Connect with us

ଓଡିଶା

୩୩ଜଣ ପ୍ରେରକ ଚୟନ ପାଇଁ କଂଗ୍ରେସର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ

ସାଙ୍କେତିକ

୩୩ଜଣ ପ୍ରେରକ ଚୟନ ପାଇଁ କଂଗ୍ରେସର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ
ଭୁବନେଶ୍ୱର, ୦୧ ଅକ୍ଟୋବର- ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ପ୍ରଶିକ୍ଷଣ ସଂଯୋଜକ ଶୁଭେନ୍ଦୁ ମହାନ୍ତିଙ୍କ ଆବାହକତ୍ୱରେ ଭୁବନେଶ୍ୱର କଂଗ୍ରେସ ଭବନ ପ୍ରେକ୍ଷାଳୟରେ ୩୩ ଟି ସାଂଗଠନିକ ଜିଲ୍ଲା ନିମନ୍ତେ ୩୩ ଜଣ ପ୍ରେରକ ବଛାଯିବା ପାଇଁ ଶତାଧିକ ନେତୃମଣ୍ଡଳୀ ଓ କାର୍ଯ୍ୟକର୍ତା ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି । ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଅଖିଳ ଭାରତ କଂଗ୍ରେସ କମିଟି ସାଧାରଣ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ।

ମୋଦି ସରକାରଙ୍କ ୬ବର୍ଷର ଶାସନ ଭିତରେ ଦେଶର ସାମ୍ପ୍ରତିକ ରାଜନୈତିକ, ସାମାଜିକ, ଅର୍ଥନୈତିକ ପରିସ୍ଥିତି ଦିନକୁ ଦିନ ଜଟିଳ ଓ ଦୁର୍ବିଶୟ ହେବାରେ ଲାଗିଛି । ବଜାର ଦର ଦିନକୁ ଦିନ ଆକାଶଛୁଆଁ ହେବାରେ ଲାଗିଛି । ଆଛେଦିନର ସ୍ଳୋଗାନ ସଂପୂର୍ଣ୍ଣ ବୁରାଦିନରେ ପରିଣତ ହୋଇଛି । ଏପରି ସ୍ଥଳେ ଦେଶବାସୀଙ୍କ ନିକଟରେ ସକ୍ରିୟ ବିରୋଧି ଦଳ ଭାବେ କଂଗ୍ରେସ ପ୍ରତି ଜିଲ୍ଲାରେ ବ୍ୟାପକ ପ୍ରଶିକ୍ଷଣ ମାଧ୍ୟମରେ ପ୍ରେରକମାନଙ୍କୁ ଚୟନ କରି କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବାପାଇଁ ପ୍ରେରକ ମାନଙ୍କର ଗୁରୁଦାୟୀତ୍ୱ ରହିଛି ବୋଲି ଶ୍ରୀ ସିଂ ମତବ୍ୟକ୍ତ କରିଥିଲେ ।

ଶ୍ରୀମତୀ ଗାନ୍ଧୀଙ୍କ ଅଭିନବ କାର୍ଯ୍ୟଶୈଳୀ ମାଧ୍ୟମରେ ବଛା ବଛା ପ୍ରେରକମାନଙ୍କ ଦ୍ୱାରା ତୃଣମୂଳ ସ୍ତରରେ କଂଗ୍ରେସ କାର୍ଯ୍ୟକର୍ତାଙ୍କୁ ଏକାଠି କରିବା, ନୂତନ ପିଡ଼ିର ଛାତ୍ର ଓ ଯୁବନେତାଙ୍କୁ ଖୋଜି ବାହାର କରିବା, କଂଗ୍ରେସ ଦଳର ନିତୀ, ଆଦର୍ଶ ଓ ଦେଶପ୍ରିତି ମାଧ୍ୟମରେ ସମାଜରେ ପରିବର୍ତନ ଆଣିବା ପ୍ରେରକମାନଙ୍କର ମୁଖ୍ୟ ଭୂମିକା ରହିବ । ଯେଉଁମାନେ ଗାନ୍ଧୀ ଓ ନେହେରୁଙ୍କ ଉପରେ ଦୋଷାରୋପ କରୁଛନ୍ତି ସେମାନେ କେବେବି ସ୍ୱାଧୀନତା ସଂଗ୍ରାମରେ ଭାଗନେଇ ନେଇନାହାନ୍ତି କିମ୍ବା କଷ୍ଟଲବ୍ଧ ସ୍ୱାଧୀନତା ଉପରେ ଟିପ୍ପଣୀ ଦେବା ଅତ୍ୟନ୍ତ ଦୁଃଖ ଏବଂ ପରିତାପର ବିଷୟ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି ।

୫୦ ବର୍ଷ ବୟସରୁ କମ୍ ଶୃଙ୍ଖଳିତ କାର୍ଯ୍ୟକର୍ତାମାନଙ୍କୁ ଅଗ୍ରାଧିକାର ଭିତିରେ ଚୟନ କରାଯାଇ ପ୍ରେରକ ମାନଙ୍କର ମାନବୃଦ୍ଧି କରିବା ପାଇଁ ଆବାହକ ଶ୍ରୀ ଶୁଭେନ୍ଦୁ ମହାନ୍ତି ଶ୍ରୀ ପଟ୍ଟନାୟକ ଓ ଶ୍ରୀ ସିଂଙ୍କ ଦୃଷ୍ଟିଆକର୍ଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ଏଆଇସିସିର ସଂପାଦକ ସର୍ବଶ୍ରୀ ଜୀ ରୁଦ୍ର ରାଜୁ, ଅନିଲ ଚୌଧୁରୀ, ସେକ୍ ମସ୍ତାନ ଭାଲି ପ୍ରମୁଖ ପ୍ରେରକ ପ୍ରିଶକ୍ଷଣ ଶିବିର ଉପରେ ମତବ୍ୟକ୍ତ କରିଥିଲେ । ଶତାଧିକ କଂଗ୍ରେସ କର୍ମୀ ଆଜିର ଏହି ପ୍ରଶିକ୍ଷଣ ଶିବିରରେ ଯୋଗଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା