Connect with us

ଓଡିଶା

ରଥ ଖଳାରୁ

ସାଙ୍କେତିକ

ଯନ୍ତାଗାଢ଼ରେ ପଇ ବାଡିଆ ଚାଲିଛି
ଜୁଲାଇ ୪ରେ ଶ୍ରୀଗୁଣ୍ଡିଚା
ପୁରୀ, ୨୮ ମଇ – ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ରଥ ନିର୍ମାଣ କାମ ଜୋରସୋରରେ ଆଗେଇ ଚାଲିଛି । ଗତକାଲି ପ୍ରତି ରଥର ଦୁଇଟି ଚକ ସହ ଅଖ ଯୋଡାଯାଇ ଡେରା ହୋଇଛି । ପରେ ପରେ ଅନ୍ୟ ଚକ ନିର୍ମାଣ ପରେ ଚକ ଅଖ ଡେରା ହେବ ।
ଶ୍ରୀପଂଚମୀ ଦିନ ବଡଦାଣ୍ଡରେ ରଥ କାଠ ଅନୁକୁଳ ହୋଇଥିଲା । ଅକ୍ଷୟତୃତୀୟା ଦିନ ତିନୋଟି ୧୨ଫୁଟିଆ ଢଉରା କାଠରେ ରଥ ନିର୍ମାଣ କାର୍ଯ୍ୟ ଅନୁକୁଳ ହୋଇଥିଲା । ପ୍ରଥମେ ତୁମ୍ବକାଠ କଟାଯାଇଥିଲା । ତୁମ୍ବ କାଠଗୁଡିକୁ ସାଇଜ କରାଯିବା ପରେ ସେଥିରେ ଅରବିନ୍ଧ ଓ ଅଖବିନ୍ଧ କରାଯାଇଥିଲା । ଅର ବାଡିଆ ପରେ ପଇ ବାଡିଆ ହୋଇଥିଲା । ଚକଗୁଡିକର ବାଲାଂଶ ଦେଖିବା ପରେ ଅଖଚକ ଯୋଡା ଯାଇଥିଲା । ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ୧୬ଟି ଚକ ଓ ୮ଟି ଅଖ, ତାଳଧ୍ୱଜ ରଥର ୧୪ ଚକ ଓ ୭ ଅଖ, ମା ସୁଭଦ୍ରାଙ୍କ ଦର୍ପଦଳନ ରଥର ୧୨ ଚକ ଓ ୬ ଅଖ ନିର୍ମାଣ ସରିବା ପରେ ସେଗୁଡିକ ଡେରାଯିବ । ନୃସିଂହ ଚତୁଃର୍ଦ୍ଦଶୀ ଦିନ ଗୁଜ ଅନୁକୁଳ ହୋଇ ଗୁଜ କାମ ଚାଲିଛି । ଜୁନ ୧୭ ସୋମବାର ଦିନ ପବିିତ୍ର ଦେବସ୍ନାନ ପୂର୍ଣ୍ଣମୀ ଅବସରରେ ତିନିରଥର ୪ ନାହାକା ଉଠିବ । ଜୁଲାଇ ୨ରେ ନବଯୌବନ ଦର୍ଶନ, ୩ରେ ଉଭାଯାତ୍ରା ଓ ୪ରେ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ । ବିଶ୍ୱକର୍ମା ମହାରଣାମାନେ ସଂକଳ୍ପ କରିବା ପରେ ହବିଷ୍ୟ କରି ରଥକାମରେ ନିମଗ୍ନ ରହିଛନ୍ତି । ଦୋଳବେଦୀରେ କମାରଶାଳରେ ପହି କଂଟା ତିଆରି ଓ ଅନ୍ୟାନ୍ୟ କାମ ଜୋରସୋରରେ ଚାଲିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା