Connect with us

ଓଡିଶା

ବାତ୍ୟା ପାଇଁ ପାଟକୁରା ନିର୍ବାଚନକୁ ଘୁଂଚାଇବା ପାଇଁ ନିର୍ବାଚନ କମିଶନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ସାଙ୍କେତିକ

ବାତ୍ୟା ପାଇଁ ପାଟକୁରା ନିର୍ବାଚନକୁ ଘୁଂଚାଇବା ପାଇଁ ନିର୍ବାଚନ କମିଶନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ
ଭୁବନେଶ୍ୱର, ୩୦ ଅପ୍ରେଲ – କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଟକୁରା ବିଧାନସଭା ଆସନରେ ନିର୍ବାଚନ ତାରିଖ ଘୁଂଚାଇବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିଲ୍ଲୀରେ ମୁଖ୍ୟ ନିର୍ବାଚନ ଆୟୋଗ ସୁନିଲ ଅରୋରାଙ୍କୁ ଭେଟିଛନ୍ତି । ନିର୍ବାଚନ କମିସନଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି, ପାଟକୁରା ନିର୍ବାଚନ ଘୁଂ·ଇବାକୁ କମିସନଙ୍କୁ ଅନୁରୋଧ କରିଛି । ସାମୁଦ୍ରିକ ଝଡ଼ “ଫୋନି’କୁ ଦୃଷ୍ଟିରେ ରଖି ଘୁଂଚାଇବାକୁ ଅନୁରୋଧ କରିଛି । ବାତ୍ୟା ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଛି । ନିର୍ବାଚନ କମିସନ ଗୁରୁତର ସହ ବିଚାର କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେ ଆହୁରି କହିଛନ୍ତିି ଯେଚଳିତ ସାଧାରଣ ନିର୍ବାଚନର ଫଳାଫଳ ବିଜେଡ଼ି ସପକ୍ଷରେ ଯିବ । ପାଟକୁରାରେ ମଧ୍ୟ ବିଜେଡ଼ିର ବିଜୟ ହେବ ବୋଲି ସେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା