Connect with us

ଓଡିଶା

ଲୋକାୟୁକ୍ତ ପାଇଁ ସାତ ଜଣିଆ ଚୟନ କମିଟି ଗଠିତ

ସାଙ୍କେତିକ ଚିତ୍ର

ଲୋକାୟୁକ୍ତ ପାଇଁ ସାତ ଜଣିଆ ଚୟନ କମିଟି ଗଠିତ
ଭୁବନେଶ୍ୱର,୧୦ା୧୨: ଲୋକାୟୁକ୍ତ ନିଯୁକ୍ତି ପାଇଁ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଅମିତାଭ ରାୟଙ୍କ ଅଧ୍ୟକ୍ଷତାରେ ଏକ ସାତଜଣିଆ ଚୟନ କମିଟି ଗଠନ କରାଯାଇଛି । କମିଟିର ସଭ୍ୟମାନେ ହେଲେ ଭେଙ୍କଟ ରାଓ ରାମଭଟଲା, ସଞ୍ଜିବ ହୋତା, ଡ. ରବି ନାରାୟଣ ବୋହିଦାର, ଗୋପାଳ ଚନ୍ଦ୍ର ନନ୍ଦ, ଡ. ବିଦୁଭୂଷଣ ସାମଲ ଏବଂ ପ୍ରଫେସର ସ୍ନିଗ୍ଧା ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟିର ବୈଠକ ଆଜି ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମାସକ ଭିତରେ ଲୋକାୟୁକ୍ତଙ୍କ ନାମ ସିଲେକ୍ଟ କମିଟିକୁ ପଠାଇବା ପାଇଁ ନିଷ୍ପତି ହୋଇଛି । ଚୟନ କମିଟିରେ ହାଇକୋର୍ଟର ମୁଖ୍ୟ ବିଚାରପତି କେ. ଏସ. ଜାଭେରୀ, ଓଡ଼ିଶା ବିଧାନସଭାର ବାଚସ୍ପତି, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅନଙ୍ଗ ପଟ୍ଟନାୟକ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା