Connect with us

ଓଡିଶା

ଶ୍ରୀଜୀଉଙ୍କ ଦର୍ଶନ କଲେ ବଲିଉଡ୍ ଅଭିନେତା ମିଥୁନ ଚକ୍ରବର୍ତି

ସାଙ୍କେତିକ

ଶ୍ରୀଜୀଉଙ୍କ ଦର୍ଶନ କଲେ ବଲିଉଡ୍ ଅଭିନେତା ମିଥୁନ ଚକ୍ରବର୍ତି
ପୁରୀ, ୨୫ ଅପ୍ରେଲ – ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି ବଲିଉଡ୍ ର ବରିଷ୍ଠ ଅଭିନେତା ତଥା ସୁପରଷ୍ଟାର ମିଥୁନ ଚକ୍ରବର୍ତି । ଆଜି ସକାଳେ ସେ ଶ୍ରୀମନ୍ଦିରରେ ପହଂଚି ଭିତର କାଠ ନିକଟରୁ ରତ୍ନ ସିଂହାସନରେ ବିରାଜମାନ ଚତୁର୍ଦ୍ଧାମୂର୍ତିଙ୍କୁ ଦର୍ଶନ କରିଛନ୍ତି । ପରେ ବେହେରଣ ଦ୍ୱାର ଦେଇ ସେ ବାହାରକୁ ଆସିଥିଲେ ।
ଶ୍ରୀଜୀଉଙ୍କ ଦର୍ଶନ ବେଳେ ତାଙ୍କ ସହିତ ତାଙ୍କର ପୂଜାପଣ୍ଡା ତଥା ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସମହାପାତ୍ର ଉପସ୍ଥିତ ଥିଲେ । ସେ ମା’ ବିମଳା, ସରସ୍ୱତୀ ଓ ପରେ ମହାଲକ୍ଷ୍ମୀଙ୍କୁ ଦର୍ଶନ କରିଥିଲେ । ସେ ଆନନ୍ଦ ବଜାରରେ ମଧ୍ୟ ବୁଲି ଥିଲେ । ମନ୍ଦିର ପ୍ରଶାସନ ପକ୍ଷରୁ ମିଥୁନ ଚକ୍ରବର୍ତୀଙ୍କ ଦର୍ଶନ ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ମାନସିକ ଥିବାରୁ ସେ ପୁରୀ ଆସି ଶ୍ରୀଜୀଉଙ୍କ ଦର୍ଶନ କରିଥିବା ଗଣମାଧ୍ୟମକୁ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତକାଲି ରାତିରେ ମିଥୁନ୍ ପୁରୀରେ ଆସି ପହଂଚି ଥିଲେ । ଆଜି ସକାଳେ ସେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା