Connect with us

ଅପରାଧ

ବେଆଇନ ଖଣି ଖନନ ଜରିମାନା ଆଦାୟ ଅର୍ଥ ଖର୍ଚ୍ଚ କର

ସାଙ୍କେତିକ ଚିତ୍ର

ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ବେଆଇନ ଖଣି ଖନନ ଜରିମାନା ଆଦାୟ ଅର୍ଥ ଖର୍ଚ୍ଚ କର
ନୂଆଦିଲ୍ଲୀ,୨୯ା୧୦ : ବେଆଇନ ଖଣି ଖନନ ଜରିମାନା ଆଦାୟ ଟଙ୍କା ପ୍ରଭାବିତ ଅଞ୍ଚଳରେ ଖର୍ଚ୍ଚ ହେବାନେଇ ସୋମବାର ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ହୋଇଯାଇଛି । ଖଣି ଲିଜଧାରୀମାନଙ୍କ ଦ୍ୱାରା ଦିଆଯାଇଥିବା ପ୍ରସ୍ତାବକୁ ଗ୍ରହଣ କରିଛନ୍ତି କୋର୍ଟ । ସ୍ପେଶାଲ ପ୍ରପୋଜ ଭେଇକିଲ୍ (ଏସପିଭି)ର ଥିବା ଆଦାୟ ଟଙ୍କା ଅର୍ଥ ଖର୍ଚ୍ଚ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିବା ବେଳେ ଏହାର ତଦାରଖ ପାଇଁ ଜଷ୍ଟିସ୍ ଏକେ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଛନ୍ତି ।

ସୁପ୍ରିମକୋର୍ଟର ବିଚାରପତି ମଦନ ବି ଲୋକୁର, ବିଚାରପତି ଏସ୍ ଏ ନଜିର ଓ ବିଚାରପତି ଦୀପକ ଗୁପ୍ତାଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା । ବର୍ତ୍ତମାନ ଏସପିଭିରେ ଜରିମାନାର ରାଶି ପାଖାପାଖି ୧୩ ହଜାର କୋଟିରୁ ଊଦ୍ଧ୍ୱର୍ ଅନ୍ୟଏକ ଫଣ୍ଡରେ ୮ ହଜାର କୋଟି ଏବଂ ପୂର୍ବରୁ ୨୩୭ କୋଟି ଏହିପରି ପାଖାପାଖି ୧୫ ହଜାର କୋଟି ଟଙ୍କାର ପ୍ରକଳ୍ପ ରହିଛି । ଏହିସବୁ ରାଶି ପ୍ରଭାବିତ ୩ଟି ଜିଲ୍ଲାରେ ଖର୍ଚ୍ଚ ହେବ । ମୟୂରଭଞ୍ଜ, ସୁନ୍ଦରଗଡ଼ ଏବଂ କେନ୍ଦୁଝର ଜିଲ୍ଲାରେ ଏହି ଅର୍ଥ ରାଶି ଖର୍ଚ୍ଚ କରାଯିବା ନେଇ କୋର୍ଟ କହିଛନ୍ତି ।

ଏଥିପାଇଁ ଲିଜଧାରୀମାନଙ୍କ ପ୍ରସ୍ତାବକୁ ଦୃଷ୍ଟିରେ ରଖି ଖର୍ଚ୍ଚ ତଦାରଖ ପାଇଁ କୋର୍ଟ ଜଷ୍ଟିସ ଏକେ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଓଭରସାଇଟ୍ କମିଟି ଗଠନ କରିଛନ୍ତି । ସେ ସମସ୍ତ ପ୍ରକଳ୍ପ ଓ ଖର୍ଚ୍ଚ ରାଶିର ତଦାରଖ କରିବେ । କେଉଁ ପ୍ରକଳ୍ପରେ କିଭଳି ଆଦାୟ ଅର୍ଥକୁ ଖର୍ଚ୍ଚ କରାଯିବ ତାହା କମିଟି ଅଧ୍ୟକ୍ଷ ସ୍ଥିର କରିବ । ପ୍ରଥମ ପର୍ଯ୍ୟାୟରେ ୩ମାସରେ ଥରେ ଏବଂ ପରେ ୬ ମାସରେ ଥରେ ଏକ ରିପୋର୍ଟ ରାଜ୍ୟ ସରକାର ଏବଂ ଆବଶ୍ୟକ ସ୍ଥଳେ କୋର୍ଟଙ୍କୁ ରିପୋର୍ଟ ପ୍ରଦାନ କରିବେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ