Connect with us

ଓଡିଶା

ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ

ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ
– ୯,୧୧୭ ବୁଥ୍ ରେ ମତଦାନ କରିବେ ୭୬,୯୩,୧୨୩ ଭୋଟର
– ୨୭୯ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା
ଭୁବନେଶ୍ୱର,୧୭ ଏପ୍ରିଲ – ଗୁରୁବାର ୫ ଟି ଲୋକସଭା ଆସନ ଯଥା ଆସ୍କା, ବରଗଡ, ବଲାଙ୍ଗୀର, କନ୍ଧମାଳ ଓ ସୁନ୍ଦରଗଡ ଏବଂ ଅହା ଅନ୍ତର୍ଗତ ୩୫ ଟି ବିଧାନସଭା ଆସନ ପାଇଁ ଦ୍ୱିତୀୟ ପର୍ଯ୍ୟର୍ାୟ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ ହେବାକୁ ଥିବା ବିଧାନସଭା ଆସନ ଗୁଡିକ ହେଲା ପୋଲସରା, କବିସୂର୍ଯ୍ୟନଗର, ଖଲିକୋଟ, ଆସ୍କା, ସୋରଡା, ସାନଖେମୁଣ୍ଡି, ହିଞ୍ଜିଳି, ବରଗଡ, ପଦମପୁର, ବିଜେପୁର, ଭଟ୍ଟଲି, ଅତାବିରା, ଝାରସୁଗୁଡା, ବ୍ରଜରାଜନଗର, ବଲାଙ୍ଗୀର, ଲୋଇସିଙ୍ଗା, ଟିଟିଲାଗଡ, ପାଟଣାଗଡ, କଂଟାବାଞ୍ଜି, ସୋନପୁର, ବୀରମହାରାଜପୁର, ଫୁଲବାଣୀ, ଜି. ଉଦୟଗିରି, ବାଲିଗୁଡା, ବୌଦ୍ଧ, କଂଟାମାଳ, ଭଞ୍ଜନଗର, ଦଶପଲ୍ଲା, ସୁନ୍ଦରଗଡ, ତଳସରା, ରାଜଗାଙ୍ଗପୁର, ରାଉରକେଲା, ରଘୁନାଥପଲ୍ଲି, ବିରମିତ୍ରପୁର ଏବଂ ବଣାଇ ।
ଗୁରୁବାର ମୋଟ ୯,୧୧୭ ବୁଥ୍ ରେ ୭୬,୯୩,୧୨୩ ଜଣ ଭୋଟର ସେମାନଙ୍କ ମତଦାନ କରିବେ । ସେମାନଙ୍କ ମଧ୍ୟରେ ପୁରୁଷ ଭୋଟଦାତାଙ୍କ ସଂଖ୍ୟା ୩୯,୪୫,୦୨୫ ରହିଥିବା ବେଳେ ମହିଳା ଭୋଟଦାତାଙ୍କ ସଂଖ୍ୟା ୩୭,୪୭,୪୯୩ ଓ କିନ୍ନର ଭୋଟଦାତାଙ୍କ ସଂଖ୍ୟା ୬୦୫ ରହିଛି ।
ଏହି ପର୍ଯ୍ୟାୟ ନିର୍ବାଚନରେ ୩୭୦୧ ସମ୍ବେଦନଶୀଳ ବୁଥ୍ ରହିଛି । ଏଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।୭୩୯ଟି ବୁଥରେ ସିଏପିଏଫ୍ ନିୟୋଜିତ ହୋଇଛନ୍ତି । ସେହିଭଳି ୬୨୩ ବୁଥରେ ସିସିସିଟିଭି ଲାଗିଛି । ୮୯୨ ମାଇକ୍ରୋ ଅବଜର୍ଭର ନିୟୋଜିତ ରହିଛନ୍ତି । ଅନ୍ୟପଟେ ଭିନ୍ନକ୍ଷମ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେଥିପାଇଁ ୧୬ ହଜାର ୮୮୨ ସ୍ୱେଚ୍ଛାସେବୀ ନିୟୋଜିତ ରହିବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି ।
ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିବେ । ଏମାନଙ୍କ ମଧ୍ୟରେ ୩୦ଜଣ ପୁରୁଷ ଓ ୫ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ସେହିପରି ବିଧାନସଭା ନିର୍ବାଚନରେ ୨୪୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିବେ । ଏମାନଙ୍କ ମଧ୍ୟରେ ୨୧୯ ଜଣ ପୁରୁଷ ଓ ୨୫ଜଣ ମହିଳା ପ୍ରାର୍ଥୀ ଅଛନ୍ତି ।
ଅପରପକ୍ଷରେ ଏହି ପର୍ଯ୍ୟାୟରେ ବହୁ ହେଭିୱେଟ୍ ଙ୍କ ମଧ୍ୟରେ କାେଂଟ କି ଟକ୍କର ହେବ । ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀରେ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ (ବିଜେପି) , ପ୍ରମିଳା ବିଷୋୟୀ (ବିଜେଡି) ଓ ରାମକୃଷ୍ଣ ପଣ୍ଡା (ସିପିଆଇ) ମଧ୍ୟରେ ଯୋରଦାର ଲଢେଇ ହେବ । କେବଳ ସେତିକି ନୁହେଁ ଏହି ଲୋକସଭା ଆସନ ଅନ୍ତର୍ଗତ ହିଂଜିଳି ବିଧାନସଭା କ୍ଷେତ୍ରରେ ଖୋଦ୍ ମୁଖ୍ୟନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଦ୍ୱନ୍ଦିତା କରୁଛନ୍ତି ।
ସେହିପରି ବଲାଙ୍ଗୀର ଲୋକସଭା ଆସନରେ ମଧ୍ୟ ସଙ୍ଗୀତା କୁମାରୀ ସିଂହଦେଓ (ବିଜେପି) ,କଳିକେଶ ସିଂହଦେଓ (ବିଜେଡି) ଓ ସମରେନ୍ଦ୍ର ମିଶ୍ର (କଂଗ୍ରେସ) ପ୍ରତିଦ୍ୱନ୍ଦିଙ୍କ ମଧ୍ୟରେ ପ୍ରମୁଖ ଚେହେରା ରହିଥିବା ବେଳେ ବରଗଡରେ ସୁରେଶ ପୂଜାରୀ (ବିଜେପି) , ପ୍ରସନ୍ନ ଆ·ର୍ଯ୍ୟ (ବିଜେଡି) ଓ ପ୍ରଦୀପ ଦେବତା (କଂଗ୍ରେସ)ଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । କନ୍ଧମାଳରେ ଐର ଖାରବେଳ ସ୍ୱାଇଁ (ବିଜେପି) , ମନୋଜ କୁମାର ଆଚାର୍ଯ୍ୟ (କଂଗ୍ରେସ) ଓ ଅଚ୍ୟୁତାନନ୍ଦ ସାମନ୍ତ (ବିଜେଡି) ଏବଂ ସୁନ୍ଦରଗଡ ଲୋକସଭା ଆସନରେ ଜୁଏଲ ଓରାମ (ବିଜେପି),ଜର୍ଜ ର୍ତିକୀ (କଂଗ୍ରେସ) ଓ ସୁନିତା ବିଶ୍ୱ।।ଳ (ବିଜେଡି) ପ୍ରମୁଖଙ୍କ ମଧ୍ୟରେ ଜୋରଦାର ଲଢେଇ ଦେଖିବାକୁ ମିଳିବ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା