Connect with us

ଦେଶ

୪ ହାଇକୋର୍ଟର ବିଚାରପତିଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ଦେବାକୁ ସୁପାରିଶ

ସାଙ୍କେତିକ ଚିତ୍ର

୪ ହାଇକୋର୍ଟର ବିଚାରପତିଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ଦେବାକୁ ସୁପାରିଶ
ନୂଆଦିଲ୍ଲୀ,୩୧ା୧୦ : ସୁପ୍ରିମକୋର୍ଟ କଲେଜିୟମ ବୁଧବାର ୪ଟି ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ଦେବା ପାଇଁ ସୁପାରିଶ କରିଛି । ମଧ୍ୟପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ହେମନ୍ତ ଗୁପ୍ତା, ଗୁଜରାଟ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଆର ସୁଭାଷ ରେଡ୍ଡୀ, ପାଟନା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏମ୍ଆର ଶାହା ଏବଂ ତ୍ରିପୁରା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଅଜୟ ରସ୍ତୋଗୀଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ଦେବା ପାଇଁ ସୁପାରିଶ କରାଯାଇଛି ।

କଲେଜିୟମଙ୍କ ସୁପାରିଶ ଅନୁସାରେ ସୁପ୍ରିମକୋର୍ଟରେ ମୋଟ ୩୧ଟି ବିଚାରପତି ପଦରୁ ୭ଟି ପଦ ଖାଲି ପଡିଛି । ଅର୍ଥାତ ଏବେ ୨୪ଜଣ ବିଚାରପତି କାର୍ଯ୍ୟ ତୁଲାଉଛନ୍ତି । ତେଣୁ ଖାଲି ପଡିଥିବା ପଦଗୁଡିକୁ ପୂରଣ କରିବା ପାଇଁ ସୁପାରିଶ କରାଯାଇଛି । ଏହାପୂର୍ବରୁ ସେପ୍ଟେମ୍ବର ୨୨ରେ ସୁପ୍ରିମକୋର୍ଟ ନିମ୍ନ ଅଦାଲତରେ ବିଚାରପତି ପଦ ଖାଲି ପଡିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ସୁପ୍ରିମକୋର୍ଟ ଏନେଇ ୨୪ ହାଇକୋର୍ଟ ଏବଂ ସମସ୍ତ ରାଜ୍ୟ ସରକାରଙ୍କୁ ଜବାବ ମାଗିଥିଲେ । ନିମ୍ନ ଅଦାଲତ ଗୁଡିକରେ ୫୦୦୦ରୁ ଊଦ୍ଧ୍ୱର୍ ବିଚାରପତି ପଦ ଖାଲି ପଡିଛି ।

ସଂସଦରେ ଆଲୋଚନା ପାଇଁ ଗତ ମାର୍ଚ୍ଚରେ ପ୍ରସ୍ତୁତ କରାଯାଇଥିବା ଏକ ରିପୋର୍ଟ ମୁତାବକ ଭାରତରେ ବିଚାରପତି ଏବଂ ଜନସଂଖ୍ୟାରୁ ଅନୁପାତ ପ୍ରତି ୧୦ଲକ୍ଷରେ ୧୯.୪୬ ରହିଛି । ଅର୍ଥାତ ପ୍ରତି ୧୦ଲକ୍ଷ ଜନସଂଖ୍ୟାରେ ମାତ୍ର ୧୯ ଜଣ ବିଚାରପତି ଅଛନ୍ତି । ଅନ୍ୟଏକ ଘଟଣାକ୍ରମେ ମାଡ୍ରାସ ହାଇକୋର୍ଟ ବିଚାରପତି ଭାବେ କାର୍ଯ୍ୟ କରୁଥିବା ଜଷ୍ଟିସ ଶତ୍ରୁଘ୍ନ ପୁଜାହାରୀଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି । ସେ ୨୦୧୭ ନଭେମ୍ବର ୨୩ରୁ ମାଡ୍ରାସ ହାଇକୋର୍ଟ ବିଚାରପତି ଭାବେ କାର୍ଯ୍ୟ କରୁଥିଲେ । କଲେଜିୟମର ସୁପାରିଶ କ୍ରମେ ତାଙ୍କୁ ଓଡ଼ିଶା ହାଇକୋର୍ଟକୁ ଅଣାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ