Connect with us

ଓଡିଶା

୧୪୬ ବିଧାନସଭା ଆସନର ଚୂଡାନ୍ତ ଫଳ ,କିଏ ଜିତିଲେ , କିଏ ହାରିଲେ

ସାଙ୍କେତିକ

୧୪୬ ବିଧାନସଭା ଆସନର ଚୂଡାନ୍ତ ଫଳ ,କିଏ ଜିତିଲେ , କିଏ ହାରିଲେ
ଭୁବନେଶ୍ୱର,୨୪ ମଇ – ଗଣତନ୍ତ୍ରର ମହାପର୍ବ ନିର୍ବାଚନ ଶେଷ ହୋଇଯାଇଛି । ଓଡିଶାର ୧୪୭ଟି ବିଧାନସଭା ଆସନ ମଧ୍ୟରୁ ୧୪୬ଟି ଆସନର ଫଳାଫଳ ସ୍ପଷ୍ଟ ହୋଇ ସାରିଛି । କେବଳ ପାଟକୁରା ନିର୍ବାଚନ ମଣ୍ଡଳୀରେ ବିଳମ୍ବରେ ନିର୍ବାଚନ ହେବ । ଏଥର ମଧ୍ୟ ସଡିଶାରେ ସରକାର ଗଢିବାକୁ ଯାଉଛି ବିଜେଡି । ସେହିପରି ବିଜଡି ସୁପ୍ରିମୋ ନବୀନ ପଟ୍ଟନାୟକ ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ । ଗତ ବିଧାନସଭା ନିର୍ବାଚନରେ ୧୧୭ ଆସନ ପାଇଥିବେ ବିଜେଡି ଏଥର ୧୧୨ଟି ଆସନରେ ବିଜୟୀ ହୋଇଛି । ସେହିପରି ବିଜେପି ୨୩ଟି ଆସନ ହାତେଇ ଥିବା ବେଳେ କଂଗ୍ରେସକୁ ୯ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି । ଏହା ବ୍ୟତୀତ ଅନ୍ୟାନ୍ୟ ଦଳ ୨ଟି ଆସନ ପାଇଛନ୍ତି ।
ଏଥର ୧୪୬ ବିଧାନସଭା ଆସନରୁ କିଏ କେଉଁ ଆସନରେ କେତେ ଭୋଟ୍ ବ୍ୟବଧାନରେ ବିଜୟୀ ହେଲେ ତାର ବିବରଣୀ ନିମ୍ନରେ ଦିଆଗଲା ।
1.ବିଜେପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୬, ୫୩୩ ଭୋଟ୍ ରେ ବିଜୟୀ ହୋଇଛନ୍ତି ।
2. ବିଞ୍ଝାରପୁରରେ ବିଜେଡିର ପ୍ରମିଳା ମଲ୍ଲିକ ବିଜେପିର ବବିତା ମଲ୍ଲିକଙ୍କୁ ୨୧,୩୦୦ ଭୋଟ୍ ରେ ପରାସ୍ତ କରି ବିଜୟୀ ହୋଇଛନ୍ତି ।
3.ବୀରମିତ୍ରପୁରରେ ବିଜେପିର ଶଙ୍କର ଓରାମ ବିଜେଡି ପ୍ରାର୍ଥୀୀ ମଖଲୁ ଏକ୍କାଙ୍କ ଠାରୁ ୧୬,୨୯୨ ଭୋଟ୍ ରେ ବିଜୟୀ ହୋଇଛନ୍ତି ।
4. ବୀରମହାରାଜପୁରରେ ବିଜେଡିର ପଦ୍ମନାଭ ବେହେରା ବିଜେପିର ରଘୁନାଥ ଜଗଦଲାଙ୍କୁ ୧୨ ହଜାରରୁ ଅଧିକ ଭୋଟ୍ ରେ ହରାଇଛନ୍ତି ।
5. ବିଷମକଟକରେ ବିଜେଡିର ଜଗନ୍ନାଥ ସାରକା କଂଗ୍ରେସର ନୀଳମାଧବ ହିକକାଙ୍କୁ ୧୩, ୫୩୫ ଭୋଟ ରେ ହରାଇଛନ୍ତି ।
6.ବଲାଙ୍ଗିରରେ କଂଗ୍ରେସର ନରସିଂହ ମିଶ୍ର ସେ ବିଜେଡିର ଅର୍କେଶ ନାରାୟଣ ସିଂହଦେଓଙ୍କୁ ୫,୨୮୨ ଭୋଟ୍ ରେ ହରାଇଛନ୍ତି ।
7.ବଣାଇରେ ସିପିଏମ୍ ର ଲକ୍ଷ୍ମଣ ମୁଣ୍ଡା ବିଜେଡି ପ୍ରାର୍ଥୀ ରଂଜିତ କିଷାନଙ୍କ ଠାରୁ ୧୨,୦୨୯ଭୋଟ୍ ରେ ବିଜୟୀ ହୋଇଛନ୍ତି ।
8.ବୌଦ୍ଧରେ ବିଜେଡିର ପ୍ରଦୀପ ଅମାତ ବିଜୟୀ । ସେ ବିଜେପିର ସୁଶାନ୍ତ ପ୍ରଧାନଙ୍କୁ ୧୦, ୪୮୪ ଭୋଟ୍ ରେ ହରାଇଲେ ।
9. ବ୍ରହ୍ମଗିରି ବିଧାନସଭା ଆସନରେ ବିଜେପିର ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ବିଜୟୀ ହୋଇଛନ୍ତି । ଉକ୍ତ ଆସନରୁ ବିଜେଡିର ସଞ୍ଜୟ ଦାସବର୍ମା ୧,୯୩୯ ଭୋଟ୍ ରେ ପରାସ୍ତ ହୋଇଛନ୍ତି ।
10. ବ୍ରହ୍ମପୁରରେ ବିଜେଡିର ବିକ୍ରମ ପଣ୍ଡା ବିଜୟୀ ହୋଇଛନ୍ତି । ସେ ବିଜେପିର କାହ୍ନୁ ପତିଙ୍କୁ ୩୩ ହଜାରରୁ ଅଧିକ ଭୋଟ୍ ରେ ହରାଇଛନ୍ତି ।
11. ବ୍ରଜରାଜନଗରରେ ବିଜେଡିର କିଶୋର ମହାନ୍ତି ବିଜେପିର ରାଧାରାଣୀ ପଣ୍ଡାଙ୍କୁ ୧୧,୬୭୯ ଭୋଟ୍ ରେ ପରାସ୍ତ କରିଛନ୍ତି ।
12. ଚମ୍ପୁଆରେ ବିଜେଡିର ମିନାକ୍ଷୀ ମହାନ୍ତ ବିଜେପିର ମୁରଲୀ ଶର୍ମାଙ୍କୁ ୨୫, ୫୦୪ ଭୋଟ୍ ରେ ହରାଇଛନ୍ତି ।
13. ଚାନ୍ଦବାଲିରେ ବିଜେଡିର ବ୍ୟୋମକେଶ ରାୟ ବିଜୟୀ ହୋଇଛନ୍ତି । ସେ ବିଜେପିର ମନମୋହନ ସାମଲଙ୍କୁ ୭ ହଜାରରୁ ଅଧିକ ଭୋଟ୍ ରେ ହରାଇଛନ୍ତି ।
14.ଛତ୍ରପୁରରେ ବିଜେଡିର ସୁବାସ ବେହେରା ବିଜୟୀ ହୋଇଛନ୍ତି । ସେ ବିଜେପିର ପ୍ରଶାନ୍ତ କରଙ୍କୁ ୨୧, ୨୧୨ ଭୋଟ୍ ରେ ହରାଇଛନ୍ତି ।
15. ଛେଣ୍ଡିପଦାରେ ବିଜେଡିର ସୁଶାନ୍ତ ବେହେରା ବିଜୟୀ ହୋଇଛନ୍ତି । ସେ ବିଜେପିର ଅଗସ୍ତି ବେହେରାଙ୍କୁ ୬,୭୯୪ ଭୋଟ୍ ରେ ହରାଇଛନ୍ତି ।
16.ଚିକିଟିରେ ବିଜେଡିର ଉଷା ଦେବୀ ବିଜେପିର ମନୋରଞ୍ଜନ ଦ୍ୟାନସାମନ୍ତରାଙ୍କୁ ୨୦,୬୩୫ ଭୋଟ୍ ରେ ପରାସ୍ତ କରିଛନ୍ତି ।
17.ଚିଲିକାରେ ବିଜେଡିର ପ୍ରଶାନ୍ତ ଜଗଦ୍ଦେବ ବିଜେପିର ପୃଥ୍ୱୀରାଜ ହରିଚନ୍ଦନଙ୍କୁ ୧୦, ୮୯୧ ଭୋଟ୍ ରେ ହରାଇଛନ୍ତି ।
18.ଚିତ୍ରକୋଣ୍ଡାରେ ବିଜେଡିର ପୂର୍ଣ୍ଣଚନ୍ଦ୍ର ବାକା ବିଜୟୀ ହୋଇଛନ୍ତି । ସେ କଂଗ୍ରେସର ଲକ୍ଷ୍ମୀପ୍ରିୟା ନାୟକଙ୍କୁ ୩୦୧୨ ଭୋଟରେ ହରାଇଛନ୍ତି ।
19-କଟକରେ ବିଜେଡିର ସୌଭିକ ବିଶ୍ୱାଳ ବିଜୟୀ ହୋଇଛନ୍ତି । ସେ ବିଜେପିର ନୟନ କିଶୋର ମହାନ୍ତିଙ୍କୁ ୨୧,୫୮୪ ଭୋଟ୍ ରେ ପରାସ୍ତ କରିଛନ୍ତି ।
20. କଟକ ସଦରରେ ବିଜେଡିର ଚନ୍ଦ୍ରସାରଥୀ ବେହେରା ବିଜୟୀ ହୋଇଛନ୍ତି । ସେ ବିଜେପିର ଦିଲୀପ ମଲ୍ଲିକଙ୍କୁ ୨୪ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି ।
21,. ଡାବୁଗାଁରେ ବିଜେଡିର ମନୋହର ରନ୍ଧାରୀ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା କଂଗ୍ରେସ ପ୍ରାର୍ଥୀ ଭୁଜବଳ ମାଝୀଙ୍କୁ ୭୩୯୨ ଭୋଟ୍ରେ ପରାସ୍ତ କରିଛନ୍ତି ।
22. ଦଶପଲ୍ଲାରେ ବିଜେଡିର ରମେଶ ବେହେରା ବିଜେପିର ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ୩୪, ୮୨୧ ଭୋଟ୍ ରେ ହରାଇଛନ୍ତି ।
23. ଦେବଗଡ଼ରେ ବିଜେପିର ସୁବାସ ପାଣିଗ୍ରାହୀ ଜିତିଛନ୍ତି । ସେ ବିଜେଡିର ରୋମାଂଚ ରଞ୍ଜନ ବିଶ୍ୱାଳଙ୍କୁ ୬,୭୪୯ ଭୋଟ୍ ରେ ହରାଇଛନ୍ତି ।
24. ଧାମନଗର ବିଧାନସଭା ଅ।ସନରେ ବିଜେପିର ବିଷ୍ଣୁ ଚରଣ ସେଠୀ ୪,୬୨୫ ଭୋଟ୍ ରେ ବିଜେଡିର ରାଜେନ୍ଦ୍ର କୁମାର ଦାସଙ୍କୁ ପରାସ୍ତ କରିଛନ୍ତି ।
25.ଧର୍ମଗଡ଼ରେ ବିଜେଡିର ମହୋଷଧୀ ବାଗ ବିଜୟୀ ହୋଇଛନ୍ତି । ସେ ବିଜେପିର ଅନନ୍ତ ପ୍ରତାପ ଦେଓଙ୍କୁ ୧୬,୦୯୮ ଭୋଟ୍ ରେ ପରାସ୍ତ କରିଛନ୍ତି ।
26. ଧର୍ମଶାଳାରେ ବିଜେଡିର ପ୍ରଣବ ବଳବନ୍ତରାୟ ବିଜେପିର ରମେଶ ଚନ୍ଦ୍ର ପରିଡାଙ୍କ ଠାରୁ ୫୨,୭୩୯ ଭୋଟ୍ ରେ ବିଜୟୀ ହୋଇଛନ୍ତି ।
27.ଢେଙ୍କାନାଳରେ ବିଜେଡିର ସୁଧିର ସାମଲ ବିଜୟୀ ହୋଇଛନ୍ତି । ସେ ବିଜେପିର କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ୨୦, ୭୫୨ ଭୋଟ୍ ରେ ହରାଇଛନ୍ତି ।
28. ଦିଗପହଣ୍ଡିରୁ ବିଜେଡିର ସୂର୍ଯ୍ୟ ପାତ୍ର ଜିତିଛନ୍ତି । ସେ ବିଜେପିର ପିଙ୍କି ପ୍ରଧାନଙ୍କୁ ୪୦,୪୭୩ ଭୋଟ୍ ରେ ପରାସ୍ତ କରିଛନ୍ତି ।
29. ଭୁବନେଶ୍ୱର ଏକାମ୍ରରୁ ବିଜେଡିର ଅଶୋକ ପଣ୍ଡା ଜିତିଛନ୍ତି । ସେ ବିଜେପିର ବାବୁ ସିଂଙ୍କୁ ୨୭,୭୩୭ ଭୋଟ୍ ରେ ହରାଇଛନ୍ତି ।
30. ଜି.ଉଦୟଗିରିରେ ବିଜେଡିର ସାଲୁଗା ପ୍ରଧାନ ବିଜୟୀ ହୋଇଛନ୍ତି । ସେ କଂଗ୍ରେସର ଶ୍ୟାମଘନ ପ୍ରଧାନଙ୍କୁ ୧୧,୨୬୧ ଭୋଟ୍ ରେ ହରାଇଛନ୍ତି ।
31. ଘସିପୁରା ବିଧାନସଭାରେ ବିଜେଡିର ବଦ୍ରି ନାରାୟଣ ପାତ୍ର ଜିତିଛନ୍ତି । ସେ କଂଗ୍ରେସର ନିରଞ୍ଜନ ପଟ୍ଟନାୟକଙ୍କୁ ୩୨ ହଜାରରୁ ଅଧିକ ଭୋଟ୍ ରେ ହରାଇଛନ୍ତି ।
32. ଗୋପାଳପୁରରେ ବିଜେଡିର ପ୍ରଦୀପ ପାଣିଗ୍ରାହୀ ବିଜୟୀ ହୋଇଛନ୍ତି । ସେ ବିଜେପିର ବିଭୂତି ଜେନାଙ୍କୁ ୨୬୭୩ ଭୋଟ୍ ରେ ହରାଇଛନ୍ତି ।
33. ଗୁଣପୁରରେ ବିଜେଡିର ରଘୁନାଥ ଗମାଙ୍ଗ ବିଜୟୀ ହୋଇଛନ୍ତି । ସେ କଂଗ୍ରେସର ପୁରୁଷୋତମ ଗମାଙ୍ଗଙ୍କୁ ୬,୨୭୦ ଭୋଟ୍ ରେ ହରାଇଛନ୍ତି ।
34. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ବିଧାନସଭାରୁ ବିଜୟୀ ହୋଇଛନ୍ତି । ସେ ବିଜେପିର ପୀତାମ୍ବର ଆ·ର୍ଯ୍ୟଙ୍କୁ ୫୯, ୨୩୦ ଭୋଟ୍ ରେ ହରାଇଛନ୍ତି ।
35. ହିନ୍ଦୋଳରେ ବିଜେଡିର ସୀମାରାଣୀ ନାୟକ ବିଜେପିର ଅଶୋକ ନାୟକଙ୍କୁ ୧୯, ୧୨୧ ଭୋଟ୍ ରେ ହରାଇଛନ୍ତି ।
36. ଜଗତସିଂହପୁରରେ ବିଜେଡିର ପ୍ରଶାନ୍ତ ମୁଦୁଲି ବିଜୟୀ ହୋଇଛନ୍ତି । ସେ କଂଗ୍ରେସର ଚିରଞ୍ଜୀବ ବିଶ୍ୱାଳଙ୍କୁ ୮୬୪୨ ଭୋଟ୍ ରେ ହରାଇଛନ୍ତି ।
37- ଯାଜପୁର ବିଧାନସଭାରେ ବିଜେଡିର ପ୍ରଣବ ପ୍ରକାଶ ଦାସ ବିଜୟୀ ହୋଇଛନ୍ତି । ବିଜେପିର ଗୌତମ ରାୟଙ୍କୁ ୪୦, ୬୯୦ ଭୋଟ୍ ରେ ପରାସ୍ତ କରିଛନ୍ତି ।
38- ଜଳେଶ୍ୱରରେ ବିଜେଡିର ଅଶ୍ୱିନୀ ପାତ୍ର ବିଜେପିର ଜୟନାରାୟଣ ମହାନ୍ତିଙ୍କୁ ୩୦ ହଜାରରୁ ଅଧିକ ଭୋଟ୍ ରେ ହରାଇଛନ୍ତି ।
39- ଯଶୀପୁରରେ ବିଜେପିର ଗଣେଶରାମ ଖୁଂଟିଆ ବିଜେଡିର ଗୋଲକ ନାୟକଙ୍କୁ ୮, ୨୩୭ ଭୋଟ୍ ରେ ହରାଇଛନ୍ତି ।
40. ଜଟଣୀରେ କଂଗ୍ରେସର ସୁରେଶ ରାଉତରାୟ ବିଜେଡିର ବିଭୂତି ବଳବନ୍ତରାୟଙ୍କୁ ୭,୪୬୨ ଭୋଟ୍ ରେ ହରାଇଛନ୍ତି ।
41. ଜୟଦେବରେ ବିଜେଡିର ଅରବିନ୍ଦ ଢାଲି ସ୍ୱାଧୀନ ପ୍ରାର୍ଥୀ ନବକିଶୋର ମଲ୍ଲିକଙ୍କୁ ହରାଇଛନ୍ତି ।
42. ଜୟପୁର ବିଧାନସଭା ଆସନରେ କଂଗ୍ରେସର ତାରାପ୍ରସାଦ ବାହିନୀପତି ପୁଣି ବିଜୟୀ ହୋଇଛନ୍ତି । ସେ ବିଜେଡିର ରବି ନନ୍ଦଙ୍କୁ ୫, ୪୩୯ ଭୋଟ୍ ରେ ହରାଇଛନ୍ତି ।
43. ଝରିଗାଁରେ ବିଜେଡିର ପ୍ରକାଶ ମାଝୀ କଂଗ୍ରେସର ଉଲଧର ମାଝୀଙ୍କୁ ୩୧,୨୭୫ ଭୋଟ ରେ ହରାଇଛନ୍ତି ।
44. ଝାରସୁଗୁଡ଼ାରେ ବିଜେଡିର ନବ ଦାସ ବିଜେପିର ଦୀନେଶ ଜୈନଙ୍କୁ ୪୫, ୫୮୬ ଭୋଟ୍ ରେ ହରାଇଛନ୍ତି ।
45. ଜୁନାଗଡ଼ରେ ବିଜେଡିର ଦିବ୍ୟଶଙ୍କର ମିଶ୍ର ବିଜେପିର ମନୋଜ ମେହେରଙ୍କୁ ୨୭,୮୫୯ ଭୋଟ୍ ରେ ପରାସ୍ତ କରିଛନ୍ତି ।
46. କବିସୂର୍ଯ୍ୟନଗରରେ ବିଜେଡିର ଲତିକା ପ୍ରଧାନ ବିଜେପିର ରଞ୍ଜନ ପୋଲାଇଙ୍କୁ ୪୮, ୩୮୫ ଭୋଟରେ ହରାଇଛନ୍ତି ।
47.କାକଟପୁରରେ ବିଜେଡିର ତୁଷାରକାନ୍ତି ବେହେରା ବିଜୟୀ ହୋଇଛନ୍ତି । ସେ କଂଗ୍ରେସର ବିଶ୍ୱଭୂଷଣ ଦାସଙ୍କୁ ୪୫,୬୯୧ ଭୋଟ୍ ରେ ପରାସ୍ତ କରିଛନ୍ତି ।
48. କାମାକ୍ଷାନଗରରେ ବିଜେଡିର ପ୍ରଫୁଲ୍ଲ ମଲ୍ଲିକ ପୁଣି ଜିତିଛନ୍ତି । ସେ ବିଜେପିର ଶତ୍ରୁଘ୍ନ ଜେନାଙ୍କୁ ୧୬, ୫୦୯ ଖଣ୍ଡ ଭୋଟ୍ ରେ ପରାସ୍ତ କରିଛନ୍ତି ।
49. କଂଟାବାଞ୍ଜିରେ କଂଗ୍ରେସର ସନ୍ତୋଷ ସିଂ ସାଲୁଜା ବିଜୟୀ ହୋଇଛନ୍ତି । ସେ ବିଜେପିର ଲକ୍ଷ୍ମଣ ବାଗଙ୍କୁ ୧୨୯ ଖଣ୍ଡ ଭୋଟ୍ ରେ ପରାସ୍ତ କରିଛନ୍ତି ।
51. କଂଟାମାଳରେ ବିଜେଡିର ମହିଧର ରଣା ବିଜୟୀ ହୋଇଛନ୍ତି । ସେ ବିଜେପିର କହ୍ନେଇ ଡାଙ୍ଗଙ୍କୁ ୩୬୫୦ ଭୋଟ୍ ରେ ପରାସ୍ତ କରିଛନ୍ତି ।
52. କରଞ୍ଜିଆରେ ବିଜେଡିର ବାସନ୍ତି ହେମ୍ବ୍ରମ ବିଜୟୀ ହୋଇଛନ୍ତିୟୟ । ସେ ବିଜେପିର ପଦ୍ମଚରଣ ହାଇବ୍ରୁଙ୍କୁ ୮୯୫୪ ଭୋଟରେ ହରାଇଛନ୍ତି ।
53. କେନ୍ଦ୍ରାପଡ଼ାରେ ବିଜେଡିର ଶଶିଭୂଷଣ ବେହେରା ବିଜୟୀ ହୋଇଛନ୍ତି । ସେ କଂଗ୍ରେସର ଗଣେଶ୍ୱର ବେହେରାଙ୍କୁ ୬ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି ।
54. କେନ୍ଦୁଝରରେ ବିଜେପିର ମୋହନ ମାଝୀ ବିଜେଡିର ମାଧବ ସର୍ଦ୍ଦାରଙ୍କୁ ୧୧୨୪ ଭୋଟ୍ ରେ ପରାସ୍ତ କରିଛନ୍ତି ।
55.ଖଲ୍ଲିକୋଟରେ ବିଜେଡିର କେଏସ୍ ବୈଦ୍ୟ ବିଜେପିର ଭାରତୀ ବେହେରାଙ୍କୁ ୪୦, ୮୪୦ ଭୋଟ୍ ରେ ହରାଇଛନ୍ତି ।
56.ଖଡ଼ିଆଳରେ କଂଗ୍ରେସର ଅଧିରାଜ ମୋହନ ପାଣିଗ୍ରାହୀ ବିଜୟୀ ହୋଇଛନ୍ତି । ସେ ବିଜେଡିର ଲମ୍ବୋଧର ନିଆଲଙ୍କୁ ୨,୮୫୭ ଖଣ୍ଡ ଭୋଟ୍ ରେ ପରାସ୍ତ କରିଛନ୍ତି ।
57. ଖଣ୍ଡପଡ଼ାରେ ବିଜେଡିର ସୌମ୍ୟରଞ୍ଜନ ପଟ୍ଟନାୟକ ୮୧, ୩୪୭ ଭୋଟରେ ବିଜୟୀ ହୋଇଛନ୍ତି ।
58. ଖୋର୍ଦ୍ଧାରେ ବିଜେଡି ପ୍ରାର୍ଥୀ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ବିଜୟୀ ହୋଇଛନ୍ତି । ସେ ବିଜେପିର କାଳୁ ଖଣ୍ଡାୟତରାୟଙ୍କୁ ୧୦, ୪୪୭ ଭୋଟ୍ ରେ ପରାସ୍ତ କରିଛନ୍ତି ।
59. କୋରାପୁଟରେ ବିଜେଡିର ରଘୁରାମ ପୋଡ଼ାଲ କଂଗ୍ରେସର କୃଷ୍ଣଚନ୍ଦ୍ର କୁଲଦୀପଙ୍କୁ ୬,୨୨୪ ଭୋଟ୍ ରେ ହରାଇଛନ୍ତି ।
60. କୋରେଇରେ ବିଜେଡିର ଅଶୋକ ବଳ ବିଜେପିର ବିଶ୍ୱଜିତ୍ ନାୟକ ଙ୍କ ଠାରୁ ୩୦,୭୨୪ ଭୋଟ୍ ରେ ବିଜୟୀ ହୋଇଛନ୍ତି ।
61. କାଟପାଡରେ ବିଜେଡିର ପଦ୍ମିନୀ ଦିଆନ ଜିତିଛନ୍ତି । ସେ କଂଗ୍ରେସର ଚନ୍ଦ୍ରଶେଖର ମାଝୀଙ୍କୁ ୨,୭୦୭ ଭୋଟ୍ ରେ ହରାଇଛନ୍ତି ।
62. କୁଚିଣ୍ଡାରେ ବିଜେଡିର କିଶୋର ନାୟକ ବିଜୟୀ ହୋଇଛନ୍ତି ।ସେ ବିଜେପିର ରବି ନାଏକଙ୍କୁ ୩,୬୧୦ ଭୋଟ୍ ରେ ହରାଇଛନ୍ତି ।
63. ଲକ୍ଷ୍ମୀପୁରରେ ବିଜେଡିର ପ୍ରଭୁ ଜାନୀ କଂଗ୍ରେସ ପ୍ରାର୍ଥୀ କୈଳାସ କୁଲେସିକାଙ୍କୁ ୨୨୯ ଭୋଟ୍ ରେ ହରାଇଛନ୍ତି ।
64. ଲାଞ୍ଜିଗଡ଼ରେ ବିଜେଡିର ପ୍ରଦୀପ ଦିସାରୀ କଂଗ୍ରେସର ଶିବାଜୀ ମାଝୀଙ୍କୁ ୧୪,୩୦୮ ଭୋଟ୍ ରେ ହରାଇଛନ୍ତି ।
65. ଲୋଇସିଂହାରେ ବିଜେପିର ମୁକେଶ ମହାଲିଙ୍ଗ ବିଜେଡିର ପ୍ରଦୀପ ବେହେରାଙ୍କୁ ପରାସ୍ତ କରିଛନ୍ତି ।
66. ମହାକାଳପଡ଼ାରେ ବିଜେଡିର ଅତନୁ ସବ୍ୟସାଚୀ ନାୟକ ବିଜେପିର ବିଜୟ ପ୍ରଧାନଙ୍କୁ ୧୫,୬୬୩ ଭୋଟ୍ ରେ ହରାଇଛନ୍ତି ।
67. ମାହାଙ୍ଗାରେ ବିଜେଡିର ପ୍ରତାପ ଜେନା ବିଜୟୀ ହୋଇଛନ୍ତି । ସେ ବିଜେପିର ସାରଦା ପ୍ରଧାନଙ୍କୁ ୨୮ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି ।
68. ମାଲକାନଗିରିରେ ବିଜେପିର ଆଦିତ୍ୟ ମାଢ଼ି ବିଜୟୀ ହୋଇଛନ୍ତି । ସେ କଂଗ୍ରେସର ମାଲା ମାଢ଼ିଙ୍କୁ ୨୫,୩୭୮ଟି ଭୋଟ୍ ରେ ପରାସ୍ତ କରିଛନ୍ତି ।
69. ମୋହନାରେ କଂଗ୍ରେସର ଦାଶରଥୀ ଗମାଙ୍ଗ ବିଜୟୀ ହୋଇଛନ୍ତି । ସେ ବିଜେଡିର ପୂର୍ଣ୍ଣବାସୀ ନାୟକଙ୍କୁ ୩,୨୨୩ ଭୋଟରେ ହରାଇଛନ୍ତି ।
70. ମୋରଡ଼ାରେ ବିଜେଡିର ରାଜକିଶୋର ଦାସ ବିଜୟୀ ହୋଇଛନ୍ତି । ସେ ବିଜେପିର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ୬,୯୪୬ ଭୋଟରେ ପରାସ୍ତ କରିଛନ୍ତି ।
71. ନବରଙ୍ଗପୁରରେ ବିଜେଡି ପ୍ରାର୍ଥୀ ସଦାଶିବ ପ୍ରଧାନୀ ବିଜୟୀ ହୋଇଛନ୍ତି । ସେ ବିଜେପି ପ୍ରାର୍ଥୀ ଗୌରୀ ମାଝୀଙ୍କୁ ୭୦୭୯ ଭୋଟରେ ପରାସ୍ତ କରିଛନ୍ତି ।
72. ନର୍ଲାରେ ବିଜେଡିର ଭୂପିନ୍ଦର ସିଂହ କଂଗ୍ରେସର ଅନିରୁଦ୍ଧ ପ୍ରଧାନଙ୍କୁ ପରାସ୍ତ କରିଛନ୍ତି ।
73. ନୟାଗଡ଼ରେ ବିଜେଡିର ଅରୁଣ ସାହୁ ବିଜେପିର ଇରାନୀ ରାୟଙ୍କୁ ୧୫ ହଜାରରୁ ଅଧିକ ଭୋଟ୍ ରେ ହରାଇଛନ୍ତି ।
74.ନିଆଳିରେ ବିଜେଡିର ପ୍ରମୋଦ ମଲ୍ଲିକ ବିଜେପିର ଛବି ମଲ୍ଲିକଙ୍କୁ ୨୭ ହଜାର ଭୋଟରେ ହରାଇଛନ୍ତି ।
75. ନୀଳଗିରିରେ ବିଜେପିର ସୁକାନ୍ତ ନାୟକ ବିଜେଡିର ସନ୍ତୋଷ ଖଟୁଆଙ୍କୁ ୧,୫୭୭ ଭୋଟ ରେ ପରାସ୍ତ କରିଛନ୍ତି ।
76. ନିମାପଡ଼ାରେ ବିଜେଡିର ସମୀର ରଂଜନ ଦାଶ ବିଜେପିର ପ୍ରଭାତି ପରିଡ଼ାଙ୍କୁ ୩୨ ହଜାରରୁ ଉଦ୍ଧ୍ୱର୍ ଭୋଟ୍ ରେ ପରାସ୍ତ କରିଛନ୍ତି ।
77. ନୂଆପଡ଼ାରେ ବିଜେଡିର ରାଜେନ୍ଦ୍ର ଢୋଲକିଆ ବିଜୟୀ ହୋଇଛନ୍ତି ।
78. ପଦ୍ମପୁରରେ ବିଜେଡିର ବିଜୟ ରଂଜନ ସିଂବରିହା ବିଜୟୀ ହୋଇଛନ୍ତି । ବିଜେପିର ପ୍ରଦୀପ ପୁରୋହିତଙ୍କୁ ୬,୩୫୫ ଭୋଟରେ ପରାସ୍ତ କରିଛନ୍ତି ।
79. ପାଲଲହଡ଼ାରେ ବିଜେଡିର ମୁକେଶ ପାଲ ବିଜୟୀ ହୋଇଛନ୍ତି । ସେ ବିଜେପିର ଅଶୋକ ମହାନ୍ତିଙ୍କୁ ୬,୨୧୪ ଭୋଟରେ ହରାଇଛନ୍ତି ।
80. ପାରାଦୀପରେ ବିଜେଡିର ସମ୍ବିତ ରାଉତରାୟ ବିଜୟୀ ହୋଇଛନ୍ତି । ସେ କଂଗ୍ରେସର ବାପି ସର୍ଖେଲଙ୍କୁ ୨୦ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି ।
81. ପାରଳାଖେମୁଣ୍ଡିରେ ବିଜେପିର କେ. ନାରାୟଣ ରାଓ ବିଜୟୀ ହୋଇଛନ୍ତି ସେ ସ୍ୱାଧୀନ ପ୍ରାର୍ଥୀ ତିରୁପତି ପାଣିଗ୍ରାହୀଙ୍କୁ ୧୫, ୨୦୨ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ।
82. ପରଜଙ୍ଗରେ ବିଜେଡିର ନୃସିଂହ ସାହୁ ବିଜୟୀ ହୋଇଛନ୍ତିୟ ସେ ବିଜେପିର ବିଭୂତି ପ୍ରଧାନଙ୍କୁ ୭୪୦ ଭୋଟ୍ରେ ହରାଇଛନ୍ତି ।
83. ଫୁଲବାଣୀରେ ବିଜେଡିର ଅଙ୍ଗଦ କହଁର ୨୪, ୧୬୩ ଖଣ୍ଡ ଭୋଟରେ ବିଜେପିର ଦେବ ପ୍ରଧାନଙ୍କୁ ପରାସ୍ତ କରିଛନ୍ତି ।
84. ପିପିଲିରେ ବିଜେଡିର ପ୍ରଦୀପ ମହାରଥୀ ବିଜୟୀ ହୋଇଛନ୍ତି । ଉକ୍ତ ଆସନରେ ବିଜେପିର ଆଶ୍ରିତ ପଟ୍ଟନାୟକ ୧୫,୭୮୭ ଭୋଟ୍ ରେ ପରାସ୍ତ ହୋଇଛନ୍ତି ।
85. ପୋଲସରାରେ ବିଜେଡିର ଶ୍ରୀକାନ୍ତ ସାହୁ ବିଜୟୀ ହୋଇଛନ୍ତି । ସେ ବିଜେପିର ଗୋକୁଳାନନ୍ଦ ମଲ୍ଲିକଙ୍କୁ ୧୧, ୨୬୭ ଭୋଟରେ ହରାଇଛନ୍ତି ।
86. ପଟାଙ୍ଗିରେ ବିଜେଡିର ପ୍ରୀତମ ପାଢୀ ବିଜୟୀ ହୋଇଛନ୍ତି । ସେ କଂଗ୍ରେସର ରାମଚନ୍ଦ୍ର କାଡ଼ାମଙ୍କୁ ୪,୧୯୯ ଭୋଟ୍ ରେ ହରାଇଛନ୍ତି ।
87.ପୁରୀରେ ବିଜେପିର ଜୟନ୍ତ ଷଡ଼ଙ୍ଗୀ ବିଜୟୀ । ସେ ବିଜେଡିର ମହେଶ୍ୱର ମହାନ୍ତିଙ୍କୁ ୪ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି ।
88. ରଘୁନାଥପାଲୀରେ ବିଜେଡିର ସୁବ୍ରତ ତରାଇ ବିଜୟୀ ହୋଇଛନ୍ତି ।
89. ରାଇରଙ୍ଗପୁର ବିଧାନସଭାରେ ବିଜେପିର ନବଚରଣ ମାଝୀ ବିଜୟୀ । ସେ ବିଜେଡିର ବାସନ୍ତୀ ମାରାଣ୍ଡିଙ୍କୁ ୩,୨୭୨ ଭୋଟରେ ପରାସ୍ତ କରିଛନ୍ତି ।
90. ରାଜନଗରରେ ବିଜେଡିର ଧ୍ରୁବ ସାହୁ ବିଜୟୀ ହୋଇଛନ୍ତି । ସେ କଂଗ୍ରେସର ଅଂଶୁମାନ ମହାନ୍ତିଙ୍କୁ ୧୮ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି ।
91. ରାଜଗାଙ୍ଗପୁର ବିଧାନସଭାରେ କଂଗ୍ରେସର ସିଏସ୍ ରାଜନ ବିଜୟୀ । ସେ ବିଜେଡିର ମଙ୍ଗଳା କିଷାନଙ୍କୁ ପରାସ୍ତ କରିଛନ୍ତି ।
92. ରଣପୁରରେ ବିଜେଡିର ସତ୍ୟନାରାୟଣ ପ୍ରଧାନ ବିଜୟୀ ହୋଇଛନ୍ତି । ସେ ବିଜେପିର ସୁରମା ପାଢ଼ୀଙ୍କୁ ପରାସ୍ତ କରିଛନ୍ତି ।
93. ରାୟଗଡ଼ାରେ ସ୍ୱାଧୀନ ପ୍ରାର୍ଥୀ ମକରନ୍ଦ ମୁଦୁଲି ବିଜୟୀ ହୋଇଛନ୍ତି । ସେ ବିଜେଡିର ଲାଲବିହାରୀ ହିମିରିକାଙ୍କୁ ୪,୮୩୮ ଭୋଟରେ ହରାଇଛନ୍ତି ।
94.ରେଢ଼ାଖୋଲରେ ବିଜେଡିର ରୋହିତ ପୂଜାରୀ ବିଜୟୀ ହୋଇଛନ୍ତି । ସେ କଂଗ୍ରେସର ଆସଫ ଅଲ୍ଲୀ ଖାନଙ୍କୁ ୧୪, ୬୬୫ ଭୋଟରେ ହରାଇଛନ୍ତିୟ
95. ରେମୁଣା ବିଜେଡିର ସୁଧାଂଶୁ ପରିଡ଼ା ବିଜୟୀ ହୋଇଛନ୍ତି ।
96. ରେଙ୍ଗାଲିରେ ବିଜେପିର ନାଉରୀ ନାଏକ ବିଜୟୀ ହୋଇଛନ୍ତି । ସେ ବିଜେଡିର ରୀନା ତନ୍ତୀଙ୍କୁ ୬,୭୪୩ ଭୋଟରେ ପରାସ୍ତ କରିଛନ୍ତି ।
97. ରାଉରକେଲାରେ ବିଜେଡିର ସାରଦା ନାୟକ ବିଜେପିର ନିହାର ରାୟଙ୍କ ଠାରୁ ୧୦,୪୬୦ ଭୋଟ୍ ରେ ବିଜୟୀ ହୋଇଛନ୍ତି ।
98. ସାଲେପୁରରେ ବିଜେଡିର ପ୍ରଶାନ୍ତ ବେହେରା ୩୦ ହଜାରରୁ ଅଧିକ ଭୋଟରେ ପ୍ରକାଶ ବେହେରାଙ୍କୁ ପରାସ୍ତ କରିଛନ୍ତି ।
99. ସମ୍ବଲପୁରରେ ବିଜେପିର ଜୟନାରାୟଣ ମିଶ୍ର ବିଜେଡିର ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ୪,୨୯୬ ଭୋଟରେ ହରାଇଛନ୍ତି ।
100. ସାନଖେମୁଣ୍ଡିରୁ କଂଗ୍ରେସର ରମେଶ ଜେନା ବିଜେଡିର ନନ୍ଦିନୀ ଦେବୀଙ୍କୁ ୨୩, ୫୩୧ ଭୋଟ୍ ରେ ପରାସ୍ତ କରିଛନ୍ତି ।
101. ସାରସକଣାରେ ବିଜେପିର ବୁଧାନ ମୁର୍ମୁ ବିଜୟୀ ହୋଇଛନ୍ତି । ବିଜେଡିର ଅମର ସିଂ ଟୁଡୁଙ୍କୁ ସେ ୬,୮୧୩ ଭୋଟ୍ ରେପରାସ୍ତ କରିଛନ୍ତି ।
102. ବିଜେଡିର ଉମାକାନ୍ତ ସାମନ୍ତରାୟ ସତ୍ୟବାଦୀରୁ ବିଜୟୀ ହୋଇଛନ୍ତିୟ ସେ ବିଜେପିର ଓମ୍ ପ୍ରକାଶ ମିଶ୍ରଙ୍କୁ ପରାସ୍ତ କରିଛନ୍ତିୟ
103. ସୋନପୁର ରେ ବିଜେଡିର ନିରଞ୍ଜନ ପୂଜାରୀ ବିଜୟୀ ହୋଇଛନ୍ତି । ବିଜେପିର ଅଶୋକ ପୂଜାରୀଙ୍କୁ ୨୫ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି ।
104. ସୋରରେ ବିଜେଡିର ପର୍ଶୁରାମ ଧଡ଼ା ବିଜୟୀ ହୋଇଛନ୍ତି ।
105.ସୁକିନ୍ଦାରେ ବିଜେଡିର ପ୍ରୀତିରଞ୍ଜନ ଘଡ଼ାଇ ଜିତିଛନ୍ତି । ସେ ବିଜେପିର ପ୍ରଦୀପ ବଳସାମନ୍ତଙ୍କୁ ୧୬, ୭୩୦ ଭୋଟରେ ହରାଇଛନ୍ତି ।
106. ସୁନ୍ଦରଗଡ଼ରେ ବିଜେପିର କୁସୁମ ଟେଟେ ବିଜୟୀ ହୋଇଛନ୍ତି । ସେ ବିଜେଡିର ଯୋଗେଶ ସିଂହଙ୍କୁ ୭,୩୬୪ ଭୋଟ୍ ରେ ପରାସ୍ତ କରିଛନ୍ତି ।
107.ସୋରଡ଼ାରେ ବିଜେଡିର ପୂର୍ଣ୍ଣଚନ୍ଦ୍ର ସ୍୍ୱାଇଁ ବିଜୟୀ ହୋଇଛନ୍ତି । ସେ ବିଜେପିର ନୀଳମଣି ବିଷୋୟୀଙ୍କୁ ପରାସ୍ତ କରିଛନ୍ତି ।
108. ତାଳଚେରରେ ବିଜେଡିର ବ୍ରଜ କିଶୋର ପ୍ରଧାନ ବିଜେପିର କାଳିନ୍ଦୀ ସାମଲଙ୍କୁ ୨୪, ୧୦୨ ଭୋଟ୍ ରେ ପରାସ୍ତ କରିଛନ୍ତି ।
109. ତଳସରାରେ ବିଜେପିର ଭବାନୀ ଭୋଇ ବିଜୟୀ ହୋଇଛନ୍ତି । ସେ ବିଜେଡିର ଷ୍ଟିଫେନ ସୋରେନଙ୍କୁ ୧୬ ହଜାର ଭୋଟରେ ପରାସ୍ତ କରିଛନ୍ତି ।
110.ତିର୍ତୋଲ ବିଧାନସଭାରେ ବିଜେଡିର ବିଷ୍ଣୁ ଦାସ ବିଜୟୀ ହୋଇଛନ୍ତି ।
111. ଟିଟିଲାଗଡ଼ରେ ବିଜେଡିର ଟୁକୁନି ସାହୁ ବିଜୟୀ ହୋଇଛନ୍ତି । ଉକ୍ତ ଆସନରେ କଂଗ୍ରେସର ସୁରେନ୍ଦ୍ର ସିଂହ ଭୋଇ ୧୯,୫୮୭ ଭୋଟ୍ ରେ ଟୁକୁନିଙ୍କ ଠାରୁ ପରାସ୍ତ ହୋଇଛନ୍ତି ।
112. ଉଦଳାରେ ବିଜେପିର ଭାସ୍କର ମଢ଼େଇ ଜିତିଛନ୍ତି । ସେ ବିଜେଡିର ଶ୍ରୀନାଥ ସୋରେନଙ୍କୁ ୧,୪୧୨ ଭୋଟ୍ ରେ ପରାସ୍ତ କରିଛନ୍ତି ।
113. ଉମରକୋଟରେ ବିଜେପିର ନିତ୍ୟାନନ୍ଦ ଗଣ୍ଡ ବିଜୟୀ ହୋଇଛନ୍ତି । ସେ ବିଜେଡିର ସୁବାସ ଗଣ୍ଡଙ୍କୁ ୯,୭୬୩ ଭୋଟ୍ ରେ ହରାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା