Connect with us

ଆଞ୍ଚଳିକ

ଆଜି ଏମସ୍ ରେ ଅଟଳ ବିହାରୀ ବାଜପାୟୀଙ୍କ ପ୍ରତିମୂର୍ତି ଅନାବରଣ

ସାଙ୍କେତିକ

ଏମସ୍ ରେ ଅଟଳ ବିହାରୀ ବାଜପାୟୀଙ୍କ ପ୍ରତିମୂର୍ତି ଅନାବରଣ ଆଜି
ଭୁବନେଶ୍ୱର, ୨୪ ଡ଼ିସେମ୍ବର – ଆସନ୍ତାକାଲି ଅପରାହ୍ନରେ ଭୁବନେଶ୍ୱର ଏମସ୍ ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପାୟୀଙ୍କ ପ୍ରତିମୂର୍ତି ଉନ୍ମୋଚିତ ହେବ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଓ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରତିମୂର୍ତି ଅନାବରଣ କରିବେ । ଏହାସହ ହସ୍ପିଟାଲରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ , ଅନୁଭବ ପଟ୍ଟନାୟକ , ଅମର ପଟ୍ଟନାୟକ , ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ,ଏମସ୍ ଭୁବନେଶ୍ୱରର ଅଧ୍ୟକ୍ଷ ଡ.ସୁବ୍ରତ କୁମାର ଆଚାର୍ଯ୍ୟ,ଏମସିଏଲ ସିଏମଡି ବି ଏନ୍ ଶୁକ୍ଳା ଓ ଏମସ୍ ନିର୍ଦ୍ଦେଶିକା ଡ. ଗୀତାଂଜଳୀ ଉପସ୍ଥିତ ରହିବେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ