Connect with us

ଦେଶ

ସୁଶୀଲ ମୋଦି ଅପରାଧୀ ମାନଂକୁ ନେହୁରା ହୋଇ ଚର୍ଚିତ ହେଲେ l

ସାଙ୍କେତିକ ଚିତ୍ର

ପାଟନା,୨୫।୯: ବିହାରରେ ଆୟୋଜିତ ଏକ ପିତୃପକ୍ଷ ମେଳାରେ ଉଦ୍‌ବୋଧନ ଦେବା ସମୟରେ ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଅପରାଧୀ ମାନଂକୁ ନେହୁରା ହୋଇ ପିତୃପକ୍ଷରେ କୌଣସି ଅପରାଧ ନକରିବାକୁ କହିଛନ୍ତି । ଏଥିରୁ ସ୍ପଷ୍ଟ ବାରି ହୋଇ ପଡୁଛି ବିହାରର ଆଇନଶୃଙ୍ଖଳା ପରିସ୍ଥିତି କିପରି ଅଛି । ଦିନକୁ ଦିନ ଏଠାରେ ଅପରାଧ ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯାଉ ନାହିଁ । ତେଣୁ ସାଧାରଣ ଜନତା ଏକ ପ୍ରକାର ଅତିଷ୍ଠ ହୋଇ ପଡିଲେଣି।

ଜଣେ ଉପ ମୁଖ୍ୟମନ୍ତ୍ରୀ କିଛି ଅପରାଧୀଙ୍କ ପାଖରେ ଅସହାୟ ଓ ଦୟନୀୟହୋଇ ନିବେଦନ କରିବାକୁ ସମଗ୍ର ଭାରତ ବର୍ଷରେ ଆଲୋଚନାର ବିଷୟବସ୍ତୁ ପାଲଟିଛି l ଜନସାଧାରଣ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି l ପିତୃପକ୍ଷ ମେଳାରେ ଯୋଗଦେଇ ସେ କହିଛନ୍ତିଯେ, ଅନ୍ତତଃପକ୍ଷେ ବର୍ତ୍ତମାନ ଆରମ୍ଭ ହୋଇଥିବା ପିତୃପକ୍ଷରେ କୌଣସି ଅପରାଧିକ ଘଟଣା ନ ଘଟାଇବାକୁ । ଏହି ୧୫ ଦିନରେ କୌଣସି ଅପରାଧ ନ ଘଟାଇବାକୁ ସେ ଅନୁରୋଧ କରିଛନ୍ତି ।

ସୂଚନାଯୋଗ୍ୟ, ନିକଟରେ ଜଣେ ମାଇକ୍ରୋ ଫାଇନାନ୍ସ ର୍କମୀଙ୍କୁ ଲୁଟ୍‌ କରିବା ପରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହାର ଠିକ୍‌ ୩ଦିନ ପରେ ମୁଜାଫରପୁରର ପୂର୍ବତନ ମେୟର ସମୀର କୁମାରଙ୍କୁ ମଧ୍ୟ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ମାମଲାରେ ଅଭିଯୁକ୍ତମାନେ ଫେରାର ଥିବା ବେଳେ ଏବେ ଏହା ଶାସକ ଦଳକୁ ଚିନ୍ତାରେ ପକାଇ ଦେଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ