Connect with us

ଓଡିଶା

ଦୂତୀଙ୍କ ବିରାଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ

ସାଙ୍କେତିକ

ଦୂତୀଙ୍କ ବିରାଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ
ଭୁବନେଶ୍ୱର,୧୭ ଏପ୍ରିଲ – ଆଥଲେଟ୍ ତଥା ନିର୍ବାଚନ କମିଶନଙ୍କ ଆମ୍ବାସଡର ଦୂତୀ ଚନ୍ଦ ବିଜେଡିର କନ୍ଧମାଳ ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ପାଇଁ ପ୍ରଚାର କରୁଥିବା ଅଭିଯୋଗ ହୋଇଛି । ଦୂତୀ ସୋସାଲ୍ ମିଡିଆରେ ସେ ଅଚ୍ୟୁତଙ୍କ ପାଇଁ ଭୋଟ୍ ମାଗୁଥିବା ଅଭିଯୋଗ କରାଯାଇଛି ।
ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି ଯେ ଅଭିଯୋଗର ଯାଂଚ କରାଯିବ । ନିର୍ବାଚନ କମିଶନଙ୍କ ଆମ୍ବାସଡ଼ର ହୋଇ ଏପରି କରିବା ଠିକ୍ ନୁହେଁ ।
ଅପରପକ୍ଷରେ ଅଭିଯୋଗ ସମ୍ପର୍କରେ ଦୂତୀ କହିଛନ୍ତି,ମୁଁ କୌଣସି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିନି କି କାହାକୁ ଭୋଟ୍ ଦେବାକୁ ଅନୁରୋଧ କରିନି । ମୁଁ ବ୍ୟକ୍ତିଗତ ଭାବେ ତାଙ୍କୁ ଶୁଭେଚ୍ଛା ଜଣାଇଛି ଓ ତାଙ୍କ ସ୍ୱପ୍ନ ସାକାର ହେଉ ବୋଲି କହିଛି । ମୁଁ କୌଣସି ଦଳ ବା ଚିହ୍ନ କଥା ଲେଖିନାହିଁ । ମୁଁ କୌଣସି ଦଳକୁ ବି ସମର୍ଥନ କରି ନାହିଁ । ମୁଁ ଏହାକୁ କାହାକୁ ଶେୟାର କରିବାକୁ ବି ଅନୁରୋଧ କରିନାହିଁ । ମୁଁ କେବଳ ସାରଙ୍କର ଓ ମୋ’ର ଫଟୋ ଦେଇଛି । ମୁଁ ଖେଳିବାକୁ ଗଲା ବେଳେ ସାର୍ ମତେ ଶୁଭେଚ୍ଛା ଜଣାନ୍ତି । ତେଣୁ ମୁଁ ବି ତାଙ୍କୁ ବ୍ୟକ୍ତିଗତ ଭାବେ ଶୁଭେଚ୍ଛା ଜଣାଇଛି ।
ନିର୍ବାଚନ କମିଶନଙ୍କ ଆମ୍ବାସଡର ଏବଂ ଜଣେ ସରକାରୀ କର୍ମଚାରୀ ଭାବେ ଦୂତୀ କାର୍ଯ୍ୟରତ । ଏପରିସ୍ଥଳେ ଜଣେ ନିର୍ଦ୍ଦିଷ୍ଟ ଦଳର ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଂଘନ ବୋଲି ଅଭିଯୋଗ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା