Connect with us

ଦେଶ

୯ ମାଓବାଦୀ ନିହତ, ୨ ଯବାନ ସହିଦ

image

୯ ମାଓବାଦୀ ନିହତ, ୨ ଯବାନ ସହିଦ
ସୁକମା,୨୬ା୧୧ : ଛତିଶଗଡ଼ର ସୁକମା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ପୁଣି ମିଳିଛି ବଡଧରଣର ସଫଳତା । ସୁରକ୍ଷାକର୍ମୀଙ୍କ ଗୁଳିରେ ୯ଜଣ ନକ୍ସଲ ନିହତ ହୋଇଥିବା ବେଳେ ମାଓବାଦୀଙ୍କ ପାଲଟା ଆକ୍ରମଣରେ ୨ଜଣ ଯବାନ ସହିଦ ହୋଇଛନ୍ତି । ଏବେବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଆଜି ସକାଳେ କିସ୍ତାରାମ ଅଞ୍ଚଳର ଜଙ୍ଗଲରେ କିଛି ମାଓବାଦୀ କ୍ୟାମ୍ପ କରି ରହିଥିବା ସୂଚନା ମିଳିଥିଲା । ଏହାପରେ ଡିଆର୍ଜି ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ନକ୍ସଲମାନଙ୍କ କ୍ୟାମ୍ପ ପାଖରେ ସୁରକ୍ଷାକର୍ମୀମାନେ ପହଞ୍ôଚବା କ୍ଷଣି ଆରମ୍ଭ ହୋଇଥିଲା ଗୁଳି ବିନିମୟ ।

ସକାଳ ୮ଟାରୁ ଆରମ୍ଭ ହୋଇଥିବା ଏହି ଗୁଳି ବିନିମୟ ଦୀର୍ଘ ୩ରୁ ୪ ଘଣ୍ଟା ଧରି ଚାଲିଥିଲା । ଏହାପରେ ନକ୍ସଲମାନେ ଘଟଣା ସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ । ସର୍ଚ୍ଚ ଅପରେସନ ବେଳେ ୯ଜଣ ନକ୍ସଲଙ୍କ ମୃତଦେହ ମିଳିଛି । ସେହିପରି ନକ୍ସଲ ବିରୋଧୀ ଅପରେସନରେ ଦୁଇଜଣ ଡିଆର୍ଜି ଯବାନ ସହିଦ ହୋଇଥିବା ସୁକମା ଏସ୍ପି ଅଭିଷେକ ମୀନା କହିଛନ୍ତି । ସେ କହିଛନ୍ତି, ଏବେ ବି ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି । ଗତକାଲି ମଧ୍ୟ ଛତିଶଗଡର ବିଜାପୁର ଜିଲ୍ଲାରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଏଥିରେ ୨ଜଣ ନକ୍ସଲ ନିହତ ହୋଇଥିବା ବେଳେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ