Connect with us

ଓଡିଶା

୩୪୦ କି.ମି. ଉପକୂଳ ରାଜପଥ ପ୍ରଥମ ପର୍ଯ୍ୟାୟରେ କରାଯିବ

ସାଙ୍କେତିକ

୩୪୦ କି.ମି. ଉପକୂଳ ରାଜପଥ ପ୍ରଥମ ପର୍ଯ୍ୟାୟରେ କରାଯିବ
-ପ୍ରଥମ ପର୍ଯାୟରେ ଦୀଘାଠାରୁ ସାତପଡ଼ା ପର୍ଯ୍ୟନ୍ତ
ଭୁବନେଶ୍ୱର, ୦୫ ଡିସେମ୍ବର – ଦୀଘାଠାରୁ ସାତପଡ଼ା ପର୍ଯ୍ୟନ୍ତ ୩୪୦ କି.ମି. ଉପକୂଳ ରାଜପଥ ପ୍ରଥମ ପର୍ଯ୍ୟାୟରେ ଆରମ୍ଭ କରାଯିବ । ପରବର୍ତୀ ପର୍ଯ୍ୟାୟରେ ସାତପଡ଼ାରୁ ଗୋପାଳପୁର ୧୪୦ କି.ମି. କରାଯିବ ବୋଲି ପୂର୍ତ ବିଭାଗର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଯେ, ସମ୍ପୃକ୍ତ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟର ଡିପିଆର କେନ୍ଦ୍ର ସରକାର କରିବେ, ରାଜ୍ୟ ସରକାର ତାକୁ ଅନୁମୋଦନ କରିବେ । ପ୍ରଥମ ପର୍ଯ୍ୟାୟ କାମ ପାଇଁ ସବୁ ପ୍ରକାର ଅନୁମୋଦନ ଦିଆଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ଏହି ପ୍ରକଳ୍ପର ପ୍ରସ୍ତାବିତ ପୋଲ ନିର୍ମାଣର ପ୍ରସ୍ତାବ ରହିଛି । ଏଥିରେ ରାଜ୍ୟ ସରକାର ଚିଲିକାର ଜୈବ ବିବିଧତା ସୁରକ୍ଷା ଦୃଷ୍ଟିରୁ ରାଜି ହୋଇନାହାନ୍ତି କି ପରିବେଶ ମଂଜୁରୀ ମଧ୍ୟ ମିଳିନାହିଁ ।
ରାଜ୍ୟରେ ପ୍ରସ୍ତାବିତ ଉପକୂଳ ରାଜପଥର ଆଲାଇନମେଂଟ ଯୋଜନାକୁ ରାଜ୍ୟ ସରକାର ସମ୍ମତି ପ୍ରଦାନ କରିଛନ୍ତି । ଏ ସମ୍ପର୍କରେ ରାଜ୍ୟ ପୂର୍ତ ବିଭାଗର ଅତିରିକ୍ତ ଶାସନ ସଚିବ ଏନଏଚଏଆଇର ସିଜିଓଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଏ ଦିଗରେ ଶୀଘ୍ର ପ୍ରକ୍ରିୟା କାର୍ଯ୍ୟ ଆରମ୍ଭ କରିବାକୁ ଅନୁରୋଧ କରିଛନ୍ତି ।

ସୂଚନାଯୋଗ୍ୟ ଯେ ଏହି ଉପକୂଳ ରାଜପଥର ଆଲାଇନମେଂଟ ନେଇ ରାଜ୍ୟ ସରକାରଙ୍କ ଅସମ୍ମତି ଥିଲା । ତେଣୁ ଏହି ପ୍ରସ୍ତାବିତ ପ୍ରକଳ୍ପ ନିର୍ମାଣରେ ବିଳମ୍ବ ଘଟିଥିଲା । ଏବେ ଏହି କାମ ତ୍ୱରାନ୍ୱିତ ହେବ ବୋଲି ଆଶା କରା ଯାଉଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା