Connect with us

ଓଡିଶା

ରାଜଧାନୀ ଏକ୍ସପ୍ରେସ୍ ରେ ନିଆଁ

ସାଙ୍କେତିକ

ରାଜଧାନୀ ଏକ୍ସପ୍ରେସ୍ ରେ ନିଆଁ
ରାଉରକେଲା,୨୧ା୧ : ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍ ଟ୍ରେନ୍ ନଂ ୨୦୮୧୮ ରେ ଆଜି ନିଆଁ ଲାଗି ଯାଇଥିଲା । ଅପରାହ୍ନ ପ୍ରାୟ ୧ଟା ସମୟରେ ରାଉରକେଲା ଷ୍ଟେସନର ପ୍ରାୟ ୫ କିମି. ପୂର୍ବରୁ ତିଲକାନଗର ନିକଟରେ ଟ୍ରେନ୍ ର ବି-୭ ବଗିରେ ନିଆଁ ଲାଗିଥିବା ଯାତ୍ରୀ ମାନେ ଜାଣିବାକୁ ପାଇଥିଲେ । ବଗିର ଟଏଲେଟ୍ ନିକଟରେ ଥିବା ସୁଇଚ୍ ବୋର୍ଡ଼ରୁ ଧୂଆଁ ବାହାରୁଥିଲା । ଧୂଆଁରେ ସମ୍ପୂର୍ଣ୍ଣ ବଗି ଭର୍ତି ହୋଇଯାଇଥିଲା । ଯାତ୍ରୀମାନେ ଏ ସମ୍ପର୍କରେ ପ୍ୟାଂଟ୍ରି କର୍ମଚାରୀ ଓ ଡ୍ରାଇଭରଙ୍କୁ ସୂଚନା ଦେଇଥିଲେ ଏବଂ ଚେନ୍ ପୁଲିଂ କରିଥିଲେ । ପ୍ରାୟ ୨୦ ମିନିଟ୍ ଧରି ଯାତ୍ରୀମାନଙ୍କ ମଧ୍ୟରେ ଭାଗଦୌଡ଼ ଦେଖିବାକୁ ମିଳିଥିଲା । ନିଆଁ ଲିଭାଇବା ପାଇଁ ସେଠାରେ ସେପରି କୌଣସି ବ୍ୟବସ୍ଥା ନଥିବାରୁ ଡ୍ରାଇଭର ଅପରାହ୍ନ ୧ଟା ୨୦ ମିନିଟ୍ ରେ ରାଉରକେଲା ଷ୍ଟେସନରେ ଆଣି ଟ୍ରେନ୍ ରଖିବା ସହ ଷ୍ଟେସନ ମାଷ୍ଟରଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ । ରେଲୱେ ସୁରକ୍ଷା କର୍ମୀ ଓ ଇଲେଟ୍ରିସିଆନ ତୁରନ୍ତ ନିଆଁକୁ ଆୟତ କରିଥିଲେ । ସର୍ଟ ସର୍କିଟ୍ ରୁ ଟ୍ରେନ୍ ରେ ନିଆଁ ଲାଗିଥିବା ସୂଚନା ମିଳିଛି ।

ତେବେ ଏଥିଯୋଗୁଁ କିଛି କ୍ଷୟକ୍ଷତି ହୋଇନାହିଁ । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଅପରାହ୍ନ ୨ଟା ୧୪ ମିନିଟ୍ ସମୟରେ ଟ୍ରେନ୍ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଛି । ଅନ୍ୟପକ୍ଷରେ ରେଳ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା