍ଡି ମନ୍ଦିର ଛକରେ ପହଂଚିଥିଲେ । ସେଠାରେ କଟକଚଣ୍ଡିଙ୍କୁ ଦର୍ଶନ କରିବା ପରେ ବକ୍ସିବଜାର, ମଣିସାହୁ ଛକ, ରିଙ୍ଗ ରୋଡ଼୍, କଲେଜ ସ୍କୋୟାର, ମାଲଗୋଦାମ, ରାଣୀହାଟ, ବଜ୍ରକବାଟି ଓ ବାଦାମବାଡ଼ି ଦେଇ ଚୌଦ୍ୱାର-କଟକ ବିଧାୟକ ପ୍ରାର୍ଥୀ ସୌଭିକ ବିଶ୍ୱାଳଙ୍କ ନିର୍ବାଚନମଣ୍ଡଳୀରେ ପ୍ରଚାର କରିଛନ୍ତି । ଏହା ପରେ ସେ କଟକ ସଦର ଅଂଚଳରେ ପ୍ରଚାର କରି କନ୍ଦରପୁର ଯାଇଥିଲେ । ସେଠାରେ ପ୍ରଚାର ସାରି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିଥିଲେ । ପ୍ରଚାର ବନ୍ଦ ସମୟ ହଇଯାଇଥିବାରୁ ରସୁଲଗଡ଼ ,ବମିଖାଲ,ଲକ୍ଷ୍ମୀସାଗର ,ଚିନ୍ତାମଣିଶ୍ୱର ଓ କଳ୍ପନା ଅଂଚଳରେ ଉପସ୍ଥିତ ଥିବା ହଜାର ହାଜର ଲୋକ ନିରାଶ ହୋଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା