Connect with us

ଓଡିଶା

୧୪୪ ଧାରା ଭାଙ୍ଗିଲେ ଚାଷୀ ନେତାଙ୍କ ସହ ଶତାଧିକ ଗିରଫ

ସାଙ୍କେତିକ ଚିତ୍ର

୧୪୪ ଧାରା ଭାଙ୍ଗିଲେ ଚାଷୀ
ନେତାଙ୍କ ସହ ଶତାଧିକ ଗିରଫ
ଭୁବନେଶ୍ୱର,୫ା୧୧ : ଚାଷୀଙ୍କ ଉତ୍ପାଦିତ ଫସଲର ଉଚିତ୍ ମୂଲ୍ୟ ପ୍ରଦାନ ସହ ଭତ୍ତା ଓ ସମ୍ମାନ ଦେବା ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ହେବାକୁ ଥିବା ବିଶାଳ ଚାଷୀ ସମାବେଶରେ ଯୋଗ ଦେବା ପାଇଁ ହଜାର ହଜାର ଚାଷୀ ପଦଯାତ୍ରାରେ ଆସି ଭୁବନେଶ୍ୱର ଉପକଣ୍ଠରେ ପହଞ୍ଛଛନ୍ତି । ଚାଷୀ ଆନ୍ଦୋଳନକୁ ଅଟକାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ କରାଯାଇଥିଲା ।

ଆନ୍ଦୋଳନକାରୀ ଚାଷୀ ଜାତୀୟ ରାଜପଥରେ ଗତକାଲିରୁ ଲାଗୁ ହୋଇଥିବା ୧୪୪ ଧାରାକୁ ଭଙ୍ଗ କରିଛନ୍ତି । ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ବାଲୁଗାଁ ଆଦି ବିଭିନ୍ନ ଜିଲ୍ଲାରୁ ଆସୁଥିବା ଚାଷୀମାନଙ୍କୁ ତମାଣ୍ଡୋ ଠାରେ ଅଟକ ରଖାଯାଇଛି । ଫଳରେ ଘଟଣା ସ୍ଥଳରେ ପୋଲିସ ଓ ଚାଷୀ ମୁହାଁମୁହିଁ ହୋଇଛନ୍ତି । ଚାଷୀମାନେ ପୋଲିସ ବାରିକେଡ ଭାଙ୍ଗି ଭୁବନେଶ୍ୱର ମଧ୍ୟକୁ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି । ସେହିପରି ଭୁବନେଶ୍ୱର ଉପକଣ୍ଠ ହଁସପାଳ ନିକଟରେ ଚାଳିଶ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ଖଣ୍ଡଗିରି ଛକ ନିକଟରେ ପୋଲିସ ଏକାଧିକ ଆନ୍ଦୋଳନକାରୀ ଚାଷୀଙ୍କୁ ଗିରଫ କରିଛି । ଏହାସହ କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କୁ ମଧ୍ୟ ପୋଲିସ ଉଠେଇ ନେଇଛି । ଗିରଫ ପରେ ଜଣେ ମହିଳା ଚାଷୀ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ଚାଷୀଙ୍କ ସମସ୍ୟା ନେଇ ତିନିଜଣିଆ ଅନ୍ତଃମନ୍ତ୍ରିସ୍ତରୀୟ କମିଟି ଗଠନ ହୋଇଛି ।

ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଏହି କମିଟଇ ଗଠନ କରାଯାଇଛି । କୃଷି, ସମବାୟ ଓ ପଞ୍ଚାୟତିରାଜ ମନ୍ତ୍ରୀ ଏହି କମିଟିରେ ସଦସ୍ୟ ରହିଛନ୍ତି । ଚାଷୀଙ୍କ ଦାବିକୁ ନେଇ ସରକାର ସହୃଦୟତାର ସହ ବିଚାର କରୁଛନ୍ତି ବୋଲି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ପ୍ରତିକ୍ରିୟାରେ କହିଛନ୍ତି । ଦାବି ପୂରଣ ନହେବା ଯାଏଁ ଆମେ ଆନ୍ଦୋଳନ ଛାଡି କୁଆଡେ ଯିବୁନାହିଁ, ଏଇଠି ରହିବୁ । ଏ ଆନ୍ଦୋଳନ ତୀବ୍ରତର ହେବ ଏବଂ ପ୍ରତି ବ୍ଲକ ଓ ଗାଁକୁ ଆନ୍ଦୋଳନ ବ୍ୟାପିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି । ଚାଷୀଙ୍କୁ ଯଦି ଭୁବନେଶ୍ୱର ମନା ତେବେ ନେତାଙ୍କୁ ମଧ୍ୟ ଗାଁକୁ ଯିବା ମନା । କୌଣସି ନେତା ଭୋଟ ମାଗିବାକୁ ଗାଁକୁ ଯାଇ ପାରିବେ ନାହିଁ । ଭୋଟ ଗ୍ରହଣ ପାଇଁ ପୋଲିଂ ବାକ୍ସ ଗାଁକୁ ଯାଇ ପାରିବ ନାହିଁ ବୋଲି ଚାଷୀ ନେତା ଅକ୍ଷୟ କୁମାର କହିଛନ୍ତି ।

ସୂଚନାଥାଉ କି, ରବିବାର ରାତିରେ ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା କରିଥିଲେ, ହେଲେ କୌଣସି ନିଷ୍କର୍ସ ବାହାରି ନଥିଲା । ସୋମବାର ମଧ୍ୟାହ୍ନ ସୁଦ୍ଧା ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ହେଲେ ତାହା ହୋଇପାରିଲା ନାହିଁ । ତେଣୁ ରାଜଧାନୀ ଲୋୟର ପିଏମଜି ଛକରେ ଅନୁଷ୍ଠିତ ହେବାକୁ ଥିବା ବିଶାଳ ସମାବେଶରେ ଯୋଗଦେବାକୁ ହଜାର ହଜାର ଚାଷୀ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି । ରାଜଧାନୀରେ ପହଞ୍ଚିବା ପୂର୍ବରୁ ଚାଷୀଙ୍କୁ ଅଟକାଇବା ପାଇଁ ଭୁବନେଶ୍ୱରରେ ଡିସିପି ଅନୁପ କୁମାର ସାହୁଙ୍କ ନେତୃତ୍ୱରେ ୧୮ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ରବିବାର ୫ ନମ୍ବର ଜାତୀୟ ରାଜପଥ ତମାଣ୍ଡୋ ନିକଟରେ ଚାଷୀ ଓ ପୋଲିସ ଧସ୍ତାଧସ୍ତି ହୋଇଥିଲେ ।

ଏହାପରେ ଜାତୀୟ ରାଜପଥରେ ୧୪୪ ଧାରା ଲାଗୁ କରାଯାଇଥିଲା । ଏହାସତ୍ବ୍ୟ ହଜାର ହଜାର ଚାଷୀ ସମାବେଶରେ ଯୋଗ ଦେବାକୁ ଭୁବନେଶ୍ୱର ଅଭିମୁଖେ ଛୁଟିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା