Connect with us

ଦେଶ

୩ ଆତଙ୍କୀ ନିହତ

ସାଙ୍କେତିକ ଚିତ୍ର

୩ ଆତଙ୍କୀ ନିହତ
ନୂଆଦିଲ୍ଲୀ,୨୭ା୧୧ : ଜାମ୍ମୁ-କାଶ୍ମୀରରେ ଆଶ୍ରୟ ନେଇଥିବା ଆତଙ୍କବାଦୀଙ୍କୁ ନିପାତ କରିବାକୁ ସେନା ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି । ମଙ୍ଗଳବାର କାଶ୍ମୀରର କୁଲଗାମ ଜିଲ୍ଲାରେ ଏନକାଉଣ୍ଟର କରାଯାଇଛି । କୁଲଗାମର ରେଡବନୀ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମାଧ୍ୟରେ ଗୁଳି ବିନିମୟରେ ୨ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଏହି ଏନକାଉଣ୍ଟରରେ ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି । କେବଳ କୁଲଗାମ କାହିଁକି ପୁଲବାମାଠାରେ ମଧ୍ୟ ଆତଙ୍କବାଦୀ ଓ ସେନା ମଧ୍ୟରେ ଗୁଳି ବିନିମୟ ଜାରି ରହିଛି ।

ଆତଙ୍କବାଦୀ ଲୁଚି ରହିଥିବା ଅଞ୍ଚଳକୁ ସେନା ପକ୍ଷରୁ ଘେରି ନିଆଯାଇଛି । ଏହି ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଛି । ମୃତ ଆତଙ୍କବାଦୀ ଜାକିର ମୁସା ଗ୍ରୁପର ଅନସାର ଉଲ ଗଜବତୁଲ ବୋଲି ଜଣାପଡିଛି । ଜାମ୍ମୁ-କାଶ୍ମୀରରେ ସେନା ପକ୍ଷରୁ ଆତଙ୍କବାଦୀ ନିପାତ କାର୍ଯ୍ୟକ୍ରମରେ ଚଳିତବର୍ଷ ଅଦ୍ୟାବଧି ୨୨୬ଜଣ ଆତଙ୍କବାଦୀଙ୍କୁ ମାରିଥିବାବେଳେ ଏହି ରେକର୍ଡକୁ ଚଳିତ ବର୍ଷ ସେନା ଭାଙ୍ଗି ନୂଆ ରେକର୍ଡ କରିଛି । କେବଳ ୩-୪ ଦିନ ମଧ୍ୟରେ ସୁରକ୍ଷାକର୍ମୀମାନେ ୨୦ରୁ ଅଧିକ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଛନ୍ତି ।

ଅପରପକ୍ଷରେ ୨୫ ନଭେମ୍ବର ୨୦୧୮ ସୁଦ୍ଧା ଭାରତୀୟ ସେନାର ୫୬ଜଣ ଯବାନ ସହିତ ହୋଇଥିବା ସୂଚନା ମିଳିଛି । ଗତବର୍ଷ ପୃଥକ ପୃଥକ ଅପରରେସନରେ ୫୯ଜଣ ଯବାନ ସହିଦ ହୋଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ