Connect with us

ଅପରାଧ

୭ଟି ମୃତ ବିଦେଶୀ ପକ୍ଷୀ ଜବତ

ସାଙ୍କେତିକ ଚିତ୍ର

ଟାଙ୍ଗୀ / ଖୋର୍ଦ୍ଧା :- ଚିଲିକା ଉପକୂଳ କାଳୁପଡ଼ାଘାଟ ଜେଟି ନିକଟରୁ ୭ଟି ମୃତ ବିଦେଶୀ ପକ୍ଷୀ ଜବତ ସହ ଜଣେ ବ୍ୟକ୍ତିଙ୍କୁ ସ୍ଥାନୀୟ ବନ ବିଭାଗ ଗିରଫ କରିଛି । ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗର କର୍ମଚାରୀମାନେ ଅଚାନକ ଚଢ଼ାଉ କରି ମୃତ ପକ୍ଷୀ ଗୁଡିକୁ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବନ ଅଧିକାରୀ ସୁବାସ ଚନ୍ଦ୍ର ବେହେରା ପ୍ରକାଶ କରିଛନ୍ତି ।

ଅଭିଯୁକ୍ତ ଜଣକ ହେଉଛନ୍ତି ବାଉଁଶମୁଳ ଗ୍ରାମର ବୈଷ୍ଣବ ପ୍ରଧାନଙ୍କ ପୁଅ ଭାସ୍କର ପ୍ରଧାନ । ଜବତ ହୋଇଥିବା ସାମଗ୍ରୀ ଗୁଡିକ ମଧ୍ୟରେ ଏକ ଦେଶୀ ଡଙ୍ଗା ସହିତ ୪ ଲାର୍ଜ ହୁଇସିଲିଂ ଡକ୍‌, ୧ ଓପିଟଟ୍‌ ଜାକନା ଓ ୨ ମୁର ହେନ୍‌ ମୃତ ପକ୍ଷୀ ରହିଛି । ବନପାଳ ରଧାକାନ୍ତ ହୋତା, ରଶ୍ମିରଞ୍ଜନ ନାୟକ, ବନରକ୍ଷୀ ମଧୁସ୍ମିତା ଜେନା ଓ ଶିବ ପ୍ରସାଦ ପଲେଇ ସମେତ ୫ ଜଣ ଜଗୁଆଳି ଏହି ଚଢ଼ାଉରେ ସାମିଲ ହୋଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ