Connect with us

ଓଡିଶା

ବିଜେଡି ସଂସଦୀୟ ଦଳର ବୈଠକ ବସିଲା

ସାଙ୍କେତିକ ଚିତ୍ର

ଭୁବନେଶ୍ୱର ;- ଡିସେମ୍ବର ୧୧ତାରିଖରୁ ପାର୍ଲାମେଣ୍ଟର ଶୀତ ଅଧିବେଶନ ଆରମ୍ଭ ହେଉଥିବାରୁ ଦଳୀୟ ରଣନୀତି ସଂକ୍ରାନ୍ତରେ ଆଲୋଚନା ନେଇ ରବିବାର ଦିନ ବିଜେଡି ସଂସଦୀୟ ଦଳର ବୈଠକ ବସିଛି । ନବୀନ ନିବାସରେ ବସିଥିବା ବୈଠକରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଅଧ୍ୟକ୍ଷତା କରିଛନ୍ତି ।

ବିଜେଡି ପକ୍ଷରୁ କେଉଁ ପ୍ରସଙ୍ଗ ଲୋକ ସଭା ଏବଂ ରାଜ୍ୟ ସଭାରେ ଉପସ୍ଥାପନ କରାଯିବ, ସେ ନେଇ ବିସ୍ତୃତ ଭାବେ ଆଲୋଚନା ହୋଇଛି । ପାର୍ଲାମେଣ୍ଟ ଏବଂ ରାଜ୍ୟ ବିଧାନସଭାଗୁଡିକରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ୟମ ଆରମ୍ଭ କରିଛନ୍ତି । ଏଥିପାଇଁ ନିକଟରେ ଓଡ଼ିଶା ବିଧାନସଭାରେ ସର୍ବସମ୍ମତ ସଂକଳ୍ପ ଗୃହୀତ କରାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଚିଠି ଲେଖିଛନ୍ତି । ତେଣୁ ଏହି ପ୍ରସଙ୍ଗକୁ ପାର୍ଲାମେଣ୍ଟରେ ଦୃଢ଼ ଭାବରେ ଉପସ୍ଥାପନ କରିବା ଉପରେ ଦଳ ଗୁରୁତ୍ୱ ଦେବ ।

ସେହିପରି ଦଳୀୟ ପ୍ରତିନିଧିମାନେ ସ୍ଥିରୀକୃତ ହୋଇଥିବା ବିଭିନ୍ନ ଦଳର ପ୍ରତିନିଧିଙ୍କୁ ଭେଟିବା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି ବୋଲି ଜଣାପଡିଛି । ସେହିପରି ପୋଲାଭରମ୍‌, ମହାନଦୀ, ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗ ଏବଂ ଏସ୍‌ସି,ଏସ୍‌ଟି ଛାତ୍ରୀଛାତ୍ରଙ୍କ ଭତ୍ତା ଅନୁଦାନ ହ୍ରାସ ନେଇ ଆଲୋଚନା ମଧ୍ୟ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା