Connect with us

ଆଞ୍ଚଳିକ

୭୫ ମିଟର ମାପକୁ ନେଇ ଉତେଜନା

ସାଙ୍କେତିକ

୭୫ ମିଟର ମାପକୁ ନେଇ ଉତେଜନା
ପୁରୀ,୧୯ ସେପ୍ଟେମ୍ବର – ଶ୍ରୀମନ୍ଦିର ସୁରକ୍ଷା ଜୋନ୍ ୭୫ ମିଟର ମାପକୁ ନେଇ ମଣିକର୍ଣ୍ଣିକା ସାହି ଓ ବାସେଳୀ ସାହିରେ ଉତେଜନା ଦେଖାଦେଇଛି । ଛାତ ଉପରେ ଆରଆଇ ଅମିନ ଯିବା ସମୟରେ ଲୋକମାନେ ବିରୋଧ କରିଥିଲେ । କି ଆଦେଶ ବଳରେ ଆମ ଘରେ ପଶୁଛ ବୋଲି ପ୍ରଶ୍ନ କରିଥିଲେ । ଉପର ମାପ ଉପରେ ଯିବ, ଆମ ଘରେ ପଶି କାହିଁକି ଦାଗ ଦେବ ବୋଲି ପ୍ରଶ୍ନ କରିଥିଲେ ।

ଏହି ଘଟଣାକୁ ନେଇ ସେଠାରେ ଉତେଜନା ପ୍ରକାଶ ପାଇଥିଲା । ବାସେଳୀ ମନ୍ଦିର ଠାରେ ସ୍ଥାନୀୟ ବାସନ୍ଦା ଓ ମହିଳାମାନେ ଏହାକୁ ବିରୋଧ କରି ରାସ୍ତା ଉପରେ ବସିଥିଲେ । ସେହିପରି ମଣିକର୍ଣ୍ଣିକା ସାହିରେ ଜଣକ ଘରେ ପଶିବା ସମୟରେ ଦୁଇ ମହଲା ଉପରୁ ଜଣେ ବୃଦ୍ଧା କୋର୍ଟ ଅର୍ଡର ଦେଖାଇ ଘରେ ପଶ ବୋଲି କହିଥିଲେ । ଆମ ଘରେ କେହି ନାହାଁନ୍ତି, ତମେ ବୁଟ ପିନ୍ଧି କାହିଁକି ପଶୁଛ କହିବାରୁ ସମସ୍ତ କର୍ମଚାରୀ ଫେରିଆସିଥିଲେ । ଏପରିକି କର୍ମଚାରୀମାନଙ୍କୁ ସେଠାରୁ ଘଉଡାଇବା ପାଇଁ ଅପଚେଷ୍ଟା ମଧ୍ୟ କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ