Connect with us

ଓଡିଶା

ଭୁବନେଶ୍ୱର ମି ୱାଇଫାଇର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ସାଙ୍କେତିକ ଚିତ୍ର

ଭୁବନେଶ୍ୱର ମି ୱାଇଫାଇର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୫ା୧୧ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ୱାଇଫାଇ ସେବାର ଶୁଭାରମ୍ଭ କରିଛନ୍ତି । ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ “ଭୁବନେଶ୍ୱର ମି ୱାଇଫାଇ’ ପ୍ରକଳ୍ପର ଶୁଭାରମ୍ଭ କରି କହିଛନ୍ତି ଯେ ଏହାଦ୍ୱାରା ଦେଶର ପ୍ରମୁଖ ସହର ମଧ୍ୟରୁ ଭୁବନେଶ୍ୱର ଅଧିକ ସ୍ମାର୍ଟ ସହର ହୋଇପାରିବ ଏବଂ ଯୁବପିଢୀଙ୍କ ପାଇଁ ଶିକ୍ଷାକ୍ଷେତ୍ରରେ ସହାୟକ ହେବ ।

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରେ ୧୦୦ଟି ୱାଇଫାଇ ସ୍ପଟ୍ ର ଲୋକାର୍ପଣ କରାଯାଇଛି । ଏଥିରେ ୨୭୫ଟି ଆକସେସ୍ ପଏଂଟ ରହିଛି । ଏଥିରେ କିଟ୍ ଛକରୁ ରାଜଭବନ, ଅ।ଚାର୍ଯ୍ୟବିହାରରୁ ଏଜି ଛକ, ଶିଶୁଭବନରୁ ବାଣୀବିହାର, ନାଲକୋ ଛକରୁ ଅ।ଚାର୍ଯ୍ୟବିହାର ପର୍ଯ୍ୟନ୍ତ ୱାଇଫାଇ ସେବା ଉପଲବ୍ଧ ହେବ । ସହରବାସୀଙ୍କ ପାଇଁ ଦିନକୁ ମାଗଣାରେ ୨୫୦ ଏମବି ଇଂଟରନେଟ୍ ଉପଲବ୍ଧ ହେବ । ଅଧିକ ଇଂଟରନେଟ୍ ବ୍ୟବହାର କରିବାକୁ ଚାହୁଁଥିଲେ ଟପ୍ ଅପ୍ ରିଚାର୍ଜ କରିବାକୁ ପଡ଼ିବ । ପରବର୍ତୀ ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ରାଜଧାନୀକୁ ୱାଇଫାଇ ଜୋନ୍ କରିବା ପାଇଁ ୫୦୦ଟି ୱାଇଫାଇ ହଟ୍ ସ୍ପଟ୍ ନିର୍ମାଣ କରାଯିବ । ଏଥିରେ ଇଂଟରନେଟ୍ ବ୍ୟବହାରକାରୀଙ୍କୁ ପ୍ରଥମ ଅଧଘଂଟା ମାଗଣା ଇଂଟରନେଟ୍ ସୁବିଧା ମିଳିବ । ଏହି ସମୟରେ ସେ ୨ ଏମବିପିଏସ୍ ସ୍ପିଡରେ ୫୦ ଏମବି ଇଂଟରନେଟ୍ ଡାଟା ବ୍ୟବହାର କରିପାରିବେ ।

ଗୋଟିଏ ୱାଇଫାଇ ହଟସ୍ପଟ ଅଧୀନରେ ସର୍ବାଧିକ ୧୫୦ ଜଣ ଇଂଟରନେଟ୍ ବ୍ୟବହାର କରିପାରିବେ । ଆଗାମୀ ଦିନରେ କଟକ,ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା ଏବଂ ପୁରୀ ଭଳି ସହରମାନଙ୍କରେ ମାଗଣା ୱାଇଫାଇ ସୁବିଧା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ପଣ୍ଡା , ସାଂସଦ ପ୍ରସନ୍ନ ପାଟ୍ଟଶାଣୀ , ବିଧାୟକ ବିଜୟ ମହାନ୍ତି , ପ୍ରିୟଦର୍ଶୀ ମିଶ୍ର , ମେୟର ଅନନ୍ତ ନାରୋୟଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା