Connect with us

ଓଡିଶା

କେନ୍ଦ୍ରରେ ସରକାର ଗଠନରେ ଓଡିଶାର ବଡ ଭୂମିକା ରହିବ : ମୁଖ୍ୟମନ୍ତ୍ରୀ

ସାଙ୍କେତିକ

କେନ୍ଦ୍ରରେ ସରକାର ଗଠନରେ ଓଡିଶାର ବଡ ଭୂମିକା ରହିବ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୫ ଅପ୍ରେଲ – କେନ୍ଦ୍ରରେ କୌଣସି ଜାତୀୟ ଦଳ ଏଥର ବହୁମତ ପାଇବେ ନାହିଁ । କେନ୍ଦ୍ରରେ ସରକାର ଗଠନରେ ଓଡିଶାର ବିଶେଷ ଭୂମିକା ରହିବ । ସେହିପରି ଓଡିଶାର ଦୁଃଖ ସମୟରେ ପ୍ରଧାନମନ୍ତ୍ରୀ ଆସିଲେନି । ସେଥିପାଇଁ ତାଙ୍କୁ ସମୟ ହେଲାନି । କିନ୍ତୁ ଭୋଟ୍ ହେଲା ବେଳେ ପ୍ରଧାନମନ୍ତ୍ରୀ ସବୁଦିନ ଓଡିଶା ଆସୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଗୁରୁବାର ଦିନ କ୍ରମାଗତ ଦି୍ୱତୀୟ ଦିନ ପାଇଁ ଉତର ଓଡିଶା ଗସ୍ତରେ ରହି ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ପ୍ରଥମେ ବାରିପଦାର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରି ଆଶୀର୍ବାଦ କାମନା କରିଥିଲେ ।ଏହା ପରେ କପ୍ତିପଦାରେ ଦଳ ପକ୍ଷରୁ ଆୟୋଜିତ ଏକ ଜନସଭାରେ ସାମିଲ ହୋଇ ସିଧାସଳଖ କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ୍ କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
କପ୍ତିପଦା ନିର୍ବାଚନୀ ସଭାରୁ କେନ୍ଦ୍ରକୁ କଡା ଭାଷାରେ ସମାଲୋଚନା କରି ସେ କହିଛନ୍ତି, ନିର୍ବାଚନ ସମୟରେ କେନ୍ଦ୍ରର ବଡ ବଡ ନେତା ଓଡିଶା ଧାଇଁ ଆସୁଛନ୍ତି ହେଲେ ବିପର୍ଯ୍ୟୟ ବେଳେ ସେମାନଙ୍କର କାହାର ବି ଦେଖାମିଳେନି । ବାରିପଦା ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ୮୦ ପ୍ରତିଶତ ଟଙ୍କା ଖର୍ଚ୍ଚ କରିଥିବା ବେଳେ କେନ୍ଦ୍ର ସରକାର ମାତ୍ର ୨୦ ପ୍ରତିଶତ ଟଙ୍କା ଦେଲେ । ଜଣେ ଓଡିଆ କେନ୍ଦ୍ର ମନ୍ତ୍ରୀ ମେଡିକାଲ କଲେଜକୁ ବିରୋଧ କରୁଥିଲେ । ରାଜ୍ୟ ସରକାରଙ୍କ ଉଦ୍ୟମରେ ମେଡିକାଲ କଲେଜ ସଫଳ ହେଲା । ଏସସି ଏସଟଇ ପିଲାଙ୍କ ଛାତ୍ର ବୃତି ବି ବନ୍ଦ କରିଦେଲେ । ମୟୂରଭଂଜ ରେ ରେଳ ସମ୍ପ୍ରସାରଣ ଶୂନ । ଏହା କେମିତିକା ହୀନ ରାଜନୀତି ? ମୟୂରଭଂଜର ସ୍ୱାଭିମାନୀ ଜନତା ଏହାର ଉଚିତ୍ ଜବାବ ଦେବେ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ଦେବାକୁ ନିବେଦନ କରିଥିଲେ ।
ଏହା ବ୍ୟତୀତ କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହେଲେଣି କିନ୍ତୁ କେନ୍ଦ୍ରର ବିଜେପି ସରକାର ଏହାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି ବୋଲଶି ସେ ଦୋହରାଇବା ସହ ମୁଁ ଥିବା ପର୍ଯ୍ୟନ୍ତ କାଳିଆକୁ କେହି ବନ୍ଦ କରିପାରିବେ ନାହିଁ ବୋଲି କହିଥିଲେ । ସେହିପରି ବିଜୁ ଜନତା ଦଳ ପୁନର୍ବାର କ୍ଷମତାକୁ ଆସିଲେ ସରକାର ଗଠନର ପ୍ରଥମ ଦିନରେ ହିଁ କାଳିଆର ଦୁଇଟି କିସ୍ତିର ଟଙ୍କା ଚାଷୀଙ୍କୁ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା