Connect with us

ଓଡିଶା

ଅଭିଯୋଗକାରୀମାନଙ୍କ ସହ ଫୋନରେ କଥାହେଲେ ଗୃହମନ୍ତ୍ରୀ

ସାଙ୍କେତିକ

ଅଭିଯୋଗକାରୀମାନଙ୍କ ସହ ଫୋନରେ କଥାହେଲେ ଗୃହମନ୍ତ୍ରୀ
ଭୁବନେଶ୍ୱର, ୦୬ ଡିସେମ୍ବର – ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟ ଶଙ୍କର ମିଶ୍ର ମୋ ସରକାର କାର୍ଯ୍ୟକ୍ରମ ଅନ୍ତର୍ଗତ ରାଜ୍ୟର ବିଭିନ୍ନ ଥାନାରେ ଅଭିଯୋଗ କରିଥିବା ୧୯ ଜଣ ଅଭିଯୋଗକାରୀଙ୍କ ସହିତ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି ।

ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ଯାଜପୁର ଜିଲ୍ଲା ଅନ୍ତର୍ଗତ ଯାଜପୁର ଓ କୁଆଖିଆ ଥାନା, ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ତିର୍ତୋଲ ଓ କୁଜଙ୍ଗ ଥାନା, ରାୟଗଡ଼ା ଜିଲ୍ଲାର ବିଷମକଟକ ଓ ପଦ୍ମପୁର ଥାନା, ଗଞ୍ଜାମର ଆସ୍କା, ସୋରଡ଼ା ଓ ଦିଗପହଣ୍ଡି ଥାନା, ଖୋର୍ଦ୍ଧାର କ୍ୟାପିଟାଲ୍ ଥାନା, ସୁନ୍ଦରଗଡ଼ର ଟାଉନ୍ ଥାନା, ମୟୂରଭଞ୍ଜର ବାରିପଦା ଟାଉନ୍ ଥାନା, ଅନୁଗୋଳର ଏନ୍ଟିପିସି ଥାନା, ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଥାନା, ବାଲେଶ୍ୱରର ସୋର ଥାନା, ପୁରୀର ବ୍ରହ୍ମଗିରି ଥାନା, ଢେଙ୍କାନାଳର ମୋଟାଙ୍ଗ ଥାନା, କେଉଁଝରର ଘସିପୁରା ଥାନା, କେନ୍ଦ୍ରାପଡ଼ାର ମହାକାଳପଡ଼ା ଥାନା ଆଦିରେ ବିଭିନ୍ନ କାରଣ ନେଇ ଅଭିଯୋଗ କରିଥିବା ୧୯ ଜଣ ବ୍ୟକ୍ତି ତଥା ମହିଳାଙ୍କୁ ଟେଲିଫୋନ କରି ଥାନରେ “ମୋ ସରକାରଦ ଏବଂ ୫ଟି କାର୍ଯ୍ୟକ୍ରମ କିପରି କାର୍ଯ୍ୟକାରୀ ହେଉଛି ସେ ନେଇ ମତାମତ ସଂଗ୍ରହ କରିଥିଲେ ।

ଏଥି ସହିତ ସେମାନେ ଥାନାରେ ପହଂଚିବା ପରେ ଥାନାରେ ସେମାନଙ୍କୁ କିଭଳି ବ୍ୟବହାର ପ୍ରଦର୍ଶନ କରାଗଲା, ଅଭିଯୋଗ ଦାଖଲ ସମୟରେ ପୋଲିସ୍ କେତେ ସହଯୋଗ କରିଥିଲେ, ଥାନା କର୍ମଚାରୀ ଲାଞ୍ଚ ମାଗିଥିଲେ କି ଏବଂ ଥାନାରୁ ଫେରିବା ପରେ ପୋଲିସ୍ ସହଯୋଗ ନେଇ କେତେ ସନ୍ତୁଷ୍ଟ ସେ ବିଷୟରେ ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ପଚାରି ବୁଝିଥିଲେ । ଘରୋଇ ଗଣ୍ଡଗୋଳ, ଜିନିଷ ଚୋରି, ଆତ୍ମହତ୍ୟା ମାମଲା, ଚରିତ୍ର ପ୍ରମାଣପତ୍ର ଆଦି ବିଭିନ୍ନ କାରଣ ନେଇ ଏହି ଅଭିଯୋଗକାରୀମାନେ ଥାନାକୁ ଆସିଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ, “ମୋ ସରକାର କାର୍ଯ୍ୟକ୍ରମ ” ଆରମ୍ଭ ହେବା ପରେ ଗୃହମନ୍ତ୍ରୀ ନିୟମିତ ବିଭିନ୍ନ ଥାନାରେ ଅଭିଯୋଗ ଦାଖଲ କରିଥିବା ଅଭିଯୋଗକାରୀଙ୍କୁ ଟେଲିଫୋନ୍ ଯୋଗେ କଥାହେବା ସହ ସେମାନଙ୍କଠାରୁ ମତାମତ ସଂଗ୍ରହ କରୁଛନ୍ତି । ଅନେକ ଅଭିଯୋଗକାରୀ ଥାନାରେ ପୋଲିସ ଠାରୁ ଉତ୍ତମ ବ୍ୟବହାର ପାଉଥିବା କହିଥିବାବେଳେ ଆଜିକାଲି ଥାନାକୁ ଆସିବାକୁ କିମ୍ବା ପୋଲିସ୍ ବାବୁମାନଙ୍କ ସହ କଥାହେବାବେଳେ ଡର ଲାଗୁନଥିବା ମନ୍ତ୍ରୀଙ୍କୁ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା