Connect with us

ଦେଶ

ଲୋକ ପ୍ରତିନିଧିମାନେ କୋର୍ଟରେ ମାମଲା ପରିଚାଳନା କରିପାରିବେ l

ସାଙ୍କେତିକ ଚିତ୍ର

ନୂଆଦିଲ୍ଲୀ,୨୫।୯: ଲୋକ ପ୍ରତିନିଧିମାନେ ଓକିଲ ହୋଇ କୋର୍ଟରେ ଯେକୌଣସି ମାମଲା ପରିଚାଳନା କରିପାରିବେ ଏହା ଉପରେ ସୁପ୍ରିମ୍‌କୋର୍ଟ ଦେଇଛନ୍ତି ସବୁଜ ସଙ୍କେତ । ସର୍ବୋଚ୍ଚ ନ୍ୟାୟାଳୟ ନିଜ ରାୟ ରେ କହିଛନ୍ତି ଯେ, ଜନ ପ୍ରତିନିଧି ସରକାରୀ ଚାକିରିଆ ନୁହନ୍ତି । ତେଣୁ ସେମାନଙ୍କୁ ତାଙ୍କର ଓକିଲାତି ପେଶାଠାରୁ ଦୂରେଇ ରଖି ହେବ ନାହିଁ । ଏହି ପ୍ରସଙ୍ଗରେ ଉଚ୍ଚତମ ଅଦାଲତର ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଏ.ଏମ୍‌. ଖାନଓ୍ବିଲ୍‌କର ଓ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ଆଇନ ଅନୁସାରେ ପୂର୍ଣ୍ଣ କାଳୀନ ଦରମା ପାଉଥିବା ସରକାରୀ କର୍ମଚାରୀ କୋର୍ଟରେ କୌଣସି ମାମଲା ପରିଚାଳନା କରିପାରିବେ ନାହିଁ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ