Connect with us

ଓଡିଶା

ସୂର୍ଯ୍ୟପରାଗ ପାଇଁ ୨୬ରେ ସ୍କୁଲ ,ଅଫିସ୍ ଛୁଟି ଘୋଷଣା

ସାଙ୍କେତିକ

ସୂର୍ଯ୍ୟପରାଗ ପାଇଁ ୨୬ରେ ସ୍କୁଲ ,ଅଫିସ୍ ଛୁଟି ଘୋଷଣା
ଭୁବନେଶ୍ୱର, ୨୪ ଡ଼ିସେମ୍ବର – ଆସନ୍ତା ୨୬ ତାରିଖରେ ସୂର୍ଯ୍ୟପରାଗ ପାଇଁ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ଏହାସହ ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିବ । ଏନେଇ ଗଣ ଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାସ ସୂଚନା ଦେଇଛନ୍ତି ।
ସେହିପରି ସୂର୍ଯ୍ୟ ପରାଗ ପାଇଁ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ , ମାଜିଷ୍ଟ୍ରେଟ୍ କୋର୍ଟ ମଧ୍ୟ ଛୁଟି ରହିବ ।
୨୬ ତାରିଖ ସକାଳେ ସଂଗଠିତ ହେବ ବିରଳ ବଳୟ ସୂର୍ଯ୍ୟୋପରାଗ । ଏହି ମହାଜାଗତିକ ଦୃଶ୍ୟ ଦକ୍ଷିଣ ଭାରତର ଅଳ୍ପ କେତେକ ଅଂଚଳରେ ପୂର୍ଣ୍ଣ ଭାବେ ଦେଖାଯିବ । ସମଗ୍ର ଓଡ଼ିଶାରେ ଏହା ଆଂଶିକ ଭାବେ ଦେଖାଯିବ । ଏହି ପରାଗ ଓଡ଼ିଶାରେ ସକାଳ ୮ଟା ୨୦ ମିନିଟ୍ ରେ ସ୍ପର୍ଶ ହୋଇ ପୂର୍ବାହ୍ନ ୧୧ଟା ୨୮ ମିନିଟରେ ଶେଷ ହେବ । ତେବେ ସକାଳ ୯ଟା ୪୬ ମିନିଟ୍ରେ ଓଡ଼ିଶାରେ ସର୍ବାଧିକ ପରାଗ ଦେଖାଯିବ । ଏହି ସମୟରେ ସୂର୍ଯ୍ୟର ପ୍ରାୟ ୫୫ରୁ ୬୫ ପ୍ରତିଶତ ଅଂଶ ଆଚ୍ଛାଦିତ ହେବ । ସୂର୍ଯ୍ୟର ଆଲୋକ ମଳିନ ଦେଖାଯିବା ସହ ଅଧା ଖଣ୍ଡିଆ ଭଳି ଦୃଶ୍ୟମାନ ହେବ । ଯାହା କି ଅତ୍ୟନ୍ତ ବିରଳ ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା