Connect with us

ଦେଶ

ବିଧାନସଭା ଓ ଲୋକସଭା ନିର୍ବାଚନରେ ଇଭିଏମ୍ ବ୍ୟବହାର କରାଯିବ :ସୁପ୍ରିମକୋର୍ଟ

image

ବିଧାନସଭା ଓ ଲୋକସଭା ନିର୍ବାଚନରେ ଇଭିଏମ୍ ବ୍ୟବହାର କରାଯିବ :ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୨ା୧୧ : ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ ବା ଇଭିଏମ୍ ହିଁ ବ୍ୟବହାର କରାଯିବ । ଏ ସମ୍ପର୍କରେ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟଏହି ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନରେ ଇଭିଏମ୍ ସ୍ଥାନରେ ବାଲଟ କାଗଜ ବ୍ୟବହାର କରାଯିବା ଲାଗି ଦାଖଲ ହୋଇଥିବା ପିଆଇଏଲକୁ ଅଦାଲତ ଖାରଜ କରିଦେଇଛନ୍ତି । ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି ।

ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନର ଅପବ୍ୟବହାର ସମ୍ଭାବନା ଥିବା ଏବଂ ଅବାଧ ଓ ନିରପେକ୍ଷ ଭୋଟ ଗ୍ରହଣ ପାଇଁ ସେଗୁଡିକୁ ବ୍ୟବହାର କରାଯିବା ଉଚିତ ନୁହେଁ ବୋଲି ‘ନ୍ୟାୟଭୂମି’ ନାମକ ଏନଜିଓର ଯୁକ୍ତି ଗ୍ରହଣଯୋଗ୍ୟ ନୁହେଁ ବୋଲି କହିବା ସହ କୋର୍ଟ ପିଆଇଏଲକୁ ଖାରଜ କରି କହିଛନ୍ତି । ପ୍ରତ୍ୟେକ ବ୍ୟବସ୍ଥା ଓ ମେସିନକୁ ବ୍ୟବହାର କରାଯାଇପାରିବ ଓ ଅପବ୍ୟବହାର ମଧ୍ୟ କରାଯାଇପାରିବ ଏବଂ ସବୁ ସ୍ଥାନରେ ସନ୍ଦେହ ରହିବ । ତେଣୁ ପ୍ରଚଳିତ ତଥା ନୂଆ ବ୍ୟବସ୍ଥାକୁ ଗ୍ରହଣ କରିବାରେ କୁଣ୍ଟାବୋଧ କାହିଁକି ବୋଲି ଅଦାଲତ ପ୍ରଶ୍ନ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ