Connect with us

ଆଞ୍ଚଳିକ

ଲଘୁଚାପର ରୂପ ନେଉଛି ଘୂର୍ଣ୍ଣିବଳୟ

ସାଙ୍କେତିକ ଚିତ୍ର

ଲଘୁଚାପର ରୂପ ନେଉଛି ଘୂର୍ଣ୍ଣିବଳୟ
ଭୁବନେଶ୍ୱର,୨୯ା୧୦ : ପଶ୍ଚିମ-କେନ୍ଦ୍ର ବଙ୍ଗୋପସାଗର ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବାକୁ ଯାଉଛି । ଏହାର ପ୍ରଭାବରେ ଉତ୍ତର ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଆଦି ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ଅଞ୍ଚଳରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଏକ ବୁଲେଟିନ ଜାରି କରିଛି ।

ଆସନ୍ତାକାଲି ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ପୁରୀ ଓ ଗଞ୍ଜାମରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି । ସେହିରପି ୩୧ ତାରିଖ ଯାଏ ରାଜ୍ୟରେ ବର୍ଷାର ପ୍ରଭାବ ଅନୁଭୂତ ହେବ । ମେଘୁଆ ପାଗ ଯୋଗୁଁ ଓଡ଼ିଶାକୁ ଶୀତ ଫେରିବାକୁ ଆଉ ସପ୍ତାହେ ବିଳମ୍ବ ଘଟିବ ବୋଲି ପୂର୍ବାନୁମାନ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ