Connect with us

ଓଡିଶା

୯ ବୁଥ୍ ରେ ସାନି ମତଦାନ ଶେଷ

ସାଙ୍କେତିକ

୯ ବୁଥ୍ ରେ ସାନି ମତଦାନ ଶେଷ
ଭୁବନେଶ୍ୱର,୨୫ ଅପ୍ରେଲ – ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଓଡିଶାରେ ୯ ଟି ବୁଥ୍ରେ ଶାନ୍ତି ଶୃଙ୍ଖଳାର ସହ ସାନି ମତଦାନ ସମ୍ପନ୍ନ ହୋଇଛି । ସୁନ୍ଦରଗଡ ଲୋକସଭାର ସୁନ୍ଦରଗଡ ବିଧାନସଭା ଅଂଶ ବୁଥ୍ ନଂ-୨୧୩ ଓ ବଣାଇ ବିଧାନସଭା ଅଂଶର ବୁଥ୍ ନଂ-୧୨୯ରେ ୭୦.୫ ପ୍ରତିଶତ ମତଦାନ ହୋଇଛି ।
କନ୍ଧମାଳ ଲୋକସଭାର ଦଶପଲ୍ଲା ବିଧାନସଭା ଅଂଶର ବୁଥ୍ ନଂ- ୨୧୦ ଓ ୨୨୨ରେ ୬୮.୧୫ ପ୍ରତିଶତ ମତଦାନ ହୋଇଅଛି । ସେହିପରି ବରଗଡ ଲୋକସଭା ନିର୍ବାଚନ ମଣ୍ଡଳୀର ପଦମ୍ପୁର ବିଧାନସଭା ଅଂଶର ବୁଥ୍ ନଂ-୧୬, ବରଗଡ ବିଧାନସଭା ଅଂଶର ବୁଥ୍ ନଂ-୬୮ ଓ ଅତାବିରା ବିଧାନ ସଭା ଅଂଶର ବୁଥ୍ ନଂ-୨୩୫ରେ ୭୩.୮ ପ୍ରତିଶତ ମତଦାନ ହୋଇଛି । ବରଗଡ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରଜରାଜ ନଗର ବିଧାନସଭା ଅଂଶର ବୁଥ୍ ନଂ-୨୫୪ରେ ୭୭.୯୩ ପ୍ରତିଶତ ମତଦାନ ହୋଇଥିବା ବେଳେ ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀର ସୋରଡା ବିଧାନସଭା ଅଂଶ ଅନ୍ତର୍ଗତ ବୁଥ୍ ନଂ-୧୮୨ ରେ ୭୯.୦୩ ପ୍ରତିଶତ ମତଦାନ ହୋଇଛି ।
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଭୋଟ୍ ଗ୍ରହଣ ବାତିଲ ହୋଇଥିବା ରାଜ୍ୟର ୯ଟି ବୁଥ୍ ରେ ଗୁରୁବାର ସାନି ମତଦାନ କରାଯାଇଛି । ସମ୍ପୃକ୍ତ ବୁଥ୍ ଗୁଡିକରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସକାଳ ୯ଟା ସୁଦ୍ଧା ୧୦ ପ୍ରତିଶତ ମତଦାନ ହୋଇଥିଲା । ସେହିପରି ୧ ଟା ସୁଦ୍ଧା ୪୮ ପ୍ରତିଶତ ଓ ଅପରାହ୍ନ ୩ ଟା ସୁଦ୍ଧା ୬୩ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି ।
ସାନି ମତଦାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ବିଭିନ୍ନ କାରଣରୁ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ଏହି ସବୁ ବୁଥରେ ମତଦାନ ହୋଇପାରି ନଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା