Connect with us

ଅପରାଧ

ରୋଗୀଙ୍କୁ ଇଞ୍ଜେକସନ୍ ଦେଲେ ମାନସିକ ବିକୃତ ମହିଳା

ସାଙ୍କେତିକ

ରୋଗୀଙ୍କୁ ଇଞ୍ଜେକସନ୍ ଦେଲେ ମାନସିକ ବିକୃତ ମହିଳା
ନର୍ସ ନିଲମ୍ବିତ, ସୁରକ୍ଷାକର୍ମୀ ବହିଷ୍କୃତ, ସିକ୍ୟୁରିଟି ସଂସ୍ଥାକୁ ନୋଟିସ୍
ସମ୍ବଲପୁର,୨୧ା୧ : ସମ୍ବଲପୁର ସଦର ହସ୍ପିଟାଲରେ ଜଣେ ମାନସିକ ବିକୃତ ମହିଳା ପଶି ୫ରୁ ଉଦ୍ଧ୍ୱର୍ ରୋଗୀଙ୍କୁ ଇଞ୍ଜେକସନ୍ ଦେବା ଘଟଣାରେ ପୋଲିସ ସମ୍ପୃକ୍ତ ମହିଳା ଲିଲି ଜାଲଙ୍କୁ ଗିରଫ କରିଛି । ଘଟଣାରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଘଟଣାଦିନ ଡ୍ୟୁଟିରେ ଥିବା ନର୍ସ ରଜନୀ ସାହୁଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯିବା ସହ ଡ୍ୟୁଟିରେ ଥିବା ସୁରକ୍ଷାକର୍ମୀଙ୍କୁ ବହିଷ୍କୃତ କରାଯାଇଛି । ଏହା ବ୍ୟତୀତ ସମ୍ପୃକ୍ତ ସିକ୍ୟୁରିଟି ସଂସ୍ଥାକୁ ଏନେଇ ନୋଟିସ୍ ଜାରୀ କରାଯାଇଛି ।

ପ୍ରକାଶ ଥାଉ କି, ଗତ ୧୯ ତାରିଖ ବିଳମ୍ବିତ ରାତିରେ ଘରେ ଝଗଡ଼ା କରି ଏହି ମାନସିକ ବିକୃତ ମହିଳା ମେଡିକାଲ ମଧ୍ୟକୁ ପଶି ଆସିଥିଲେ । ଏହି ସମୟରେ ପୁରୁଷ ମେଡିସିନ ୱାର୍ଡ଼ରେ କାର୍ଯ୍ୟରତ ନର୍ସ ନଥିବା ଦେଖି ସେ ୫ରୁ ଉଦ୍ଧ୍ୱର୍ ରୋଗୀଙ୍କୁ ମନଇଚ୍ଛା ଇଞ୍ଜେକସନ୍ ଦେଇଥିଲେ । ଘଟଣା ଜଣାପଡିବା ପରେ ବିଭାଗ ପକ୍ଷରୁ ସେଦିନ ଦାୟୀତ୍ୱରେ ଥିବା କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସିସିଟିଭି ଫୁଟେଜ୍ କୁ ଭିତି କରି ପୋଲିସ ଯାଂଚ୍ କରୁଛି । ରୋଗୀଙ୍କୁ କେଉଁ ଇଞ୍ଜେକସନ୍ ଦିଆଯାଇଛି ପୋଲିସ ସେନେଇ ତଦନ୍ତ ଚଳାଇଛି ।

ଅନ୍ୟପକ୍ଷରେ ଘଟଣାର ବିଧିବଦ୍ଧ ତଦନ୍ତ ନିମନ୍ତେ ଏକ ତଦନ୍ତ କମିଟି ଗଠନ କରାଯାଇଛି ଏବଂ ଏନେଇ ଅଧିକ ଛାନଭିନ୍ ଜାରୀ ରହିଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କେ.କେ. ଗୁପ୍ତା ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ