Connect with us

ଓଡିଶା

୨୩ ରେ ପୁଣି ଓଡିଶା ଆସିବେ ମୋଦି

ସାଙ୍କେତିକ

୨୩ ରେ ପୁଣି ଓଡିଶା ଆସିବେ ମୋଦି
ଭୁବନେଶ୍ୱର, ୧୮ ଅପ୍ରେଲ – ଆସନ୍ତା ୨୩ତାରିଖରେ ପୁଣି ଥରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୩ ତାରିଖରେ ମୋଦି କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ ବିଜେପି ପକ୍ଷରୁ ଆୟୋଜିତ ହେବାକୁ ଥିବା ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ବୋଲି ଦଳର ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।
ଶ୍ରୀ ମହାପାତ୍ର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ୨୩ ତାରିଖ ଦିନ ୧୦ଟାରେ କେନ୍ଦ୍ରାପଡା ଠାରେ ପହଂଚି ବିଜୟ ସଂକଳ୍ପ ସମାବେଶରେ ଉଦବୋଧନ ଦେବେ । ସେହିପରି କେନ୍ଦ୍ରାପଡା ସାଧାରଣ ସଭାପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମଧ୍ୟାହ୍ନ ୧୨ଟାରେ ବାଲେଶ୍ୱର ଠାରେ ପହଂଚି ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଜନସାଧାରଣକୁ ସମ୍ଭୋଧିତ କରିବେ ।
ସୂଚନାଯୋଗ୍ୟ ଯେ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଆସି ସମ୍ବଲପୁର ଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ । ଏହାସହ ଭୁବନେଶ୍ୱରରେ ରୋଡ୍ ସୋ କରିବା ସହ ମୋଦି ବରମୁଣ୍ଡା ପଡିଆ ଠାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା