Connect with us

ଅପରାଧ

୪୨ଦିନ ପରେ ହ୍ୟାଙ୍ଗର ସିଲ୍ ଖୋଲିଲା

ସାଙ୍କେତିକ ଚିତ୍ର

୪୨ଦିନ ପରେ ହ୍ୟାଙ୍ଗର ସିଲ୍ ଖୋଲିଲା
ଭୁବନେଶ୍ୱର,୨୯ା୧୦ : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଉଡାଣ ନେଇ ହ୍ୟାଙ୍ଗର ସିଲ୍ ପ୍ରସଙ୍ଗର ସୋମବାର ଅନ୍ତ ଘଟିଛି । ପୁରୀ ପୋଲିସ ୪୨ଦିନ ପରେ ହ୍ୟାଙ୍ଗର ସିଲ୍ ଖୋଲିଛି । ଜଣେ ଏସ୍ଡିପିଓ ଏବଂ ମେରାଇନ ଥାନା ଆଇଆଇସି ସିଲ୍ ଖୋଲିଥିବା ଜଣାପଡିଛି ।

ତେବେ ହ୍ୟାଙ୍ଗରରେ ଥିବା ୩ଟି ହେଲିକପ୍ଟର ସିଲ୍ ଖୋଲିଥିଲେ ମଧ୍ୟ ଗୋଟିଏ ହେଲିକପ୍ଟରକୁ ପୋଲିସ ପୁଣି ଥରେ ସିଲ୍ କରିଛି । ଗତ ସେପ୍ଟେମ୍ବର ୧୭ରେ ପୋଲିସ ଇମ୍ଫା ହ୍ୟାଙ୍ଗରକୁ ସିଲ୍ କରିଥିଲା । ଚିଲିକା ଉପରେ ବେଆଇନ ଉଡାଣ ଅଭିଯୋଗରେ ପୋଲିସ ହ୍ୟାଙ୍ଗରକୁ ସିଲ୍ କରିଥିଲା । ତେବେ ଗତ ୨୫ରେ ଡିଜିସିଏ ହେଲିକପ୍ଟର ଉଡାଣ ନେଇ ବୈଜୟନ୍ତଙ୍କୁ କ୍ଲିନ୍ଚିଟ୍ ଦେଇଥିଲେ । ୨୫ରେ କ୍ଲିନ୍ଚିଟ୍ ପରେ ସୋମବାର ପୋଲିସ ହ୍ୟାଙ୍ଗର ଖୋଲିଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ