Connect with us

ଓଡିଶା

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ

ସାଙ୍କେତିକ

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ
– ଇଭିଏମ୍ ରେ ସିଲ୍ ହେଲା ୨୭୯ ପ୍ରାର୍ଥୀଙ୍କ ଭାଗ୍ୟ
– ସଂଧ୍ୟା ୫ ଟା ସୁଦ୍ଧା ୬୪ ପ୍ରତିଶତ ମତଦାନ
ଭୁବନେଶ୍ୱର, ୧୮ ଅପ୍ରେଲ – ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ଓଡିଶାରେ ୬୪ ପ୍ରତିଶତ ମତଦାନ ହୋଇଛି । ତେବେ ସଂଧ୍ୟା ୬ଟା ସୁଦ୍ଧା ଯେଉଁମାନେ ଲାଇନରେ ରହିଥିବେ, ସେହି ଭୋଟରମାନେ ମତଦାନ କରିପାରିବେ । ତେଣୁ ମତଦାନ ପ୍ରତିଶତ ବୃଦ୍ଧି ପାଇପାରେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ୬ ଟି ବୁଥ୍ ରେ ବିଭ୍ରାଟ ଯୋଗୁଁ ସେଠାରେ ସାନି ମତଦାନ ପାଇଁ ନିର୍ବାଚନ ଆୟୋଗଙ୍କୁ ସୁପାରିଶ କରାଯାଇଛି ।

ଗୁରୁବାର ରାଜ୍ୟରେ ୫ଟି ଲୋକସଭା ଓ ୩୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ହୋଇଥିଲା । ଦିନ ୧ଟା ସୁଦ୍ଧା ୩୩ ପ୍ରତିଶତ ମତଦାନ ହୋଇଥିବା ବେଳେ ଅପରପକ୍ଷରେ ଅପରାହ୍ନ ୩ଟା ସୁଦ୍ଧା ୫୩ ପ୍ରତିଶତ ମତଦାନ ହୋଇଥିଲା । ସାମ୍ବାଦିକମାନଙ୍କୁ ଏ ସଂପର୍କରେ ସୂଚନା ଦେଇ ଶ୍ରୀ କୁମାର କହିଥିଲେ ଯେ ଆଜି ଭୋର୍ ୫ଟାରୁ ମକ୍ ପୋଲିଂ ଆରମ୍ଭ ହୋଇଥିଲା । ଏହାପରେ ସକାଳ ୭ଟାରୁ ବୁଥ୍ ଖୋଲିଥିଲା ଏବଂ ମତଦାନ ଆରମ୍ଭ ହୋଇଥିଲା । ସକାଳେ ୯ଟା ମଧ୍ୟରେ ୭ ପ୍ରତିଶତ ମତଦାନ ହୋଇଥିଲା ବେଳେ ଦିନ ୧୧ଟା ସୁଦ୍ଧା ୧୮ ପ୍ରତିଶତ ମତଦାନ ଗ୍ରହଣ ହୋଇଥିଲା । କାଁ ଭାଁ କିଛି ଜାଗାରେ ଇଭିଏମରେ ସମସ୍ୟା ଦେଖାଦେଇଥିଲେ ବି ତାକୁ ସଙ୍ଗେ ସଙ୍ଗେ ସଜଡ଼ା ଯାଇଥିଲା ଓ ମତଦାନ ଆରମ୍ଭ ହୋଇଥିଲା । କୌଣସି ସ୍ଥାନରେ ଏଥିପାଇଁ କିଛି ମତସଂଗ୍ରହ ବାଧାପ୍ରାପ୍ତ ହୋଇନି ବୋଲି ସୁରେନ୍ଦ୍ର କୁମାର କହିଛନ୍ତି ।

ଅନ୍ୟପକ୍ଷରେ ଗତକାଲି କନ୍ଧମାଳ ଜିଲ୍ଲାରେ ନକ୍ସଲଙ୍କ ଆକ୍ରମଣରେ ମୃତ୍ୟୁବରଣ କରିଥିବା ପୋଲିଂ କର୍ମ·ରୀଙ୍କ ପରିବାରକୁ ନିର୍ବାଚନ ଆୟୋଗଙ୍କ ଗାଇଡ ଲାଇନ ଅନୁଯାୟୀ ଆର୍ଥିକ ସହାୟତା ମିଳିବ । ଏହାର ପରିମାଣ ପାଖାପାଖି ୩୦ ଲକ୍ଷ ଟଙ୍କା ହୋଇପାରେ । ସେହିପରି ଗତକାଲି କନ୍ଧମାଳ ଜିଲ୍ଲାର ଯେଉଁ ସ୍ଥାନରୁ ପୋଲିଂ ପାର୍ଟିର ଗାଡ଼ି ଜାଳି ଦିଆଯାଇଥିବା ଖବର ଆସିଥିଲା, ଆଜି ସକାଳୁ ସଂପୃକ୍ତ କର୍ମ·ରୀମାନେ ସୁରକ୍ଷିତ ଭାବେ ବୁଥରେ ପହଂଚି ମତ ସଂଗ୍ରହ ଆରମ୍ଭ କରିଥିଲେ । ସେହି ବୁଥରେ ମତଦାନ ସୁରକ୍ଷିତ ଭାବେ ·ଲିଛି ବୋଲି ସୁରେନ୍ଦ୍ର କୁମାର କହିଛନ୍ତି ।

ଉଲ୍ଲେଖ୍ୟଯୋଗ୍ୟ ଯେ ଗୁରୁବାର ୫ ଟି ଲୋକସଭା ଆସନ ଆସ୍କା, ବରଗଡ, ବଲାଙ୍ଗୀର, କନ୍ଧମାଳ ଓ ସୁନ୍ଦରଗଡ ଏବଂ ଅହା ଅନ୍ତର୍ଗତ ୩୫ ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯାଉଛି । ମୋଟ ୯,୧୧୭ ବୁଥ୍ ରେ ୭୬,୯୩,୧୨୩ ଜଣ ଭୋଟର ସେମାନଙ୍କ ମତଦାନ କରୁଛନ୍ତି । ମୋଟ୍ ୨୭୯ ପ୍ରାର୍ଥୀ ଏହି ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା