Connect with us

ଅପରାଧ

୫ ମାଓବାଦୀ ନିହତ

ସାଙ୍କେତିକ ଚିତ୍ର

୫ ମାଓବାଦୀ ନିହତ
ମାଲକାନଗିରି,୫ା୧୧ : ମାଲକାନଗିରି ଜିଲ୍ଲା କାଲିମେଳା ନିକଟ ପପୁଲୁର ଜଙ୍ଗଲରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ୫ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା ଥିବା ଜଣାପଡିଛି । ମୃତକ ମାଓବାଦୀ କାଲିମେଳା ଦଳମର ବୋଲି ଜଣାପଡିଛି । ଏଥିରେ କାଲିମେଳା ଦଳମର ନେତା ରଣଦେବ ଖସି ପଳାଇଥିବା ସୂଚନା ମିଳିଛି ।

ଗୁଳି ବିନିମୟରେ ମାଓ କ୍ୟାମ୍ପ ସମେତ ଅନେକ ମାଓ ସାମଗ୍ରୀ ନଷ୍ଟ ହୋଇଯାଇଛି । ଏହାସହ ଘଟଣା ସ୍ଥଳରୁ ୪ଟି ବନ୍ଧୁକ, କାର୍ବାଇନ୍, ୨ଟି ଏସ୍ଏଲ୍ଆର ଓ ଗୋଟିଏ ଇନସାସ୍ ରାଇଫଲ୍ ଜବତ ହୋଇଛି । ବର୍ତ୍ତମାନ ମଧ୍ୟ ପପୁଲୁର ଜଙ୍ଗଲ ମଧ୍ୟରେ ମାଓ କ୍ୟାମ୍ପ ଥିବାର ସୂଚନା ପାଇ ରବିବାର ରାତିରେ ପୋଲିସ ଚଢ଼ଉ କରିଥିଲା । ଫଳରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୫ଜଣ ମାଓବାଦୀ ନିହତ ହୋଇଛନ୍ତି । ମାଓବାଦୀମାନେ ବ୍ୟବହାର କରୁଥିବା ଅତ୍ୟାଧୁନିକ ଏସଏଲ୍ଆର, ଇନସାସ ରାଇଫଲ ଓ ଥ୍ରୁ ନଟ ଥ୍ରୁ ରାଇଫଲ ଜବତ ହୋଇଛି ।

ସୀମାନ୍ତରେ ବିଏସ୍ଏଫ୍ ଓ ଏସ୍ଓଜିଙ୍କୁ ସଜାଗ ରହିବା ପାଇଁ କୁହାଯାଇଛି । ଗୁଳି ବିନିମୟ ସହ ସର୍ଚ୍ଚ ଅପରେସନ ଜାରି ରହିଛି । ଏହା ଓଡ଼ିଶା ପୋଲିସକୁ ଏକ ବଡ ସଫଳତା ମିଳିଛି ବୋଲି ପୋଲିସ ଡିଜିପି ଆରପି ଶର୍ମା କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ