Connect with us

ଓଡିଶା

କାଳିଆ ଯୋଜନାହେଲା ବାଉଳା :

ସାଙ୍କେତିକ

କାଳିଆ ଯୋଜନାହେଲା ବାଉଳା : ଆବେଦନକାରୀ ସହାୟତା ପାଇବା ନେଇ ଆଶଙ୍କା
କେନ୍ଦ୍ରାପଡ଼ା, କେନ୍ଦ୍ରାପଡା ଜିଲ୍ଲାରେ କାଳିଆ ଯୋଜନାରେ ଉପକୃତ ହେବା ପାଇଁ ଗତ ୧୭ ତାରିଖ ସୁଦ୍ଧା ୨,୮୯,୪୫୨ ଜଣ ହିତାଧିକାରୀ ଆବେଦନ କରିଛନ୍ତି । ମାତ୍ର ୨୬,୨୬୨ ଜଣ ଆବେଦନକାରୀଙ୍କ ନାମ ପଞ୍ଜିକୃତ ହୋଇଥିବାର ସୂଚନା ମିଳିଛି । ପ୍ରକାଶ ଯୋଗ୍ୟ ଯେ କାଳିଆ ଯୋଜନାରେ ଉପକୃତ ହେବାପାଇଁ କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକରୁ ୨୧,୭୫୪, ମାର୍ଶାଘାଇ ବ୍ଲକରୁ ୨୬,୭୨୮, ମହାକାଳପଡା ବ୍ଲକରୁ ୩୭,୧୦୭ , ଗରଦପୁର ବ୍ଲକରୁ ୨୪,୬୧୫, ଆଳି ବ୍ଲକରୁ ୩୯,୧୨୬, ପଟ୍ଟାମୁଣ୍ଡାଇ ବ୍ଲକରୁ ୩୭,୨୨୦, ରାଜନଗର ବ୍ଲକରୁ ୪୧,୬୫୪, ରାଜକନିକା ବ୍ଲକରୁ ୩୧,୪୩୮ ଏବଂ କେନ୍ଦ୍ରାପଡା ବ୍ଲକରୁ ୨୯,୮୧୦ ଜଣ ଆବେଦନ କରିଛନ୍ତି ।

ମାତ୍ର ଏତେ ଆବେଦନକାରୀଙ୍କ ନାମ ଖୁବ କମ୍ ଦିନ ମଧ୍ୟରେ ପଞ୍ଜିକୃତ କରିବା ପାଇଁ ଡାଟା ଏଂଟ୍ରି ଅପରେଟର ମାନେ ସଫଳ ହୋଇପାରୁ ନାହାନ୍ତି । ଯାହା ଫଳରେ ୨,୮୯,୪୫୨ ଜଣ ଆବେଦନକାରୀଙ୍କ ମଧ୍ୟରୁ ୨୬,୨୬୨ ଜଣ ଆବେଦନକାରୀଙ୍କ ନାମ ପଞ୍ଜିକୃତ ହୋଇଛି । ରାଜ୍ୟ ସରକାରଙ୍କ ଗୋଷଣା ଅନୁଯାୟୀ ଆସନ୍ତା ୨୫ ତାରିଖ ମଧ୍ୟରେ ଏହି କାଳିଆ ଯୋଜନାରେ ଆବେଦନକାରୀମାନେ ଆର୍ଥିକ ସହାୟତା ପାଇପାରିବେ । ମାତ୍ର ଏଥିପାଇଁ ୨୦ ତାରିଖ ମଧ୍ୟରେ ସମସ୍ତ ଆବେଦନକାରୀଙ୍କ ନାମ ପଞ୍ଜୀକୃତ ହେବା କଥା । ଖୁବ କମ୍ ସମୟ ମଧ୍ୟରେ ସମସ୍ତ ଆବେଦନକାରୀଙ୍କ ନାମ ପଞ୍ଜିକୃତ ହୋଇ ପାରୁ ନଥିବାରୁ ଆବେଦନକାରୀମାନେ ଉପକୃତ ହେବା ନେଇ ଆଶଙ୍କା ଦେଖା ଦେଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା