Connect with us

ଓଡିଶା

ଯୁବ କଂଗ୍ରେସ ସୋସିଆଲ ମିଡ଼ିଆ ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ

ସାଙ୍କେତିକ

ଯୁବ କଂଗ୍ରେସ ସୋସିଆଲ ମିଡ଼ିଆ ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ
ଭୁବନେଶ୍ୱର ଭୁବନେଶ୍ୱର କଂଗ୍ରେସ ଭବନ ଠାରେ ବିଧାନ ସଭା ଓ ଜିଲ୍ଲା ସ୍ତରୀୟ ସୋସିଆଲ ମିଡ଼ିଆ କର୍ମକର୍ତାଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ପ୍ରଦେଶ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ପ୍ରଦେଶ କଂଗ୍ରେସର ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସୋସିଆ ମିଡ଼ିଆ ଆବଶ୍ୟକ ସମ୍ପର୍କରେ ଯୁବ କଂଗ୍ରେସ କର୍ମକର୍ତାମାନଙ୍କୁ ଅବଗତ କରାଇଥିଲେ । ଆଗାମୀ ସାଧାରଣ ନିର୍ବାଚନ ରେ ସୋସିଆଲ ମିଡ଼ିଆ ହିଁ ବିଜୟ କରିବାରେ ନିର୍ଣ୍ଣାୟକ ଭୂମିକା ନେବ ବୋଲି ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ଲୋକନାଥ ମହାରଥି ଉôଦବୋଧନ ଦେଇଥିଲେ ।

ବିଜେଡ଼ି ଓ ବିଜେପି ସରକାର ମିଛ ଅପପ୍ରୟାସକୁ ରୋକିବାକୁ ଯୁବ କଂଗ୍ରେସ ସୋସିଆଲ ମିଡ଼ିଆର କର୍ମକର୍ତାମାନଙ୍କ ଭୂମିକା ଗୁରୁତ୍ୱପୂଣ୍ଣ ଅଟେ ବୋଲି ପ୍ରଦେଶ ଯୁବ କଂଗ୍ରେସ ପ୍ରଭାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ଉଦ୍ବୋଧନ ଦେଇଥିଲେ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ସୋସିଆଲ ମିଡିଆର କର୍ମକର୍ତାମାନେ ବିଜେପି ଓ ବିଜେଡ଼ି ସରକାର ଦୁର୍ନୀତି ମୁଖାଖୋଲିବାକୁ ସଂକଳ୍ପ ନେଲେ । ଆଜିକାର ଏ ସଭାରେ ସୋସିଆଲ ମିଡ଼ିଆ ଦାୟିତ୍ୱରେ ଥିବା ଶ୍ରୀ ବୈଭ୍ୟବ ବ୍ୱାଲିଆ, ଏସ୍କେ ଅର୍ସିଦ, ଏବଂ ସୋସିଆଲ ମିଡ଼ିଆର କର୍ମକର୍ତାମାନେ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା