Connect with us

ଓଡିଶା

 ୨୦୨୦ ଜନରାଜ୍ୟ ଦିବସ ପରେଡରେ ପ୍ରଦର୍ଶିତ ହେବ ଓଡିଶାର ପ୍ରଜ୍ଞାପନ ମେଢ

ସାଙ୍କେତିକ

୨୦୨୦ ଜନରାଜ୍ୟ ଦିବସ ପରେଡରେ ପ୍ରଦର୍ଶିତ ହେବ ଓଡିଶାର ପ୍ରଜ୍ଞାପନ ମେଢ
ଭୁବନେଶ୍ୱର, ୨୪ ଡ଼ିସେମ୍ବର – ଆଗାମୀ ୨୦୨୦ ଜନରାଜ୍ୟ ଦିବସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ପରେଡରେ ଓଡିଶାର ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହେବା ପାଇଁ ଯୋଗ୍ୟ ବିବେଚିତ ହୋଇଛି ।
ପ୍ରକାଶ ଥାଉକି ପ୍ରତିବର୍ଷ କେନ୍ଦ୍ର ପ୍ରତିରକ୍ଷା ବିଭାଗ ପକ୍ଷରୁ ସମସ୍ତ ରାଜ୍ୟକୁ ପ୍ରଜ୍ଞାପନ ମେଢ ପ୍ରଦର୍ଶନ ନିମନ୍ତେ ପ୍ରସ୍ତାବ ଆହ୍ୱାନ କରାଯାଇଥାଏ । ତନ୍ମଧ୍ୟରୁ ଅତ୍ୟନ୍ତ ଉଚ୍ଚକୋଟୀର ପ୍ରଜ୍ଞାପନ ମେଢଗୁଡିକ ଜନରାଜ୍ୟ ଦିବସ ପରେଡରେ ସ୍ଥାନିତ ହୋଇଥାଏ । ଚଳିତ ବର୍ଷ ମଧ୍ୟ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ତଦନୁଯାୟୀ ପ୍ରସ୍ତାବ ଦିଆଯାଇଥିଲା । ଏଥି ମଧ୍ୟରୁ ଦେଶର ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ପ୍ରଜ୍ଞାପନ ମେଢ ଯୋଗ୍ୟ ବିବେଚିତ ହୋଇଛି । ତନ୍ମଧ୍ୟରେ ଓଡିଶାର ପ୍ରଜ୍ଞାପନ ମେଢ ସ୍ଥାନିତ ହୋଇଛି । ପ୍ରତିରକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା ୬ ଗୋଟି ବିଷୟବସ୍ତୁ ମଧ୍ୟରୁ ଓଡିଶା ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ‘ଓଡିଶାର ସ୍ଥାପତ୍ୟ ଓ ଲୋକ ସଂସ୍କୃତି ଉପରେ ଆଧାରିତ ପର୍ବ ’ ଡିଜାଇନ୍ଟି ଜାତୀୟ ସ୍ତରର ବିଚାରକମଣ୍ଡଳୀଙ୍କୁ ଆକୃଷ୍ଟ କରିଥିଲା । ଓଡିଶା ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଏହି ଡିଜାଇନ୍କୁ ପ୍ରଜ୍ଞାପନ ମେଢରେ ପୂର୍ଣ୍ଣ ବିକଶିତ କରାଯାଇ ଜନରାଜ୍ୟ ଦିବସରେ ପ୍ରଦର୍ଶିତ କରାଯିବ ବୋଲି ବିଭାଗ ତରଫରୁ ପ୍ରକାଶ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା