Connect with us

ଆଞ୍ଚଳିକ

୨୦ ଦିନ ପରେ ମିଳୁନି ଧାନ ଟଙ୍କା : ଚାଷୀ ହତାଶ

ସାଙ୍କେତିକ

୨୦ ଦିନ ପରେ ମିଳୁନି ଧାନ ଟଙ୍କା : ଚାଷୀ ହତାଶ
କେନ୍ଦ୍ରାପଡ଼ା,:- ମଣ୍ଡରେ ଧାନ ବିକ୍ରୟ କରୁଥିବା ଚାଷୀ ମାନଙ୍କୁ ୭୨ ଘଂଟା ମଧ୍ୟରେ ଆକାଉଂଟ ମାଧ୍ୟମରେ ଧାନର ମୂଲ୍ୟ ପଠାଯିବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିଥିବା ବେଳେ ଏହାର ବ୍ୟତିକ୍ରମ ଦେଖା ଦେଇଛି । ଡିସେମ୍ବର ୩୧ ତାରିଖରେ ଆଳିର ନୂଆଗାଁ ମଣ୍ଡିରେ ଧାନ ବିକ୍ରୟ କରିଥିବା ଜଣେ ଚାଷୀଙ୍କୁ ୨୦ ଦିନ ପରେ ମଧ୍ୟ ଧାନର ମୂଲ୍ୟ ବାବଦ ଅର୍ଥ ଆକାଉଂଟକୁ ଆସି ନଥିବାରୁ ବିକ୍ରେତା ଚାଷୀ ଜଣକ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ମୁତାବକ ଆଳି ବଡଆମ୍ବିଳ ପଂଚାୟତ ସାହୁପଡା ଗ୍ରାମର ବାବାଜୀ ଚରଣ ମୁଦୁଲି ଡିସେମ୍ବର ୩୧ ତାରିଖରେ ନୂଆଗାଁ ଧାନ ମଣ୍ଡିରେ ୧୮ କ୍ୟୁଂଟାଲ ୫୦ କେଜି ପ୍ରାୟ ୪୦ ବସ୍ତା ଧାନବିକ୍ରୟ କରିଥିଲେ । ଚାଷୀ ବାବାଜୀ ୪୫ ବସ୍ତା ମୋଟ ୧୯ କୁଇଂଟାଲ ୩୭ କେଜି ଧାନ ନେଇଥିବା ବେଳେ ମଣ୍ଡି ପକ୍ଷରୁ ୫ ବସ୍ତା ଧାନ ପ୍ରାୟ ୮୭ କେଜି ଧାନ କାଟ କରି ୧୮ କୁଇଂଟାଲ ୫୦ କେଜିର ହିସାବ କରିଥିଲେ । ମାତ୍ର ଏହାର ମୂଲ୍ୟ ବାବଦ ଅର୍ଥ ଆକାଉଂଟକୁ ପଠାଇବା ପାଇଁ ୨୦ ଦିନ ବିତି ଯାଇଥିଲେ ମଧ୍ୟ କୌଣସି ଖବର ମିଳି ନାହିଁ । ଏ ନେଇ ଚାଷୀ ବାବାଜୀ ଜିଲ୍ଲାପାଳଙ୍କୁ ଭେଟି ତୁରନ୍ତ ଟଙ୍କା ପାଇବା ପାଇଁ ଦାବି ଜଣାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ