Connect with us

ଦେଶ

୧୫୮୧ ଜଣ ନେତାଙ୍କ ବିରୋଧରେ ଚାଲୁଛି ଅପରାଧୀକ ମାମଲା l “ଦାଗୀ ନେତାଙ୍କୁ ଦୂରେଇବା ଦାୟିତ୍ୱ ସଂସଦର’

ସାଙ୍କେତିକ ଚିତ୍ର

ନୂଆଦିଲ୍ଲୀ,୨୫।୯: ସୁପ୍ରିମକୋର୍ଟ ଆଗ୍ରହ କରିଛି ଯେ,ଯେଉଁ ଜନପ୍ରତିନିଧିଙ୍କ ବିରୁଦ୍ଧରେ ଅପରାଧିକ ମାମଲା ଚାଲୁଛି ସେମାନଙ୍କ ବିଷୟରେ ସଂସଦ ଗୃହ ନିଷ୍ପତି ନେଉ l ଆମ ଦେଶରେ ୧୫୮୧ ଜଣ ନେତାଙ୍କ ବିରୋଧରେ ଚାଲୁଛି ଅପରାଧୀକ ମାମଲା । ଏମାନଂକ ମଧ୍ୟରେ ୯୮ ଜଣ ଏମ୍‌ପି ଅଛନ୍ତି । ସେହିପରି ୩୫ ଜଣଙ୍କ ବିରୋଧରେ ବଳାତ୍କାର, ହତ୍ୟା, ଅପହରଣ ପରି ଗୁରୁତର ମାମଲା ରହିଛି । ନିର୍ବାଚନ ପ୍ରକ୍ରିୟାରେ ସୁଧାର କାର୍ଯ୍ୟ କରୁଥିବା ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ୍‌ ଫୋରମ୍‌(ଏଡିଆର୍‌) ପକ୍ଷରୁ କରାଯାଇଥିବା

ଅପରାଧିକ ପୃଷ୍ଠଭୂମି ଥିବା ନେତାଙ୍କୁ ନିର୍ବାଚନରେ ଭାଗ ନେବାକୁ ଅନୁମତି ଦିଆଯିବ କି ନାହିଁ ସେହି ପ୍ରସଙ୍ଗରେ ଚାଲିଥିବା ତର୍କ ବିତର୍କରେ ଆଜି ସୁପ୍ରିମକୋର୍ଟ ତାଙ୍କ ଚୂଡାନ୍ତ ରାୟ ଶୁଣାଇଛନ୍ତି । ଯେଉଁ ନେତାଙ୍କ ଅପରାଧିକ ପୃଷ୍ଠଭୂମି ରହିଛି ସେମାନଙ୍କୁ ଦୂରେଇ ରଖିବାର ସମୟ ଏବେ ସଂସଦ ପାଇଁ ଆସିଯାଇଛି ବୋଲି ମଙ୍ଗଳବାର ସୁପ୍ରିମକୋର୍ଟ କହିଛନ୍ତି । ଏଥିଲାଗି ଆଇନ ପ୍ରଣୟନ କରିବାର ଦାୟିତ୍ୱ ସଂସଦ ଉପରେ ଛାଡିଛନ୍ତି ସୁପ୍ରିମକୋର୍ଟ । ଏ ସମ୍ପର୍କିତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ ଖଣ୍ଡପୀଠ କହିଛନ୍ତି ଯେ, ଯେଉଁ ନେତାଙ୍କ ନାମରେ ଅପରାଧିକ ମାମଲା ରହିଛି ସେମାନଙ୍କୁ ନିର୍ବାଚନ ପାଇଁ ଅଯୋଗ୍ୟ ଘୋଷଣା କରିବାର ଅଧିକାର ସୁପ୍ରିମକୋର୍ଟଙ୍କ ନାହିଁ । ଉପଯୁକ୍ତ ଆଇନ ପ୍ରଣୟନ କରି ସଂସଦ ଏ ଦିଗରେ ବିହିତ ପଦକ୍ଷେପ ନେଇପାରିବେ । ପୂର୍ବରୁ ଏ ସମ୍ପର୍କିତ ମାମଲାର ବିଚାର କରି ସୁପ୍ରିମକୋର୍ଟ କହିଥିଲେ ଯେ, ଯେଉଁ ନେତାଙ୍କ ନାମରେ କୌଣସି ଅପରାଧିକ ମାମଲା ରହିଛି ସେମାନଙ୍କୁ ଟିକେଟ୍ ନ ଦେବା ପାଇଁ ସମ୍ପୃକ୍ତ ଦଳ ମୁଖ୍ୟଙ୍କୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇପାରିବେ ।

ମଙ୍ଗଳବାର ଚୂଡାନ୍ତ ରାୟରେ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, କେବଳ ଚାର୍ଜସିଟ୍ ଆଧାରରେ ଜଣେ ବ୍ୟକ୍ତିଙ୍କୁ ନିର୍ବାଚନ ପ୍ରକ୍ରିୟାରୁ ବଂଚିତ କରାଯାଇପାରିବ ନାହିଁ । ଜନପ୍ରତିନିଧି ଆଇନ୍ ଅନୁଯାୟୀ ଜଣେ ବ୍ୟକ୍ତି କୌଣସି ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ହିଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ । ସୁପ୍ରିମକୋର୍ଟ ଏହି ନିୟମକୁ ସମ୍ମାନ ଜଣାଇବା ସହିତ ଅପରିବର୍ତ୍ତିତ ରଖିଛନ୍ତି । ଏଥିସହିତ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ରାୟରେ କହିଛନ୍ତି ଯେ, ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନେ ସେମାନଙ୍କ ଅପରାଧ ସମ୍ପର୍କିତ ବିବରଣୀ ସତ୍ୟପାଠରେ ବିସ୍ତୃତ ଭାବେ ଉଲ୍ଲେଖ କରିବା ଆବଶ୍ୟକ । ସତ୍ୟପାଠରେ ଯାହା ସବୁ ଲେଖା ରହିଛି ସେସବୁକୁ ସମ୍ପୃକ୍ତ ପ୍ରାର୍ଥୀମାନେ ଗଣମାଧ୍ୟମରେ ପ୍ରକାଶ କରିବେ । ଏଥିସହିତ ଦଳୀୟ ପ୍ରାର୍ଥୀମାନଙ୍କର ଅପରାଧିକ ପୃଷ୍ଠଭୂମି ସମ୍ପର୍କିତ ସବିଶେଷ ତଥ୍ୟ ଦଳର ୱେବସାଇଟରେ ଉଲ୍ଲେଖ ରହିବା ବାଧ୍ୟତାମୂଳକ । ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଙ୍କ ହସ୍ତକ୍ଷେପକୁ ପୂର୍ବରୁ କେନ୍ଦ୍ର ସରକାର ନାପସନ୍ଦ କରିଥିଲେ ।

ଜନପ୍ରତିନିଧି ଆଇନରେ ଦାଗୀ ନେତାଙ୍କ ଲକ୍ଷ୍ମଣରେଖା ବିଷୟରେ ଉଲ୍ଲେଖ କରିଥିବାରୁ ସୁପ୍ରିମକୋର୍ଟଙ୍କ ଏ ଦିଗରେ ନୂଆ ଆଇନ୍ ପ୍ରଣୟନ ପାଇଁ ନିର୍ଦ୍ଦେଶ ଦେବା ଅନୁଚିତ ଏବଂ ଦୋଷୀ ସାବ୍ୟସ୍ତ ନହେବା ଯାଏ ଯଦି କୌଣସି ବ୍ୟକ୍ତିଙ୍କୁ ନିର୍ବାଚନରୁ ଦୂରେଇ ରଖାଯାଏ ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ଭୋଟ ଅଧିକାର କ୍ଷୁର୍ଣ୍ଣ ହେବ ବୋଲି ପୂର୍ବ ଶୁଣାଣି ଅବସରରେ କେନ୍ଦ୍ର ସରକାର ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା ।

ଏକ ସର୍ଭେ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି । ସଂସ୍ଥା ପକ୍ଷରୁ ୪୮୯୬ ଜନ ପ୍ରତିନିଧିଙ୍କ ମଧ୍ୟରୁ ୪୮୫୨ ଜନ ପ୍ରତିନିଧିଙ୍କ ନିର୍ବାଚନ ସମୟରେ ଦେଇଥିବା ସତ୍ୟପାଠର ବିଶ୍ଳେଷଣ କରାଯାଇଥିଲା । ୭୭୬ ଏମ୍‌ପିଙ୍କ ମଧ୍ୟରୁ ୭୭୪ ଜଣଙ୍କର ସତ୍ୟପାଠର ଯାଞ୍ଚ୍‌ କରାଯାଇଥିଲା । ସେହିପରି ୪୧୨୦ ବିଧାୟକଙ୍କ ମଧ୍ୟରୁ ୪୦୭୮ ବିଧାୟକଙ୍କର ନିର୍ବାଚନ ସତ୍ୟପାଠର ବିଶ୍ଳେଷଣ କରାଯାଇଥିଲା । ଦେଶର ୩୩ ପ୍ରତିଶତ ନେତାଙ୍କ ନାମରେ ଅପରାଧୀକ ମାମଲା ଥିବା ଏହି ରିପୋର୍ଟରେ ଦର୍ଶାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ