Connect with us

ଆଞ୍ଚଳିକ

ହୋଲଡିଂ ଟିକସ ପ୍ରତ୍ୟାହାର ଓ ବେଆଇନ୍ ପାର୍କିଂ ଫି ଆଦାୟର କ୍ରାଇମବ୍ରାଞ୍ଚ ତଦନ୍ତ ଦାବିରେ ବିଏମ୍ସି ଅଫିସ୍ ଘେରାଉ

ସାଙ୍କେତିକ

ହୋଲଡିଂ ଟିକସ ବୃଦ୍ଧି ପ୍ରତ୍ୟାହାର ଓ ବେଆଇନ୍ ପାର୍କିଂ ଫି ଆଦାୟର କ୍ରାଇମବ୍ରାଞ୍ଚ ତଦନ୍ତ ଦାବିରେ ବିଏମ୍ସି ଅଫିସ୍ ଘେରାଉ
ଭୁବନେଶ୍ୱର, ୦୧ ନଭେମ୍ବର – ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ ପକ୍ଷରୁ ରାଜଧାନୀ ବାସିନ୍ଦାଙ୍କ ଉପରେ ହୋଲଡିଂ ଟିକସ ବୃଦ୍ଧି କରାଯିବା ପାଇଁ ଯେଉଁ ନିଷ୍ପତି ନିଆଯାଇଛି ତାହା ସମ୍ପୂର୍ଣ୍ଣ ଅଯୌକ୍ତିକ, ଅଗଣତାନ୍ତ୍ରିକ ଓ ଜନବିରୋଧି ବୋଲି ଅଭିଯୋଗ କରି ସମାଜବାଦୀ ପାର୍ଟି, ସିପିଏମ୍, ଫରୱାର୍ଡ ବ୍ଲକ ଓ ସି.ପି.ଆଇ.(ଏମ୍-ଏଲ୍) ଲିବରେସନ୍ ପକ୍ଷରୁ ଆଜି ବିଏମ୍ସି ଅଫିସ୍ ଘେରାଉ କରାଯାଇଥିଲା । ଏହାସହ ବେଆଇନ୍ ପାର୍କିଂ ଫି ଆଦାୟର କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ଦାବି କରାଯାଇଛି ।
ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ପ୍ରତିବାଦ ସଭାରେ ସିପିଏମ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ସୁରେଶ ପାଣିଗ୍ରାହୀ, ଫରୱାର୍ଡ ବ୍ଲକ ସାଧାରଣ ସମ୍ପାଦକ ଜ୍ୟୋତିରଂଜନ ମହାପାତ୍ର, ସି.ପି.ଆଇ. (ଏମ୍-ଏଲ୍) ଲିବରେସନ୍ର ଶ୍ରମିକ ଶାଖା ସମ୍ପାଦକ ମହେନ୍ଦ୍ର ପରିଡ଼ା, ସମାଜବାଦୀ ପାର୍ଟି ରାଜ୍ୟ ସମ୍ପାଦକ ସୁଦର୍ଶନ ପ୍ରଧାନ, ଫରୱାର୍ଡ ବ୍ଲକ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢୀ ପ୍ରମୁଖ ଉଦବୋଧନ ଦେଇ ବିଏମ୍ସିର ମନୋମୁଖୀ, ଏକଚାଟିଆ ଓ ଜନବିରୋଧି ଟିକସ ବୃଦ୍ଧିର ସମାଲୋଚନା କରିଥିଲେ ।
ବିଏମ୍ସି ଯଦି ତା’ର ନୂଆ ପ୍ରସ୍ତାବକୁ କାର୍ଯ୍ୟକାରୀ କରେ ତାହେଲେ ବର୍ଷକୁ ୬ହଜାର ଟଙ୍କା ହୋଲଡିଂ ଟିକସ ଦେଉଥିବା ଘର ମାଲିକମାନଙ୍କୁ ୧୮ ହଜାର ଟଙ୍କା ବାର୍ଷିକ ହୋଲଡିଂ ଟିକସ୍ ଦେବାକୁ ପଡ଼ିବ ଏବଂ ଏହା ପିଛିଲା ଭାବରେ ଗତ ଏପ୍ରିଲ୍ ୧ ତାରିଖଠାରୁ ଲାଗୁ କରାଯିବ । ଏହା ସାଧାରଣ ଲୋକଙ୍କ ପକ୍ଷରେ ଦେବା ସମ୍ଭବପର ନୁହେଁ । ତେଣୁ ବିଏମ୍ସି କର୍ତୃପକ୍ଷ ଏଭଳି ଜନବିରୋଧି ନିଷ୍ପତିକୁ ସ୍ଥଗିତ ରଖିବାକୁ ଏହି ନେତାମାନେ ଦାବି କରିଥିଲେ ।
ବିଏମ୍ସିର ଅତିରିକ୍ତ କମିଶନ ସୁରଥ ଚନ୍ଦ୍ର ମଲ୍ଲିକ ଘଟଣାସ୍ଥଳକୁ ଆସି ଆନ୍ଦୋଳନକାରୀଙ୍କଠାରୁ ସ୍ମାରକପତ୍ର ଗ୍ରହଣ କରିବା ସହିତ ଜନସାଧାରଣଙ୍କର ଏହି କ୍ଷୋଭକୁ ବିଏମ୍ସି କର୍ତୃପକ୍ଷ ସମ୍ବେଦନଶୀଳତା ସହିତ ବିଚାର କରିବେ ଏବଂ ଆଇନ୍ ଅନୁଯାୟୀ ବେଆଇନ୍ ପାର୍କିଂ ଫି ଆଦାୟକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦୃଢ ପ୍ରତିଶ୍ରୁତି ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ